Below header

ବାହାଘରକୁ ନେଇ ମୁହଁ ଖୋଲିଲେ ଅଙ୍କିତା ଲୋଖଣ୍ଡେ

କେନ୍ୟୁଜ୍ : ବାହାଘରକୁ ନେଇ ମୁହଁ ଖୋଲିଲେ ଅଙ୍କିତା ଲୋଖଣ୍ଡେ। ସୁଶାନ୍ତ ସିଂ ରାଜପୁତଙ୍କ ସହ ବ୍ରେକ ଅପ ପରେ ବିଜନେସମ୍ୟାନ ଭିକି ଜୈନଙ୍କୁ ଅଙ୍କିତା ଡେଟ୍‌ କରୁଛନ୍ତି। ଖୁବ୍‌ ଶୀଘ୍ର ଦୁହେଁ ବିବାହ କରିବା ନେଇ ଚର୍ଚ୍ଚା ଜୋର ଧରିଛି। ଏନେଇ ଅଙ୍କିତା କହିଛନ୍ତି ମୋର ବର୍ତ୍ତମାନ ବାହାହେବାର କୌଣସି ଉଦ୍ଦେଶ୍ୟ ନାହିଁ। ମୁଁ କେବଳ କାମ ଉପରେ ଧ୍ୟାନ ଦେବାକୁ ଚାହୁଁଛି। ମୁଁ ଯେତେବେଳେ ବାହାହେବି ସମସ୍ତଙ୍କୁ ନିଶ୍ଚୟ କହିବି।

ankitaତେବେ ଅଙ୍କିତା କହିଛନ୍ତି ମୁଁ ନିଶ୍ଚିତ ଭଲ ପାଉଛି। କାରଣ ମୁଁ ଭଲପାଇବାରେ ବିଶ୍ୱାସ କରେ। ଅନେକ ସମୟରେ ଅଙ୍କିତା ଓ ଭିକିଙ୍କୁ ଏକାଠି ଦେଖିବାକୁ ମିଳିଛି। ଫିଲ୍ମ ମଣିକର୍ଣ୍ଣିକାରୁ ବଲିଉଡ୍‌ରେ ଡେବ୍ୟୁ କରିବାକୁ ଯାଉଛନ୍ତି ଅଙ୍କିତା। ଫିଲ୍ମରେ ସେ ଝଲ୍‌କାରୀ ବାଇ ଚରିତ୍ରରେ ନଜର ଆସିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.