Below header

୮୦ ଦଶକ ତୁଳନାରେ ୬ ଗୁଣ ଅଧିକ ବେଗରେ ତରଳିବାରେ ଲାଗିଛି ଆଣ୍ଟାର୍କଟିକାରେ ବରଫ

ୱାସିଙ୍ଗଟନ୍ : ୧୯୮୦ ମସିହା ତୁଳନାରେ ଆଣ୍ଟାର୍କଟିକାରେ ବରଫ ୬ ଗୁଣା ଅଧିକ ତରଳିବାରେ ଲାଗିଛି । ଏକ ନୂଆ ଅଧ୍ୟୟନରୁ ଏହାର ଖୁଲାସା ହୋଇଛି । ବୈଜ୍ଞାନିକ ମାନେ ଉପରୁ ନେଇଥିବା ଫଟୋ, ଯାହା ଉପଗ୍ରହ ମେଜରମେଣ୍ଟ ଏବଂ କମ୍ପ୍ୟୁଟର ମଡେଲର ବ୍ୟବହାର କରି ଏହା ଜଣାବାକୁ ପାଇଛନ୍ତି କି ୧୯୭୯ ରୁ ଆଣ୍ଟାର୍କଟିକାରୁ ବରଫ କେମିତି ତରଳିବାରେ ଲାଗିଛି। ସେମାନେ ଜାଣିବାକୁ ପାଇଛନ୍ତି କି, ବରଫ ବହୁତ ଶିଘ୍ର ତରଳୁଥିବାବେଳେ ଏହା ମାନବିୟ କାରଣରୁ ହେଉଥିବା ଜଳବାୟୁ ପରିବର୍ତ୍ତନ ହେଉଛି ଏହାର ମୁଖ୍ୟ କାରଣ ।

imageଅଧ୍ୟୟନ ଅନୁସାରେ ଆଣ୍ଟାର୍କଟିକାରେ ୨୦୦୯ ମସିହା ଠାରୁ ସବୁ ବର୍ଷ ୨୭୮ ଆରବ ଟନ୍ ବରଫ ତରଳୁଛି । ଯାହାକି ୧୯୮୦ ଦଶକରେ ୪୪ ଆରବ ଟନ୍ ବରଫ ତରଳିବାରେ ଲାଗିଛି । ବର୍ତ୍ତମାନ ବରଫ ତରଳିବାର ମାତ୍ରା ୧୫ ପ୍ରତିଶତ ବଢିଥିବା ଜଣାପଡିଛି । କାଲିଫର୍ଣ୍ଣିଆ ବିଶ୍ବବଦ୍ୟାଳୟରେ ବୈଜ୍ଞାନିକ ଏରିକ ରିଗଟନ୍ କହିଛନ୍ତି କି, ଏକ ବଡ ଅନ୍ତରରେ ଉପଗ୍ରହ ଅଧାରିତ ଅଧ୍ୟୟନରେ ଏହା ଦେଖିବାକୁ ମିଳିଛି କି ସ୍ଥିର ଥିବା ପୂର୍ବ ଆଣ୍ଟାର୍କଟିକାରେ ମଧ୍ୟ ଏକ ବର୍ଷରେ ୫୬ ଆବର ଟନ୍ ବରଫ ତରଳୁଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.