Below header

ଫିଲ୍ମ ଠାରୁ ଦୂରରେ ରହି ମଧ୍ୟ କୋଟି କୋଟି ଟଙ୍କା ଆୟ କରୁଛନ୍ତି କପୁର ପରିବାରର ଏହି କନ୍ୟା

କପୁର ପରିବାର କନ୍ୟା ଫିଲ୍ମ ଇଣ୍ଡଷ୍ଟ୍ରୀରେ ନିଜର ନାମ କମାଉଛନ୍ତି। କରିସ୍ମା ଓ କରୀନା ନିଜର ଅଭିନୟ ଯାଦୁରେ ଦର୍ଶକଙ୍କ ମନ ଜିଣି ବଲିଉଡରେ ରାଜ କରୁଛନ୍ତି। କିନ୍ତୁ ଇଣ୍ଡଷ୍ଟ୍ରୀରୁ ଦୂରେଇ କପୁର ପରିବାରର ଆଉ ଜଣେ କନ୍ୟା ଫ୍ୟାଶନ ଇଣ୍ଡଷ୍ଟ୍ରୀରେ ରହି କୋଟି କୋଟି ଟଙ୍କା ଆୟ କରୁଛନ୍ତି। ସେ ହେଉଛନ୍ତି ଋଷି ଏବଂ ନୀତୁଙ୍କ ତନୟା ରିଦ୍ଧିମା କପୁର ସାହଣୀ। ୧୫ ସେପ୍ଟେମ୍ବର ୧୯୮୦ରେ ଜନ୍ମ ଗ୍ରହଣ କରିଥିବା ରିଦ୍ଧିମା ଏବଂ କରୀନା ସମବୟସ୍କ। ଦୁହିଁଙ୍କ ଜନ୍ମ ମଧ୍ୟରେ କେବଳ ୬ ଦିନର ଅନ୍ତର ରହିଛି। ଦୁହିଁଙ୍କ ଜନ୍ମ ସମୟରେ ରାଜ କୁପର ଘରକୁ ରିଦ୍ଧି-ସିଦ୍ଧି ଆସିଛନ୍ତି ବୋଲି କହିଥିଲେ। ସେବେଠାରୁ ତାଙ୍କ ନାମ ରିଦ୍ଧିମା ରଖାଯାଇଛି।

ridhi

କରୀନା ବଲିଉଡରେ ନିଜର ଅଭିନୟ ଡେବ୍ୟୁକୁ ନେଇ ବ୍ୟସ୍ତ ଥିବା ବେଳେ ରିଦ୍ଧିମା ଲଣ୍ଡନରେ ପଢୁଥିଲେ। ଛୋଟ ବେଳରୁ ରିଦ୍ଧିମାଙ୍କର ଅଭିନୟରେ କୌଣସି ରୁଚି ନଥିଲା। ତେଣୁ କରି ସେ ଫ୍ୟାଶନ ଏବଂ ଡ଼ିଜାଇନିଂରେ କ୍ୟାରିଅର କରିବାକୁ ଚାହୁଁଥିଲେ। ଆଜି ରିଦ୍ଧିମାଙ୍କ ନାମ ଫ୍ୟାଶନ ଇଣ୍ଡଷ୍ଟ୍ରୀରେ ବେଶ୍‌ ଜଣାଶୁଣା । ରିଦ୍ଧିମା ଫ୍ୟାଶନ ଡିଜାଇନିଂ ବ୍ୟତୀତ ଜୁଏଲାରୀ ଡିଜାଇନିଂ କରୁଛନ୍ତି। ଏହି ବ୍ୟବସାୟରୁ ସେ କୋଟି କୋଟି ଟଙ୍କା ଆୟ କରୁଛନ୍ତି। ବଲିଉଡର ଅନେକ ପାର୍ଟିରେ ରିଦ୍ଧିମାଙ୍କୁ ଦେଖିବାକୁ ମିଳୁଥିବା ବେଳେ ନିଜ ମା ନୀତୁଙ୍କ ସହିତ ଅନେକ ଫ୍ୟାଶନ ମାଗାଜିନର କଭର ପେଜ୍‌ରେ ମଧ୍ୟ ନଜର ଆସିଛନ୍ତି।

7

ରିଦ୍ଧିମା ୨୦୦୬ରେ ଦିଲ୍ଲୀର ଜଣେ ବ୍ୟବସାୟୀ ଭରତ ସାହନୀଙ୍କୁ ବିବାହ କରିଥିଲେ। ଦୁହିଁଙ୍କ ସାକ୍ଷାତ ଲଣ୍ଡନର ହୋଇଥିଲା। ଭରତଙ୍କର ଏକ ଗାର୍ମେଣ୍ଟ କମ୍ପାନୀ ଏବଂ ଫ୍ୟାଶନ ହାଉସ୍‌ ମଧ୍ୟ ରହିଛି। ଦୁହିଁଙ୍କର ଏକ କନ୍ୟା ସନ୍ତାନ ମଧ୍ୟ ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.