Below header

ଜାଣନ୍ତି କି ପତିବର୍ଷ ବ୍ରିଟେନ ଅଧିବାସୀ ୭୨ କୋଟି ଅଣ୍ଡା ଫୋପାଡି ଦିଅନ୍ତି ! ହେଲେ କାହିଁକି ?

ନୂଆଦିଲ୍ଳୀ: ଏକ ରିସର୍ଚରୁ ଜଣା ପଡିଛି ବ୍ରିଟେନର ଅଧିବାସୀ ମାନେ ଗୋଟେ ବର୍ଷ ଭିତରେ ୭୨ କୋଟି ଅଣ୍ଡାକୁ ନଷ୍ଟ କରିଦିଅନ୍ତି । ଶୁଣିଲେ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଏହା ସତ । ୨୦୦୮ ମସିହାର ଏହା ତିନି ଗୁଣା ହୋଇଥିଲା,ଯେତେବେଳେ ୧୩୯ ମିଲିୟନ ପଉଣ୍ଡର ଅଣ୍ଡା ଫୋପଡା ଯାଇଥିଲା । ବ୍ରିଟସି ଏଗ ଇଣ୍ଡଷ୍ଟ୍ରି କାଉଂସିଲ ମୁତାବକ ଯଦି ସଂଖ୍ୟା ଦେଖାଯାଏ ତେବେ ଇଂଗ୍ଲଣ୍ଡରେ ଗତବର୍ଷ ସମୁଦାୟ ୭.୨ ବିଲିୟନ ଅଣ୍ଡା ବିକ୍ରୀ ହୋଇଥିଲା ଯହା ପୁର୍ବବର୍ଷ ଅପେକ୍ଷା ୪ ପ୍ରତିଶତ ଅଧିକ ଥିଲା । କିନ୍ତୁ ରିସର୍ଚରୁ ଜଣା ପଡିଛି ୨୯ ପ୍ରତିଶତ ଲୋକ ଏଠାରେ ଅଣ୍ଡାକୁ ଫୋପାଡି ଦିଅନ୍ତି ।

କାହିଁକି ବ୍ରଟେନ ବାସୀ ଅଣ୍ଡାକୁ ଫୋପାଡି ଦିଅନ୍ତି ଚାଲନ୍ତୁ ଜାଣିବା

ବାସ୍ତବରେ ବ୍ରିଟେନରେ ଅଣ୍ଡାର ଏକ୍ସପାୟାର ହୋଇଗଲେଫୋପଡା ଦିଅନ୍ତି । ଏହାର କାରଣ ହୋଉଛି ବ୍ରିଟେନରେ ଶକାହାରୀ ଓ ମାଂସାହାରୀ ଲୋକଙ୍କ ସଂଖ୍ୟା ବଢିଯିବାରୁ ଅଣ୍ଡାବିକ୍ରୀର ମାତ୍ରା ବଡିଯାଇଥାଏ ।କିନ୍ତୁ ଠିକ ସମୟରେ ଏହାକୁ ନଖାଇବାରୁ ଅଣ୍ଡା ଗୁଡକ ଏକ୍ସପାୟାର ଡେଟ ହୋଇଯାଇଥାଏ ।ଏଥିପାଇଁ ଲୋକମାନେ ଏହାକୁ ଖାଇବା ପରିବର୍ତ୍ତେ ଫୋପାଡିଦେବାକୁ ଉଚ୍ଚିତ ଭାବନ୍ତି ।

ଫୋପାଡିବା ପୁର୍ବରୁ ଜରୁରୀ ହୋଇଥାଏ ଅଣ୍ଡାର ଜଳ ପରିକ୍ଷଣ

ରିସର୍ଚରୁ ଜଣାପଡିଛି ବ୍ରିଟେନର ମାତ୍ର ୨୩ ଶତକାଡା ଲୋକ ଅଣ୍ଡା ସତେଜତାକୁ ପାଣିରେ ପରିକ୍ଷଣ କରନ୍ତି । ଯେଉଁଥିରେ ଜଣା ପଡିଯାଏ ଅଣ୍ଡା ଏବେ ସତେଜ ଅଛି କି ନାହିଁ । ଆଉ ସେହି ପରିକ୍ଷଣକୁ ଏହି ଭଳି ଭାବରେ କରାଯାଇଥାଏ , ଗୋଟେ ଗିନା ଥଣ୍ଡା ପାଣିରେ ଗୋଟେ ଅଣ୍ଡାକୁ ବୁଡାଯାଏ । ଯଦି ଅଣ୍ଡାଟି ବୁଡିଯାଏ ଓ ଗୋଟେ ସାଇଡରେ ରହିଯାଏ ତେବେ ତାହାକୁ ପୁରା ସତେଜ ଅଣ୍ଡା ବୋଲି ଧରିନିଆଯଏ । ଯଦି ଅଣ୍ଡାଟି କମ ତାଜାଥାଏ କିନ୍ତୁ ଖଇବାକୁ ଭଲ ଥାଏ ,ତେବେ ତାହା ସବୁଠାରୁ ତଳେ ପଡିରହିଥାଏ ।ଯଦି ତାହା ପାଣି ଭିତରେ ଭାସିଲା ତେବେ ତାହା ଖଇବା ପାଇଁ ପର୍ଯ୍ୟାପ୍ତ ସତେଜ ହୋଇନଥାଏ । ଏହା ଏଥିପାଇଁ ହୋଇଥାଏ କାରଣ ଯେତେ ଯେତେ ଅଣ୍ଡା ପୁରୁଣା ହେଇଥାଏ , ପବନ ସ୍ଥଳୀର ଆକାର ବଢିଯାଇଥାଏ ଆଉ ଯେଉଁଥି ପାଇଁ ଏହା ଭାସିବାରେ ଲାଗିଥାଏ ।

ଡେଟ ଦେଖି ଅଣ୍ଡା ଫୋପାଡି ଦେଇ ଭୁଲ କରିଥାନ୍ତି ।

‘ଫୁଡ ବେଷ୍ଟ ଆପ ଟୁ ଗୁଡ ଟୁ ଗୋ’ ସଂସ୍ଥାର କୋ-ଫାଉଣ୍ଡର ଜୈମି କ୍ରିମଙ୍କ କହିବା କଥା ଯାଦି ଲୋକାମାନେ ଡେଟ ଦେଖି ଅଣ୍ଡା ଫେପାଡି ଦଅନ୍ତି ତେବେ ହୋଇପାରେ ସେମାନେ ଭଲ ଖାଦ୍ୟକୁ ଫୋପାଡୁଛନ୍ତି । ଖଦ୍ୟ ଅପଚୟ କରିବା ଏକ ବଡ ସମସ୍ୟା ଅଟେ ଏହାକୁ ବୁଦ୍ଧିବାନ ହୋଇ ବଞ୍ଚେଇ ପାରିଲେ ଅନେକ ଲେକ ଉପକୃତ ହୋଇ ପାରିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.