Below header

ଝିଅ ନାଁରେ ଇନଷ୍ଟା ଆକାଉଣ୍ଟ ଖୋଲିଲେ ଗୁରମିତ ଓ ଦେବିନା, ଝିଅର ନାଁ ରଖିଲେ ଲିଆନା

କିଛିଦିନ ତଳେ ଏକ କନ୍ୟା ସନ୍ତାନର ଜନକ ହୋଇଥିଲେ ଗୁରମିତ ଚୌଧୁରୀ ଏବଂ ଦେବିନା ବାନାର୍ଜୀ । ସୋସିଆଲ ମିଡିଆରେ ଝିଅର ପ୍ରଥମ ଫଟୋ ମଧ୍ୟ ସେୟାର କରିଥିଲେ। ଯେଉଁଥିରେ କେବଳ ପିଲାର ହାତ ଦେଖିବାକୁ ମିଳିଥିଲା । ଆଉ ଏବେ ଝିଅର ନାଁକୁ ମଧ୍ୟ ସୋସିଆଲ ମିଡିଆରେ ସେୟାର କରି ଫ୍ୟାନ୍ସଙ୍କୁ ଜଣାଇଛନ୍ତି। ଗୁରମିତ ଏବଂ ଦେବିନା ତାଙ୍କର ଝିଅର ନାମ ‘ଲିଆନା’ ରଖିଛନ୍ତି। ଆଉ ଝିଅ ନାଁରେ ନୂଆ ଇନଷ୍ଟା ଆକାଉଣ୍ଟ ମଧ୍ୟ ଖୋଲିଛନ୍ତି।

 

View this post on Instagram

 

A post shared by Debina Bonnerjee (@debinabon)

କିଛିଦିନ ତଳେ ଫ୍ୟାନ୍ସଙ୍କୁ L ଅକ୍ଷରରେ ଆରମ୍ଭ ହେଉଥିବା ନାଁ ବିଷୟରେ ପଚାରିଥିଲେ। ଏବେ L ଅକ୍ଷରରେ ଝିଅର ନାଁ ଦେଇ ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି ଏହି ଯୋଡି। ଦେବିନା ଇନଷ୍ଟାଗ୍ରାମରେ ଯେଉଁ ଫଟୋ ପୋଷ୍ଟ କରିଛନ୍ତି, ସେଥିରେ ପିଲାଟି ତଳକୁ ମୁହଁ ମାଡି ଶୋଇଥିବା ବେଳେ ଝିଅର ନାମ ଲିଆନା ରଖିଛନ୍ତି ବୋଲି କହିଛନ୍ତି। ଲିଆନା ନାମରେ ଦେବିନା ଏବଂ ଗୁରମିତ ଇନଷ୍ଟାଗ୍ରାମ ଆକାଉଣ୍ଟ ମଧ୍ୟ ଖୋଲିଛନ୍ତି।

ଇନଷ୍ଟାଗ୍ରାମରେ ଗୁରମତି ଚୌଧୁରୀ ଯେଉଁ ଭିଡିଓ ସେୟାର କରିଥିଲେ, ସେହି ଭିଡିଓରେ ତିନିଟି ହାତ ଥିବା ନଜର ଆସିଥିଲା । ପ୍ରଥମେ ଗୁରମିତଙ୍କ ହାତ ତା’ ପରେ ଦେବିନାଙ୍କ ହାତ ଓ ପରେ ପିଲାର ହାତ ଦେଖିବାକୁ ମିଳିଥିଲା। ଗୁରମିତଙ୍କ ଏହି ଭିଡିଓ ଜବରଦସ୍ତ ଭାଇରଲ ହେଇଥିଲା।

 

View this post on Instagram

 

A post shared by Gurmeet Choudhary (@guruchoudhary)

ଦେବିନା ଏବଂ ଗୁରୁମିତ କନ୍ୟା ସନ୍ତାନ ଜନ୍ମ ହେବା ପରେ ବହୁତ ଖୁସି ରହିଛନ୍ତି। ଝିଅ ଜନ୍ମ ହେବା ପରେ ସବୁ ପରମ୍ପରା ଏବଂ ରୀତିନୀତି ଅନୁଯାୟୀ ସବୁ ପୂଜା କରାଯାଇଛି। ସୂଚନାଯୋଗ୍ୟ, ଦେବିନା ଏବଂ ଗୁରମିତ ୧୧ ବର୍ଷ ପରେ ମାତାପିତା ହୋଇଛନ୍ତି। ଗୁରୁମିତ ଓ ଦେବିନା ୪ ଏପ୍ରିଲ ୨୦୨୨ରେ ଏକ ଭିଡିଓ ସେୟାର କରି ଝିଅ ହୋଇଥିବା ନେଇ ଖୁସି ଖବର ଦେଇଥିଲେ। ଏହି ଭିଡିଓରେ ସେ ଲେଖିଥିଲେ- ଅତ୍ୟନ୍ତ କୃତଜ୍ଞତାର ସହ ଆମେ ଆମ ବେବି ଗର୍ଲକୁ ଏହି ଦୁନିଆକୁ ସ୍ୱାଗତ କରୁଛୁ। ୩.୪.୨୦୨୨। ଆପଣ ସମସ୍ତଙ୍କୁ ଭଲ ପାଇବା ଓ ଆଶୀର୍ବାଦ ପାଇଁ ଧନ୍ୟବାଦ। ଗୁରୁମିତ ଓ ଦେବିନା।

 

View this post on Instagram

 

A post shared by Gurmeet Choudhary (@guruchoudhary)

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.