ଜେକେଏଲ୍‌ଏଫ୍‌ ମୁଖ୍ୟ ୟାସିନ୍‌ ମାଲିକ୍‌ଙ୍କୁ ଅଣାଗଲା ତିହାର ଜେଲ୍‌

ଜମ୍ମୁ କଶ୍ମୀର : ଜମ୍ମୁ କଶ୍ମୀର ଲିବରେସନ୍‌ ଫ୍ରଣ୍ଟ୍‌(ଜେକେଏଲ୍‌ଏଫ୍‌)ର ମୁଖ୍ୟ ୟାସିନ୍‌ ମାଲିକଙ୍କୁ ଜମ୍ମୁର କୋଟ୍‌ ବାଲ୍‌ଓ୍ଵାଲ୍‌ ଜେଲ୍‌ରୁ ନେସ୍‌ନାଲ୍‌ ଇନ୍‌ଭେଷ୍ଟିଗେସନ୍‌ ଏଜେନ୍‌ସି (ଏନ୍‌ଆଇଏ) ମଙ୍ଗଳବାର ରାତିରେ ନୂଆଦିଲ୍ଲୀର ତିହାର ଜେଲ୍‌କୁ ଆଣିଛି। ଆସନ୍ତାକାଲି ତାଙ୍କୁ ଏନ୍‌ଆଇଏ ଅଦାଲତରେ ହାଜର କରାଯିବାର ଯୋଜନା ଅଛି। ତେବେ ଆତଙ୍କ-ନିରୋଧୀ ଆଇନ୍‌ ବଳରେ ଜେକେଏଲ୍‌ଏଫ୍‌କୁ ନିଷିଦ୍ଧ କରିବାକୁ କେନ୍ଦ୍ର ସରକାର ନିଷ୍ପତ୍ତି ନେବା ପରେ ପିଏସ୍‌ଏ ଅଧୀନରେ ମାଲିକଙ୍କୁ ଗିରଫ କରାଯାଇଥିଲା।

yasin-malik1ଜେକେଏଲ୍‌ଏଫ୍‌ ଗୋଟାଏ ବିଚ୍ଛିନ୍ନତାବାଦୀ ସଙ୍ଗଠନ ଏବଂ ଆତଙ୍କବାଦ ବିରୋଧରେ ଜିରୋ ଟଲେରାନ୍ସ ନୀତି ଯୋଗୁଁ ଏହାକୁ ନିଷିଦ୍ଧ କରିବାକୁ କେନ୍ଦ୍ର ସ୍ଥିର କରିଥିବା ସହିତ ମାଲିକ କଶ୍ମୀରୀ ପଣ୍ଡିତ ଗଣସଂହାର ମାଷ୍ଟର୍‌ମାଇଣ୍ଡ୍‌ ଏବଂ ଜମ୍ମୁ ଓ କଶ୍ମୀରରେ ୪ ଜଣ ବାୟୁସେନା ଅଧିକାରୀଙ୍କୁ ହତ୍ୟା କରାଯିବା ଘଟଣାରେ ସମ୍ପୃକ୍ତି ରହିଥିବା ଗୃହ ସଚିବ ରାଜୀବ ଗୌବା ସୂଚନା ଦେଇଛନ୍ତି । ଏହାସହିତ ତାଙ୍କ ସଙ୍ଗଠନ କଶ୍ମୀରରେ ଆତଙ୍କବାଦୀମାନଙ୍କୁ ପାଣ୍ଠି ଯୋଗାଉଥିବା ନେଇ ଅଭିଯୋଗ ହୋଇଛି।