Below header

ଏହି କାରଣ ପାଇଁ ଅଭିନେତ୍ରୀ ମୀନାକ୍ଷୀ ଶେଷାଦ୍ରି ଛାଡି ଥିଲେ ଫିଲ୍ମ ଓ ଦେଶ, ଏଯାଏ ଫେରି ନାହାଁନ୍ତି

ବଲିଉଡ୍‌ର ଯେଉଁ କେତେଜେଣ ଅଭିନେତ୍ରୀ ଫିଲ୍ମ ସ୍କ୍ରିନ୍‌ରେ ନିଜର ଆଧିପତ୍ୟ ଜାହିର କରିଥିଲେ ସେମାନଙ୍କ ମଧ୍ୟରେ ମୀନାକ୍ଷୀ ଶେଷାଦ୍ରି ଥିଲେ ଅନ୍ୟତମ । ଅଶୀ ଓ ନବେ ଦଶକରେ ମୀନାକ୍ଷୀ ଦର୍ଶକଙ୍କ ହୃଦୟରେ ରାଜତ୍ୱ କରୁଥିଲେ । ସେତେବେଳେ ସେ ପ୍ରାୟ ସବୁ ବଡ ଅଭିନେତାଙ୍କ ସହ କାମ କରିଛନ୍ତି । ମୀନାକ୍ଷୀ ୧୯୬୩ ମସିହା ନଭେମ୍ବର ୧୬ ତାରିଖରେ ଜନ୍ମଗ୍ରହଣ କରିଛନ୍ତି ।

meenakshi.JPG-4

ଶୁଣାଯାଏ ମୀନାକ୍ଷୀ ଓ ଗାୟକ କୁମାର ସାନୁ ଉଭୟେ ଉଭୟେଙ୍କୁ ଭଲ ପାଉଥିଲେ । ଏହା ଆରମ୍ଭ ହୋଇଥିଲା ମହେଶ ଭଟ୍ଟଙ୍କ ଫିଲ୍ମ ‘ଜୁର୍ମ’ ସେଟ୍‌ରୁ । ତା’ପରଠୁ ମୀନାକ୍ଷୀ ଓ କୁମାର ସାନୁ ଡେଟିଂରେ ରହିଥିଲେ । ସେତେବେଳେ କୁମାର ସବୁଠୁ ଲୋକପ୍ରିୟ ଗୀତ ‘ଜବ୍‌ କୋଇ ବାତ୍‌ ବଢ଼୍‍ ଯାଏ’ ଗାଇ ବେଶ୍‌ ପ୍ରଶଂସାଭାଜନ ହୋଇଥିଲେ । ମୀନାକ୍ଷୀ ଓ କୁମାରଙ୍କ ସମ୍ପର୍କ ପ୍ରାୟ ୩ ବର୍ଷ ଯାଏ ଗୁପ୍ତ ଭାବେ ଚାଲିଥିଲା । ସେତେବେଳେ କୁମାର ବିବାହିତ ଥିଲେ ।

meenakshi.JPG-1

ହେଲେ କୈାଣସି ସୂତ୍ରରୁ କୁମାରଙ୍କ ପତ୍ନୀ ରିତା ଭଟ୍ଟାଚାର୍ଯ୍ୟ ଏହା ଜାଣିପାରିଥିଲେ । ସେତେବେଳେ କୁମାର ସାନୁଙ୍କର ବହୁତ ଗାର୍ଲ ଫ୍ରେଣ୍ଡ ଥିଲେ । ଏହି ଖବର ପରେ ତାଙ୍କର ପତ୍ନୀଙ୍କ ସହ ୧୯୯୪ରେ ଛାଡପତ୍ର ହୋଇଯାଇଥିଲା । କୁମାରଙ୍କ ଛାଡପତ୍ର ଖବର ପରେ ମୀନାକ୍ଷୀ ମଧ୍ୟ କୁମାରଙ୍କ ଠାରୁ ଦୂରେଇ ଯାଇଥିଲେ । ଉକ୍ତ ସମୟରେ ବଲିଉଡ୍ ନିର୍ଦ୍ଦେଶକ ରାଜକୁମାର ସନ୍ତୋଷୀଙ୍କ ସହ ମଧ୍ୟ ତାଙ୍କ ନାମକୁ ମଧ୍ୟ ଯୋଡା ଯାଉଥିଲା।

 

 

meenakshi.JPG-9

ମୀନାକ୍ଷୀ ଏବଂ ସନ୍ତୋଷୀ ଅନେକ ଫିଲ୍ମରେ ଏକାଠି କାମ କରିଥିଲେ। ମାତ୍ର ହଠାତ୍ ସନ୍ତୋଷୀ ତାଙ୍କୁ ପ୍ରେମ ନିବେଦନ କରିଥିଲେ। ମାତ୍ର ଏଥିପାଇଁ ମୀନାକ୍ଷୀ ତାଙ୍କୁ ମନା କରିଦେଇଥିଲେ। ଏହା ପରେ ମୀନାକ୍ଷୀ ଏତେ ମାତ୍ରାରେ ଡରିଯାଇଥିଲେ ଯେ ସେ ବଲିଉଡ୍ ସହ ଦେଶ ଛାଡି ପଳାଥିଲେ । ଏବେ ସେ ବ୍ୟବସାୟୀ ହରିଶ ମୈସୁରଙ୍କୁ ବିବାହ କରି ଆମେରିକାର ଟେକ୍ସାସ ସହରରେ ରହୁଛନ୍ତି ।

Meenakshi-Seshadri-10

ତାଙ୍କର ୨ ପିଲା ଝିଅ ଭେନ୍ଦ୍ରା ଏବଂ ପୁଅ ଜୋଶ ଅଛନ୍ତି । ଆଜି ପର୍ଯ୍ୟନ୍ତ ସେ ସେଠାରେ ରହୁଛନ୍ତି ଓ ଭାରତ ଫେରିନାହାଁନ୍ତି । ପ୍ରକାଶଯୋଗ୍ୟ ଯେ ମୀନାକ୍ଷୀ ମାତ୍ର ୧୭ ବର୍ଷ ବୟସରେ ମିସ୍ ଇଣ୍ଡିଆ ଟାଇଟଲ୍ ଜିତିଥିଲେ । ୧୯୯୭ରେ ମୀନାକ୍ଷୀ ବଲିଉଡ୍‌କୁ ଗୁଡ୍‌ ବାଏ କରି ଆମେରିକା ଚାଲିଯାଇଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.