ଆଜି ଭାରତରେ ବିକ୍ରି ପାଇଁ ଉପଲବ୍ଧ ହେଲା Nokia 4K Smart Tv, ଜାଣନ୍ତୁ ଅଫର

Nokia 4K Smart Tv ଆଜି ଭାରତରେ ବିକ୍ରି ପାଇଁ ଉପଲବ୍ଧ ହୋଇଛି। ଗ୍ରାହକମାନେ ଏହାକୁ ଇ-କମର୍ସ ସାଇଟ୍‌ରୁ କିଣିପାରିବେ। ସ୍ମାର୍ଟଫୋନ୍‌ ନିର୍ମାତା କମ୍ପାନୀ ‘Nokia’ର ଏହା ପ୍ରଥମ ସ୍ମାର୍ଟ ଟିଭି।

n3

ଅଫର୍ସ

ଭାରତରେ Nokia 4K Smart Tvର ଦାମ୍‌ ରହିଛି ୪୧,୯୯୯ ଟଙ୍କା। ଯଦି ଗ୍ରାହକ ଏହି ଟିଭି କିଣିବା ପାଇଁ ଫେଡେରାଲ୍‌ ବ୍ୟାଙ୍କର ଡେବିଟ୍‌ କାର୍ଡରୁ ପେମେଣ୍ଟ କରିବେ, ତା’ହେଲେ ତାଙ୍କୁ ୧୦ ପ୍ରତିଶତ ରିହାତି ଦିଆଯିବ। axis bank buzz credit cardରୁ ପେମେଣ୍ଟ କଲେ ୧୦ ପ୍ରତିଶତ ଡିସ୍‌କାଉଣ୍ଟ ମିଳିବ। ଏହାସହିତ ୧ ବର୍ଷର ଓ୍ଵାରେଣ୍ଟି ମଧ୍ୟ ଦିଆଯାଉଛି।

n4

ସ୍ପେସିଫିକେଶନ

ଏହି ସ୍ମାର୍ଟ ଟିଭିରେ ୫୫ ଇଞ୍ଚର ଅଲଟ୍ରା ଏଚ୍‌ଡି ଦିଆଯାଇଛି, ଯାହାର ରିଜୋଲ୍ୟୁଶନ 3840 x 2160 ପିକ୍ସଲ ରହିଛି। କମ୍ପାନୀ ଏହି ଟିଭିର ସ୍କ୍ରିନ୍‌ରେ ବେଜେଲ୍‌-ଲେସ୍‌ ଡିଜାଇନ୍‌ ଦେଇଛି। ଏହାସହିତ ବଢ଼ିଆ ପରଫର୍ମାନ୍ସ ପାଇଁ ଏଥିରେ କ୍ୱାଡ୍‌କୋର୍‌ ଚିପ୍‌ସେଟ୍‌ ବ୍ୟବହାର କରାଯାଇଛି। 4K Smart Tvରେ ୨.୨୫ ଜିବି ର‍୍ୟାମ୍‌ର ସପୋର୍ଟ ଦିଆଯାଇଛି।

n88

ଏହା ଆଣ୍ଡ୍ରୋଏଡ୍‌ ୯ ପାଇ ଅପରେଟିଙ୍ଗ୍‌ ସିଷ୍ଟମ୍‌ ଉପରେ କାମ କରିଥାଏ। ଭଲ ସାଉଣ୍ଡ କ୍ୱାଲିଟି ପାଇଁ ଇଣ୍ଟେଲିଜେଣ୍ଟ ଡିମିଙ୍ଗ୍‌ ଟେକ୍ନୋଲୋଜି, ଡଲ୍‌ବି ଭିଜନ ଏବଂ HDR 10 ଭଳି ଫଚର୍ସ ଦିଆଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.