Below header

ବଲିଉଡରୁ କାହିଁକି ହଠାତ୍ ଗାୟବ ହୋଇଯାଇଥିଲେ ହନି ସିଂହ ? ୪ ବର୍ଷ ପରେ ନିଜେ କଲେ ଖୁଲାସା

ଲମ୍ବା ବ୍ରେକ୍ ପରେ ଫେରିଥିବା ହନି ସିଂହ ପୁଣି ଥରେ ନିଜ ପ୍ରତିଦ୍ବନ୍ଦ୍ବୀଙ୍କୁ ଦେଉଛନ୍ତି କଡା ଟକ୍କର । ଦିଲ୍ ଚୋରୀ,ଦିସ୍ ପାର୍ଟି ଇଜ୍ ଓଭର୍ ନାଓ ଏବଂ ଉର୍ବଶୀ ଭଳି ପାର୍ଟି ଗୀତ ସହ ପୁଣି ଥରେ ଓହ୍ଲାଇଛନ୍ତି ପ୍ରତିଯୋଗୀତାକୁ । ଏବେ ହନି ସିଂହଙ୍କ ନୂଆ ଗୀତ ମଖନା ଇଣ୍ଟରନେଟରେ ମଚାଉଛି ଧୁମ୍ ।

ସେମିତି ତ ହନି ସିଂହଙ୍କ ଲକ୍ଷ ଲକ୍ଷ ପ୍ରଶଂସକ ଅଛନ୍ତି । ହେଲେ ତା ସହ ସମାଲୋଚକଙ୍କ ସଂଖ୍ୟା ମଧ୍ୟ କମ୍ ନାହିଁ । କିନ୍ତୁ ସେ ନିଜର ସବୁଠୁ ବଡ଼ ସମାଲୋଚକ ନିଜ ବାପାଙ୍କୁ ହିଁ ମାନନ୍ତି । ହନି ସିଂହଙ୍କ କହିବା ଅନୁଯାୟୀ, ତାଙ୍କର ପୁରା ଜୀବନ ଏବଂ କ୍ୟାରିୟର୍ ନିଜ ପରିବାର ପ୍ରତି ସମର୍ପିତ । ସବୁ ସମୟରେ ତାଙ୍କର ପୁରା ପରିବାର ତାଙ୍କ ସାଥ୍ ଦିଏ । ତେବେ ତାଙ୍କ ବାପା ତାଙ୍କର ସବୁଠାରୁ ଭଲ ସମାଲୋଚକ ବୋଲି କହିଛନ୍ତି ହନି ସିଂହ । ବାପା ଗୀତ ଶୁଣିବା କ୍ଷଣି କହିଦିଅନ୍ତି କେଉଁ ଗୀତ ହିଟ୍ ହେବ ଆଉ କେଉଁଟା ହିଟ୍ ହେବନି ।

honey singhତେବେ ଦର୍ଶକଙ୍କୁ ଗୋଟିଏ ପରେ ପରେ ଗୋଟିଏ ହିଟ୍ ଗୀତ ଭେଟିଦେଉଥିବା ହନି ସିଂହ ହଠାତ୍ ଟେଲିଭିଜନ୍ ପରଦାରୁ ଗାୟବ ହୋଇ ଯାଇଥିଲେ । ଏହି ସମୟରେ ହନିଙ୍କୁ ନେଇ ଅନେକ ଖବର ଶୁଣିବା ପାଇଁ ମିଳିଲା । କୁହାଗଲା ହନି ସିଂଙ୍କୁ ଡ୍ରଗ୍ସ ଓ ନିଶାର ଅଭ୍ୟାସ ହୋଇଯାଇଛି । ସେଥିରୁ ମୁକ୍ତି ପାଇବା ପାଇଁ ସେ ଚିକିତ୍ସିତ ହେଉଛନ୍ତି । ଏପରିକି ଏକ ଫଟୋ ଭାଇରାଲ୍ ହୋଇଥିଲା ଯେଉଁଥିରେ ଦେଖିବାକୁ ମିଳିଥିଲା ଡାକ୍ତରଖାନାରେ ହନି ସିଂହ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି ।

ତେବେ ହନି ସିଂହ ବାଇପୋଲର୍ ଡିଜଅର୍ଡରରେ ପୀଡିତ ଥିଲେ । ସେଥିପାଇଁ ୧୮ ମାସ ନିଜର ନୋଏଡାସ୍ଥିତ ଘରେ ରହୁଥିଲେ । ଏପରିକି ଏହି ରୋଗରୁ ଭଲ ହେବା ପାଇଁ ସେ ୪ଜଣ ଡାକ୍ତର ମଧ୍ୟ ବଦଳାଇଥିଲେ । ହେଲେ ତାଙ୍କ ଉପରେ କୌଣସି ଔଷଧ କାମ କରୁନଥିଲା ।

honey singh ଉଲ୍ଲେଖଯୋଗ୍ୟ, ବାଇପୋଲର୍ ଡିଜଅଡର୍ ଏକ ପ୍ରକାର ମାନସିକ ରୋଗ ଯାହା ଏକ ପ୍ରକାର ଡିପ୍ରେସନ୍ । ଏହି ରୋଗରେ ପୀଡିତ ବ୍ୟକ୍ତି ଅତ୍ୟଧିକ ଖୁସି ହୋଇଥାଏ କିମ୍ବା ଅତ୍ୟଧିକ ଦୁଃଖୀ । ଆଉ ହନି ସିଂହ ଏହି ରୋଗର ଶିକାର ଥିଲେ । ତେବେ ହନି ସିଂହ କୁହନ୍ତି ଏହି ଗୋଟିଏ ବର୍ଷ ତାଙ୍କ ପାଇଁ ଖୁବ୍ ଭୟଙ୍କର ଏବଂ ଯନ୍ତ୍ରଣା ଦାୟକ ଥିଲା । କାରଣ ଯେଉଁଠି ସେ ହଜାର ହଜାର ଲୋକଙ୍କ ସମ୍ମୁଖରେ ପରଫର୍ମ କରୁଥିଲେ ରୋଗର ଶିକାର ହେବା ପରେ ୪ ଜଣଙ୍କୁ ସାମ୍ନା କରିବାକୁ ବି ଭୟ କରୁଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.