ଆକାଉଣ୍ଟରେ ଥିଲା ମାତ୍ର ୬୦ ଟଙ୍କା, ହଠାତ୍‌ ଆସିଗଲା ୩୦ କୋଟି : ଏହା ଜାଣି ବ୍ୟକ୍ତିଙ୍କ ଉଡିଗଲା ହୋସ୍‌

କେବେ ଭାବିଛନ୍ତି, ଆପଣଙ୍କ ପାଖରେ ବିଲକୁଲ ପଇସା ନଥିବ କିନ୍ତୁ ହଠାତ୍‌ ଆପଣଙ୍କ ଆକାଉଣ୍ଟକୁ କୋଟି କୋଟି ଟଙ୍କା ଆସିଯିବ। ଏକଥା ଜାଣିବା ପରେ ହୁଏତ ଆପଣଙ୍କ ହୋସ୍‌ ଉଡିଯିବ। ଏମିତି ଏକ ଘଟଣା କର୍ନାଟକର ଚତ୍ରପାଟଣାର କସ୍ତେରେ ଦେଖିବାକୁ ମିଳିଛି। ସଇଦ ମଲିକ ବୁରହାନ ନାମକ ଜଣେ ଫୁଲ ବିକାଳିଙ୍କ ପତ୍ନୀଙ୍କ ଆକାଉଣ୍ଟରେ ୩୦ କୋଟି ଟଙ୍କା ଜମା ହୋଇଛି।

rs

ଘଟଣା ମୁତାବକ, ଡିସେମ୍ବର ୨ ରେ ବ୍ୟାଙ୍କ କର୍ମଚାରୀ ତାଙ୍କ ଘରକୁ ଆସି ଘରର ଝାନଭିନ କରିବା ସହିତ ବୁରହାନଙ୍କ ପତ୍ନୀ ରେହାନାଙ୍କ ଆକାଉଣ୍ଟରେ ବିପୁଳ ମାତ୍ରାରେ ଅର୍ଥ ଜମା ହେବା କଥା ଜଣାଇଥିଲେ। କିନ୍ତୁ ବୁରହାନ ଏହିସବୁ କଥା କିଛି ଜାଣିନଥିଲେ କିମ୍ବା ବୁଝିପାରିନଥିଲେ। ଏଥିପାଇଁ ବ୍ୟାଙ୍କ କର୍ମଚାରୀ ତାଙ୍କୁ ଏବଂ ପତନୀ ରେହାନାଙ୍କ ସହିତ ଆଧାର କାର୍ଡ ଧରି ବ୍ୟାଙ୍କକୁ ଆସିବାକୁ କହିଥିଲେ। ସେଠାରେ ବ୍ୟାଙ୍କ କର୍ମଚାରୀ ବୁରହାନଙ୍କ ଜବରଦସ୍ତି ଏକ ଦସ୍ତାବିଜରେ ଦସ୍ତଖତ କରିବା ପାଇଁ ବାଧ୍ୟ କରିଥିଲେ କିନ୍ତୁ ବୁରହାନ ତାଙ୍କ କଥା ଶୁଣିନଥିଲେ।

flo

କିନ୍ତୁ ବୁରହାନଙ୍କ କହିବାନୁଯାୟୀ, ଏକ ଅନଲାଇନ ସାଇଟ୍‌ରୁ ବୁରହାନ ପତ୍ନୀଙ୍କ ପାଇଁ ଶାଢି କିଣିବା ସମୟରେ କାର ଜିତିବା ଅଫର ପାଇଁ ବ୍ୟାଙ୍କ ବିବରଣୀ ଦେଇଥିଲେ। ତା’ ପରେ ହିଁ ତାଙ୍କ ଆକାଉଣ୍ଟରେ ଏକ ବଡ ଅର୍ଥ ରାଶି ଆସିଥିଲା। ସେମାନଙ୍କ ଆକାଉଣ୍ଟରେ ମାତ୍ର ୬୦ ଟଙ୍କା ଥିବା ବେଳେ ହଠାତ୍‌ ୩୦ କୋଟି ଟଙ୍କା କେଉଁଠୁ ଆସିଲା ସେମାନେ ଜାଣିପାରିନଥିଲେ। ପରେ ବୁରହାନ ଆୟକର ବିଭାଗରେ ଏକ ଅଭିଯୋଗ କରିଥିଲେ। କିନ୍ତୁ ବିଭାଗ ସେମାନଙ୍କ କଥାରେ କୌଣସି ଗୁରୁତ୍ୱ ଦେଇନଥିଲେ। ପରେ ଆଇପିସି ଧାରା ଠକିବା ଏବଂ ଧୋକା ଦେବା ଧାରା ଅନୁଯାୟୀ ତାଙ୍କ ଅଭିଯୋଗକୁ ଗ୍ରହଣ କରାଯାଇଥିଲା। ପୋଲିସ ଏହି ଘଟଣାର ତଦନ୍ତ ଚଳାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.