୧୨ ବର୍ଷର ସାହସୀ ଝିଅ, ମୋବାଇଲ ଫୋନ ଚୋରକୁ ଧରାଇଲେ ଆଦିବାସୀ ନାବାଳିକା

ବାଲେଶ୍ୱର (କେନ୍ୟୁଜ୍) : ସାହସ ଦେଖାଇଲେ ଆଦିବାସୀ ନାବାଳିକା । ମୋବାଇଲ ଫୋନ ଚୋରକୁ ଧରାଇଦେଲେ ୧୨ ବର୍ଷର ଝିଅ ସୋନି ସିଂ । ବାଲେଶ୍ୱର ଜିଲ୍ଲା ମାର୍କୋଣା ଷ୍ଟେସନରେ ଛିଡ଼ା ହୋଇଥିଲା ଧଉଳି ଏକ୍ସପ୍ରେସ୍ । ଟ୍ରେନରେ ଜଣେ ଚୋର ଯାତ୍ରୀଙ୍କଠାରୁ ମୋବାଇଲ୍ ଫୋନ ଛଡାଇ ନେଇ ଷ୍ଟେସନ ପାଖରେ ଥିବା ନୟନଯୋରିରେ ପଶିଯାଇଥିଲା । ଚୋରି ହୋଇଥିବା ମୋବାଇଲ୍ ଫୋନ ମାଲିକ ଚୋର ଚୋର କହି ଯୁବକଙ୍କ ପଛରେ ଦୌଡ଼ିଥିଲେ । ଏହାପରେ ଷ୍ଟେସନ ରାସ୍ତାରେ ବସିଥିବା ବୁଦ୍ଧିଆ ସିଂଙ୍କ ଝିଅ ସୋନି ଯୁବକଙ୍କ ପଛରେ ଦୌଡ଼ିଥିଲା । ଯୁବକଙ୍କ ବେଲ୍ଟ ଧରି ଓହଳି ପଡ଼ିଥିଲା । ଫଳରେ ଯୁବକ ଜଣଙ୍କ ଆଉ ଖସି ପାରିନଥିଲା । ପଛରେ ଆସୁଥିବା ମୋବାଇଲ ଫୋନ୍ର ମାଲିକ ଓ କିଛି ସ୍ଥାନୀୟ ଲୋକେ ଯୁବକକୁ କାବୁ କରିଥିଲେ । ସିମୁଳିଆ ଥାନା ପୋଲିସ ଅଭିଯୁକ୍ତକୁ ଗିରଫ କରିଛି । ନାବାଳିକା ସୋନିର ଏପରି କାର‌୍ୟ୍ୟକୁ ସମସ୍ତେ ପ୍ରଶଂସା କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.