Below header

ହଠାତ୍‌ ଘର ନଳରୁ ପାଣି ପରିବର୍ତ୍ତେ ବାହାରିଲା ମଦ, ଆଉ ତା’ ପରେ

କେବେ ଆପଣ ଘରର ପାଣି ଟ୍ୟାପ୍‌ ଖୋଲିଲା ବେଳ ସେଥିରୁ ପାଣି ବାହାରିବା ପରିବର୍ତ୍ତେ ମଦ ବାହାରିବ, ତେବେ ଆପଣଙ୍କ ମୁଣ୍ଡ ନିଶ୍ଚିତ କାମ କରିବ ନାହିଁ। ଏହାକୁ ଦେଖି ଯେ କେହି ଆଶ୍ଚର୍ଯ୍ୟ ହେବା ସ୍ବାଭାବିକ କଥା। ଏପରି ଏକ ଘଟଣା କେରଳର ତ୍ରିଶୂର ଜିଲାରେ ଏମିତି ଦୃଶ୍ୟ ଦେଖିବାକୁ ମିଳିଛି।

mada

ତ୍ରିଶୂର ଚଲାକୁଡି ଅଞ୍ଚଳରେ ଥିବା ଏକ ସୋଲୋମନେ ଏଭେନ୍ୟୁ ଆପାର୍ଟମେଣ୍ଟରେ ଏହି ଦୃଶ୍ୟ ଦେଖିବାକୁ ମିଳିଥିଲା। ଯାହାକୁ ଦେଖିବା ପରେ ସେଠାରେ ରହୁଥିବା ଲୋକେ ଆଶ୍ଚର୍ଯ୍ୟ ହୋଇଥିଲେ। ତେବେ ପାଇପରୁ ବାହାରୁ ଥିବା ପାଣିରୁ ମଦ ଗନ୍ଧ ବାହାରୁଥିବା ଖବର ପ୍ରଚାର ହୋଇଯିବା ପରେ ସ୍ଥାନୀୟ ଲୋକ ନଗର ନିଗମକୁ ଏ ସମ୍ପର୍କରେ ସୂଚନା ଦେଇଥିଲେ। ଏହାପରେ ଅବକାରୀ ବିଭାଗର ଏକ ବଡ ଭୁଲ୍‌ ସାମ୍ନାକୁ ଆସିଥିଲା।

1

ସୂଚନାଯୋଗ୍ୟ, ନିକଟରେ ଅବକାରୀ ବିଭାଗ ପ୍ରାୟ ୪୫୦୦ ଲିଟର ମଦ ଜବତ କରିଥିଲା। ଯାହାକୁ ଏକ ସ୍ଥାନରେ ଫୋପାଡି ଦିଆଯାଇଥିଲା। ସେହି ମଦ ବୋହିଯାଇ ନିକଟରେ ଥିବା କୂଅରେ ବୋହି ମିଶିଯାଇଥିଲା। ସେହି କୂଅରୁସୋଲୋମନେ ଏଭେନ୍ୟୁ ଆପାର୍ଟମେଣ୍ଟକୁ ପାଣି ଯୋଗାଇ ଦିଆଯାଏ। ଅବକାରୀ ବିଭାଗର ଏହି ଭୁଲ୍‌ ପାଇଁ ଆପାର୍ଟମେଣ୍ଟରକୁ ଯାଉଥିବା ପାଣିରେ ମଦ ମିଶିଯାଇଥିଲା। ଫଳରେ ପାଣି ପାଇପରେ ମଦ ମିଶା ପାଣି ଆସିବାରୁ ଲୋକେ ଅଭିଯୋଗ କରିଥିଲେ। ଏହି କୂଅକୁ ଏପର୍ଯ୍ୟନ୍ତ ୮ ଥର ସଫା କରାସରିଲାଣି। କିନ୍ତୁ ଏପର୍ଯ୍ୟନ୍ତ କୂଅ ପାଣିରୁ ମଦ ଗନ୍ଧ ଦୂର ହୋଇନାହିଁ। ଖୁବ୍‌ଶୀଘ୍ର ଏହି ଲୋକଙ୍କ ଏହି ସମସ୍ୟାକୁ ଦୂର କରାଯିବ ବୋଲି ଡେପୁଟି ଏକ୍ସାଇଜ କମିଶନର କହିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.