ଆଉ କଟିବନି ଚାଲାଣ, କାରଣ ବିନା ହେଲ୍‌ମେଟରେ ଷ୍ଟାର୍ଟ ହେବ ନାହିଁ ଏହି ସ୍କୁଟର

ଆମେ ମାନେ ପ୍ରାୟତଃ ସ୍କୁଟର ଏବଂ ବାଇକ୍ ଚଲାଇବା ସମୟରେ ହେଲମେଟ ପିନ୍ଧିବାକୁ ଭୁଲିଯାଆନ୍ତି, ଏବଂ ବେଳେବେଳେ ଜାଣିଶୁଣି ହେଲମେଟ ପିନ୍ଧନ୍ତି ନାହିଁ । ଏହି କାରଣରୁ ଆମ ଜୀବନ ବିପଦରେ ପଡିଥାଏ | ସେହି ସମୟରେ, ଆମେ ଆମର ପରିବାର ସଦସ୍ୟଙ୍କ ପାଇଁ ମଧ୍ୟ ସମସ୍ୟା ସୃଷ୍ଟି କରୁ । ଏପରି ପରିସ୍ଥିତିରେ, ଏହି BMW ସ୍କୁଟର ଆପଣଙ୍କ ପାଇଁ ତିଆରି ।

ତେବେ BMW Motorrad India ର ଏହି ସ୍କୁଟର ଆପଣଙ୍କୁ ସମ୍ପୂର୍ଣ୍ଣ ସୁରକ୍ଷା ଦେଇପାରିବ । କେବଳ ଏତିକି ନୁହେଁ, ଏହି ସ୍କୁଟରର ବିଶେଷ କଥା ହେଉଛି ହେଲମେଟ ନପିନ୍ଧିଲା ଯାଏଁ ଏହି ସ୍କୁଟର ଷ୍ଟାର୍ଟ ହେବ ନାହିଁ। ଏହି ସ୍କୁଟରର ନାମ ହେଉଛି BMW C400 GT। ଏହା ମଧ୍ୟ ରୟାଲ୍ ଏନ୍ଫିଲ୍ଡ ବାଇକ୍ ର ଇଞ୍ଜିନ ପରି ଶକ୍ତିଶାଳୀ । ୩୪bhp ଏହାର ମ୍ୟାକ୍ସିମମ୍ ପାୱାର ରହିଛି। ଏହା ୩୫Nmର ପିକ୍ ଟାର୍କ ଜେନେରେଟ୍ କରିଥାଏ। ଏହାର ସର୍ବାଧିକ ସ୍ପିଡ୍ ଘଣ୍ଟା ପ୍ରତି ୧୩୯ କି.ମି ରହିଛି।

bmw-c400-gt-seven

ଏହା ମଧ୍ୟ ଜାଣିରଖନ୍ତୁ ଯେ ସ୍କୁଟରରେ ଜିନିଷ ରଖିବା ପାଇଁ ବହୁତ ସ୍ଥାନ ଅଛି  । ହ୍ୟାଣ୍ଡେଲ ତଳେ ଉଭୟ ପାର୍ଶ୍ୱରେ ଡ୍ୟାସବୋର୍ଡ ଷ୍ଟୋରେଜ୍ ଅଛି | ଏଥିମଧ୍ୟରୁ ଗୋଟିଏରେ USB ମୋବାଇଲ୍ ଚାର୍ଜର କନେକ୍ସନ ମଧ୍ୟ ଦିଆଯାଇଛି । ସେହିପରି ଅଣ୍ଡରସିଟ୍ ଷ୍ଟୋରେଜ୍ ମଧ୍ୟ ଖୁବ୍ ବଡ଼ ଅଛି। ଏଥିରେ ଆରାମରେ ଏକ ହେଲ୍‌ମେଟ୍ ରହିପାରିବ। ଏହି ଡିକିର ନାମ କମ୍ପାନୀ Flexcase ରଖିଛି। ଯେତେବେଳେ ଆପଣ ଗାଡି ଠିଆ କରି ହେଲ୍‌ମେଟ୍ ରଖନ୍ତି ସେତେବେଳେ ଫ୍ଲେକ୍ସକେସ୍ ଖୋଲିଯାଏ। ଆଉ ଫ୍ଲେକ୍ସକେସ୍ ଖୋଲାଥିବା ପର୍ଯ୍ୟନ୍ତ ଗାଡିର ଇଞ୍ଜିନ୍ ଷ୍ଟାର୍ଟ ହୁଏ ନାହିଁ।

bmw_c400_gt_two

BMW C400 GT ସ୍କୁଟରକୁ ସଂପୂର୍ଣ୍ଣ ବିଲ୍ଟ ଅପ୍ ୟୁନିଟ୍ (ସିବିୟୁ) ଭାବରେ ଭାରତରେ ଆମଦାନୀ କରାଯାଇଛି ।  ଯଦିଓ ଏହା ୩ ଟି ରଙ୍ଗରେ ଆସେ, କିନ୍ତୁ ଭାରତରେ ଏହାକୁ ଦୁଇଟି ରଙ୍ଗରେ ଆପଲାଇନ୍ ହ୍ଵାଇଟ୍ ଏବଂ ଷ୍ଟାଇଲ୍ ଟ୍ରିପଲ ବ୍ଲାକ୍ ରଙ୍ଗରେ ଲଞ୍ଚ କରାଯାଇଛି । ଏହା ସହ ଏକ ସସ୍‌ପେନ୍ସ ସିଟ୍ ଦିଆଯାଇଛି। ଏହା ହାଇ ସ୍ପିଡ୍‌ରେ ଷ୍ଟାବିଲିଟି ଦେଉଛି। ତେବେ ଏହି ଗାଡିର ଦାମ୍ ୧୦.୪୦ ଲକ୍ଷ ଟଙ୍କା ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.