Below header

ପୁଣି ସଙ୍କଟରେ ଗଜରାଜ, କାଦୁଅ ଭିତରେ ଅଧା ପୋତା ହୋଇ ପଡିଛି ହାତୀ ଛୁଆ

କେନ୍ଯୁଜ୍: ପୁଣି ସଙ୍କଟରେ ଗଜରାଜ। ଢେଙ୍କାନାଳ ଜିଲ୍ଲା ସଦର ରେଞ୍ଜ ଅନ୍ତର୍ଗତ ପୋଡାପଡା ନିକଟରେ ହାତୀ ଛୁଆର ମୃତଦେହ ଠାବ ହୋଇଛି। କାଦୁଅ ମଧ୍ୟରେ ଅଧା ପୋତା ହୋଇ ପଡିଛି ହାତୀ ଛୁଆ। ତାର ବୟସ ପ୍ରାୟ ୧ ମାସ ହେବ ବୋଲି ଜଣାପଡିଛି। ହାତୀ ଛୁଆର ଶୁଣ୍ଢ ଛିଡି ଯାଇଥିବାବେଳେ ତାର ଅଧା ଶରୀର କାଦୁଅ ଭିତରେ ପୋତି ହୋଇରହିଛି। ହାତୀ -ହାତୀ ଭିତର ଲଢେଇ ହୋଇ ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି। ସଦର ରେଞ୍ଜ ବନବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.