ପୁରୀ(କେନ୍ଯୁଜ୍): ବୁଡିଯାଉଥିବାବେଳେ ଉଦ୍ଧାର ହେଲେ ୪ ପର୍ଯ୍ୟଟକ। ଉଦ୍ଧାର ପର୍ଯ୍ୟଟକ ହେଉଛନ୍ତି ପଶିମବଙ୍ଗ ହାୱଡା ଓ ସାନ୍ଥ୍ରାକାଛି ଅଞ୍ଚଳର। ଗତକାଲି ଏମାନେ ପୁରୀ ବୁଲିବାକୁ ଆସିଥିଲେ। ଆଜି ସକାଳେ ପୁରୀ ସମୁଦ୍ରର ୧୧ନମ୍ବର ସେକ୍ଟରରେ ଗାଧୋଉଥିବାବେଳେ ଲହଡି ମାଡରେ ଭାସି ଯାଇଥିଲେ। ତେବେ ସେଠାରେ ମୁତୟନ ଥିବା ଲାଇଫଗାର୍ଡ ସେମାନଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିଥିଲେ। ଉଦ୍ଧାର ପରେ ପ୍ରାଥମିକ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଆଗକୁ ପୂର୍ଣ୍ଣମୀ ଥିବାରୁ ସମୁଦ୍ର ଅଶାନ୍ତ ରହିଛି।