Below header

କଙ୍ଗନାଙ୍କ ନିୟୁ ଇୟର ପ୍ଲାନ, ଖୁବ୍‌ ଶୀଘ୍ର ଆସୁଛନ୍ତି ପୁରୀ ଜଗନ୍ନାଥ ଧାମ

ମୁମ୍ବାଇ : ବଲିଉଡ୍‌ କ୍ୱିନ ତଥା ଆକ୍ଟ୍ରେସ କଙ୍ଗନା ରାଣାଓ୍ଵତ ଖୁବଶୀଘ୍ର ଆସୁଛନ୍ତି ପୁରୀ। ସେ ନିଜେ ଏହା ବିଷୟରେ ଟ୍ଵିଟ ମାଧ୍ୟମରେ ସୂଚନା ଦେଇଛନ୍ତି। କଙ୍ଗନା ଟ୍ଵିଟରରେ ସବୁଠାରୁ ଅଧିକ ଆକ୍ଟିଭ୍‌ ରହୁଥିବା ଷ୍ଟାର୍ସ ମଧ୍ୟରୁ ଜଣେ। କଙ୍ଗନା ନିଜର ବିଚାର ଏବଂ ଡେଲି ଲାଇଫ ସହ ଜଡିତ ଅନେକ ଜିନିଷକୁ ନିଜ ଫ୍ୟାନ୍ସଙ୍କ ସହିତ ସେୟାର କରନ୍ତି।

ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ କଙ୍ଗନା ବହୁତ ଧାର୍ମିକ ଅଟନ୍ତି। ଏଥିପାଇଁ ସେ ନୂଆବର୍ଷର ଆରମ୍ଭ ଧାର୍ମିକ ସ୍ଥାନରୁ କରିବାକୁ ଚାହୁଁଛନ୍ତି। ଏହା ନିଜେ କଙ୍ଗନା ଟ୍ଵିଟ ମାଧ୍ୟମରେ ଜଣାଇଛନ୍ତି। କଙ୍ଗନା ମାଙ୍କ ସହିତ ନିଜର ପୁରୁଣା ଫଟୋ ସେୟାର କରି ଲେଖିଛନ୍ତି, ‘ କିଛି ବର୍ଷ ପୂର୍ବରୁ ମୁଁ ମା’ଙ୍କ ସହିତ କାଶି ବିଶ୍ୱନାଥଙ୍କର ଦର୍ଶନ କରିଛି, ମୁଁ ୭ଟି ଜ୍ୟେତିର୍ଲିଙ୍ଗ ଦର୍ଶନ କରିସାରିଛି। ଆଉ ଏବେ ଚାହୁଁଛି ୨୦୨୧ରେ କେଦାରନାଥ ଯାଇ ୮ଟି ଜ୍ୟୋତିର୍ଲିଙ୍ଗର ଦର୍ଶନ ହୋଇଯାଉ, ଆସନ୍ତା ବର୍ଷ ମୁଁ ପୁରୀ ଜଗନ୍ନାଥ ଧାମକୁ ଯାଇ ଦର୍ଶନ କରିବାକୁ ଚାହୁଁଛି ଏବଂ ଆପଣ?’


ଏହାପୂର୍ବରୁ କଙ୍ଗନା ଜଣାଇଥିଲେ ସେ ବହୁତ ଜଲଦି ଏକ ମନ୍ଦିର ବନାଇବାକୁ ଚାହୁଁଛନ୍ତି। ସେ ମାତା ଦୁର୍ଗାଙ୍କର ମନ୍ଦିର ବନାଇବାକୁ ଚାହୁଁଛନ୍ତି। ତେବେ କଙ୍ଗନାଙ୍କ କାମ ବିଷୟରେ କହିବା ତ ସେ ନିକଟରେ ଫିଲ୍ମ ‘ଥଲାଇଭା’ର ସୁଟିଂ ଶେଷ କରିଛନ୍ତି। ଏହାବ୍ୟତୀତ ସେ ଧାକଡ ଏବଂ ତେଜସ ଫିଲ୍ମରେ ମଧ୍ୟ ନଜର ଆସିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.