ଫ୍ୟାନ୍‌ଙ୍କ ଆଖି ବନ୍ଦ କରି ତାଙ୍କୁ ସରପ୍ରାଇଜ୍‌ ଦେଲେ ଆଲିଆ ଭଟ୍ଟ, ବାର୍ଥ ଡେ’ରେ ତିଆରି କଲେ କେକ୍‌

ଆଲିଆ ଭଟ୍ଟ ବଲିଉଡ୍‌ରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିସାରିଛନ୍ତି। ତାଙ୍କର ବହୁତ ଲମ୍ବା ଫ୍ୟାନ୍‌ ଫଲୋଇଙ୍ଗ୍‌ ରହିଛି। ଅଭିନେତ୍ରୀଙ୍କ ଅଭିନୟ ଦକ୍ଷତା ସହିତ ତାଙ୍କର ସ୍ୱୀଟ୍‌ ନେଚରକୁ ଲୋକେ ବେଶ୍‌ ପସନ୍ଦ କରୁଛନ୍ତି। ନିକଟରେ ସେ ଜଣେ ଫ୍ୟାନ୍‌ଙ୍କ ଲାଗି କେକ୍‌ ବେକ୍‌ କରିଥିଲେ। ଜାଣନ୍ତୁ କ’ଣ ଥିଲା ପୂରା ଘଟଣା।

a2

ଆଲିଆ ପୂର୍ବରୁ ମଧ୍ୟ ନିଜର କୁକିଂ ସ୍କିଲ୍‌ ଦେଖାଇ ସାରିଛନ୍ତି। ସେ ରଣବୀର କପୁରଙ୍କ ବର୍ଥ ଡେ’ରେ କେକ୍‌ ତିଆରି କରିଥିଲେ। ଏଥର ସେ ଜଣେ ଫ୍ୟାନଙ୍କ ବାର୍ଥ ଡେ’ରେ କେକ୍‌ ତିଆରି କରି ତାଙ୍କୁ ସରପ୍ରାଇଜ୍‌ ଦେଇଛନ୍ତି।

a4

ପ୍ରକୃତ କଥାଟି ହେଲା, ଅର୍ଜୁନ କପୁରଙ୍କ ଭଉଣୀ ଅଂଶୁଲା କପୁରଙ୍କର ଏକ ଚ୍ୟାରିଟି ଇନିସିଏଟିଭ୍‌ ହେଉଛି ‘ଫ୍ୟାନ୍‌କାଉଣ୍ଡ’। ଏହାସହ କିଛି ସେଲିବ୍ରିଟି ଯୋଡ଼ିରହି ରହିଛନ୍ତି, ଯେଉଁମାନଙ୍କ ମଧ୍ୟରେ ଆଲିଆ ବି ଅଛନ୍ତି।

a5

ଅଂଶୁଲାଙ୍କର ଏହି ଇନିସିଏଟିଭ୍‌ରେ ଡୋନେଟ୍‌ କରୁଥିବା ଫ୍ୟାନ୍‌ଙ୍କୁ ତାଙ୍କ ପସନ୍ଦର କଳାକାରଙ୍କ ତରଫରୁ କିଛି ନା କିଛି ସରପ୍ରାଇଜ୍‌ ଦିଆଯାଇଥାଏ। ଏଥିରେ ସାରା ଅଲ୍ଲୀ ଖାନ୍‌ ଓ କାର୍ତ୍ତିକ ଆଯ୍ୟର୍ନ ମଧ୍ୟ ଜଡ଼ିତ ଅଛନ୍ତି। ଏହି ଇନିସିଏଟିଭ୍‌ର ଡିଟେଲ୍‌ ଅଂଶୁଲା ନିଜ ଇନ୍‌ଷ୍ଟାଗ୍ରାମ ପେଜ୍‌ରେ ଦେଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.