Below header

୧୦୫ ବର୍ଷ ବୟସରେ ୭୪.୫ ପ୍ରତିଶତ ନମ୍ବର ରଖି ପରୀକ୍ଷା ପାସ କଲେ ବିଶ୍ୱର ସବୁଠାରୁ ବୟସ୍କା ଛାତ୍ରୀ

ପଢିବା ପାଇଁ କୌଣସି ନିର୍ଦ୍ଦିଷ୍ଟ ବୟସ ସୀମା ନଥାଏ । ଯଦି ମନରେ ଦୃଢ ଇଛାଶକ୍ତି ଥାଏ ତେବେ କେକୌଣସି ବୟସରେ ବି ଜଣେ ନିଜ ପାଠପଢା ପୁରା କରି ପାରିବ । ଏମିତି ହିଁ ଏକ ଅନନ୍ୟ କାର୍ଯ୍ୟ କରି ସମସ୍ତଙ୍କ କେରଳର ଭାଗିରଥି ଆମ୍ମା ।  ନିଜ ଭିତରେ ଥିବା ପାଠପଢା ଇଛାକୁ ସେ ୧୦୫ ବର୍ଷ ବୟସରେ ପୂରା କରିପାରିଛନ୍ତି । ଗତ ନଭେମ୍ବର ମାସରେ ହିଁ ଆମ୍ମା ଚତୁର୍ଥ ଶ୍ରେଣୀ ସମାନ ପରୀକ୍ଷା ଦେଇ ପୃଥିବୀର ସବୁଠୁ ବୟସ୍କ ଛାତ୍ର ହେବାର ଗୌରବ ଅର୍ଜନ କରିଥିଲେ । ନିକଟରେ ହିଁ ସେ ହିଁ ପରୀକ୍ଷା ଫଳ ପ୍ରକାଶ ପାଇଥିବା ବେଳେ ଆମ୍ମା ସେଥିରେ ସମୁଦାୟ ୭୪ ପ୍ରତିଶତ ନମ୍ବର ରଖିଥିବା ଜଣାଯାଇଛି ।

amma

କେରଳ ରାଜ୍ୟ ଅନ୍ତର୍ଗତ ସାକ୍ଷରତା ମିଶନର ଚତୁର୍ଥ ଶ୍ରେଣୀ ସମକକ୍ଷ ପରୀକ୍ଷାରେ ସମୁଦାୟ ୨୭୫ ନମ୍ବରରୁ ୨୦୫ ନମ୍ବର ହାସିଲ କରିଛନ୍ତି ଆମ୍ମା । ପରୀକ୍ଷାରେ ତାଙ୍କ ବିଷୟ ଥିଲା ମାଲାୟାଲମ, ଇଂରାଜୀ ଓ ଗଣିତ । ଗଣିତରେ ଆମ୍ମା ୭୫ ରୁ ୭୫ ନମ୍ବର ରଖିଥିବା ବେଳେ ଇଂରାଜୀରେ ରଖିଛନ୍ତି ୫୦ ରୁ ୩୦ ଢ ଏହାବାଦ ନିଜ ମାତୃଭାଷା ମାଲାୟାଲମରେ ରଖିଛନ୍ତି ୫୦ ରୁ ୫୦ ନମ୍ବର । ଭାଗିରଥି ଆମ୍ମାଙ୍କ ପଢ଼ା ନିଶା କିନ୍ତୁ ଏତିକିରେ ଅଟକି ଯାଇନାହିଁ । ସେ ୧୦ ସମକକ୍ଷ ପରୀକ୍ଷା ଦେବାକୁ ବି ଇଛା ରଖିଛନ୍ତି ।

amma

ଛୋଟ ବେଳରୁ ହିଁ ଆମ୍ମାଙ୍କର ପାଠପଢ଼ା ପ୍ରତି ବିଶେଷ ଆଗ୍ରହ ରହିଥିଲା । କିନ୍ତୁ ମା ଙ୍କ ମୃତ୍ୟୁ ପରେ ଘର ଜଂଜାଳ ସମ୍ଭାଳୁ ସମ୍ଭାଳୁ ଅମ୍ମାଙ୍କୁ ନିଜର ଏହି ଇଚ୍ଛାକୁ ତ୍ୟାଗ କରିବାକୁ ପଡିଥିଲା । ୯ ବର୍ଷ ବୟସ ହୋଇଥିବା ବେଳେ ୩ୟ ଶ୍ରେଣୀ ପର୍ଯ୍ୟନ୍ତ ହିଁ ସେ ପଢିଥିଲେ । ଖାଲି ସେତିକି ନୁହେଁ ତାଙ୍କୁ ମାତ୍ର ୩୦ ବର୍ଷ ହୋଇଥିବା ବେଳେ ନିଜ ପତିଙ୍କୁ ହରାଇ ଥିଲେ ଆମ୍ମା । ନିଜେ ହିଁ ଅକ୍ଲାନ୍ତ ପରିଶ୍ରମ କରି ନିଜ ୬ ପିଲାଙ୍କ ଲାଳନ ପାଳନର ଭାର ନିଜ ଉପରକୁ ନେଇଥିଲେ । ଆମ୍ମାଙ୍କ ପୁଅଝିଅଙ୍କ ଭିତରୁ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ତିନି ନାତିନାତୁଣୀ ବି ଜଗତ ଛାଡ଼ି ସାରିଲେଣି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.