Below header

‘ଚେନ୍ନାଇ ଏକ୍ସପ୍ରେସ ୨’ରେ ନଜର ଆସିବେ ‘ଲଭ୍‌ ଆଜ୍‌ କଲ’ ଯୋଡି, ଖୁବଶୀଘ୍ର ହେବ ଘୋଷଣା

ଫିଲ୍ମ ‘କେଦାରନାଥ’ ହିଟ୍‌ ହେବା ପରେ ନିଜ ଅଭିନୟକୁ ନେଇ ବେଶ୍‌ ପ୍ରଶଂସିତ ହେଉଛନ୍ତି ସାରା ଅଲ୍ଲୀ ଖାନ୍‌ । ଆସନ୍ତା ୧୪ ତାରିଖରେ କାର୍ତ୍ତିକ ଆରୟନଙ୍କ ସହ ତାଙ୍କ ଚଳଚ୍ଚିତ୍ର ‘ଲଭ୍‌ ଆଜ୍‌ କଲ’ ରିଲିଜ ହେବାକୁ ଯାଉଛି। ନିକଟରେ ଏହାର ଟ୍ରେଲର ରିଲିଜ ହେବା ପରେ ଉଭୟଙ୍କ ଯୋଡ଼ିକୁ ପସନ୍ଦ କରାଯାଉଛି। ଏହା ଭିତରେ ଖବର ଶୁଣିବାକୁ ମିଳୁଛି ଯେ, ନିର୍ଦ୍ଦେଶକ ରୋହିତ ସେଟ୍ଟି ସାରା-କାର୍ତ୍ତିକଙ୍କୁ ନିଜ ଫିଲ୍ମ ପାଇଁ କାଷ୍ଟ କରିବାକୁ ଚାହୁଁଛନ୍ତି। ନେହା ଧୁପିୟାଙ୍କ ଚାଟ୍‌ ଶୋ’ରେ ରୋହିତ କହିଛନ୍ତି, ଯଦି ସେ ଚେନ୍ନାଇ ଏକ୍ସପ୍ରେସ୍‌ର ଦ୍ୱିତୀୟ ଭାଗ ନିର୍ମାଣ କରିବେ ତେବେ ନିଶ୍ଚିତ ଭାବେ ଉଭୟଙ୍କୁ ନେବେ।

kartik

ରୋହିତ ଏବେ ସୂର୍ଯ୍ୟବଂଶୀ ଫିଲ୍ମକୁ ନେଇ ବ୍ୟସ୍ତ। ଫିଲ୍ମରେ ଅକ୍ଷୟ କୁମାର ମୁଖ୍ୟ ଭୂମିକାରେ ଅଛନ୍ତି। ଏବେ କାର୍ତ୍ତିକଙ୍କ ହାତରେ ଫିଲ୍ମ ‘ଭୁଲ ଭୁଲେୟା ୨’ ଏବଂ ‘ଦୋସ୍ତାନା ୨’ ରହିଥିବା ବେଳେ ସାରା ଅପ୍‌କମିଙ୍ଗ ଫିଲ୍ମ ‘କୁଲି ନମ୍ବର ୧’ରେ ନଜର ଆସିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.