Below header

ସିଡ୍‌ନୀରେ କରୀନାଙ୍କୁ ମିଳିଲା ଏଭଳି ଉପହାର, ଯାହାକୁ ଦେଖି ଝୁମି ଉଠିଲେ ବେବୋ

କରୀନା ସବୁବେଳେ ନିଜର ଲୁକ୍‌କୁ ନେଇ ଚର୍ଚ୍ଚାରେ ରହିଥାନ୍ତି। କରୀନା ଏବେ ଏକ ଖାସ୍‌ ଇଭେଣ୍ଟରେ ଯୋଗ ଦେବା ପାଇଁ ପହଞ୍ଚିଛନ୍ତି ସିଡନୀରେ। ଏହି ସିଡନୀ ଇଭେଣ୍ଟରେ ଯୋଗ ଦେବା ପୂର୍ବରୁ କରୀନାଙ୍କ ଗ୍ଲାମରର୍ସ ଲୁକ୍‌ ଦେଖିବାକୁ ମିଳିଥିଲା। ଯାହାର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। କିନ୍ତୁ ଏଠାରେ କରୀନାଙ୍କୁ ଏପରି କିଛି ଜିନିଷ ମିଳିଛି, ଯାହାକୁ ନେଇ କରୀନାଙ୍କ ପାଦ ଆଉ ତଳେ ଲାଗୁନି। କରୀନା ପୁରା ଖୁସିରେ ଝୁମି ରହିଛନ୍ତି।

taimur 1

ଏବେ ଇଣ୍ଟରନେଟରେ ଏକ ଭିଡିଓ ଭାଇରାଲ ହୋଇଛି। କଥା କ’ଣ କି, ଏହି ଭିଡିଓରେ ସିଡନୀ ଇଭେଣ୍ଟ ସମୟରେ କରୀନାଙ୍କ କିଛି ଫ୍ୟାନ୍‌ ତାଙ୍କୁ ପୁଅ ତୈମୁରଙ୍କ ସୁନ୍ଦର ପେଣ୍ଟିଂ ଉପହାର ହେଇଥିଲେ। ଏହି ପେଣ୍ଟିଂକୁ ଦେଖିବା ପରେ କରୀନାଙ୍କ ପାଦ ଆଉ ତଳେ ଲାଗିନଥିଲା। ପେଣ୍ଟିଂ ଦେଖିବା କ୍ଷଣି କରୀନା ଖୁସିରେ ଝୁମି ଉଠିଥିଲେ। ଏଥିରେ ବିଲକୁଲ ତୈମୁରଙ୍କ ଭଳି ଫଟୋ ପେଣ୍ଟିଂ କରାଯାଇଥିଲା। ଯେଉଁଥି ପାଇଁ ମମି କରୀନାଙ୍କ ଖୁସି କହିଲେ ନସରେ।

ଏହାସହ ପଢ଼ନ୍ତୁ ; ଟିକ୍‌ଟକ୍‌ କରି ଲକ୍ଷଲକ୍ଷ ଟଙ୍କା ରୋଜଗାର କରୁଛନ୍ତି ଏହିସବୁ ଷ୍ଟାର, ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ

ଇଣ୍ଡଷ୍ଟ୍ରୀରେ ଷ୍ଟାରକିଡଙ୍କ ମଧ୍ୟରେ ତୈମୁର ଏବେ ନଂ ୧ ସ୍ଥାନରେ ରହିଛନ୍ତି। ତୈମୁରଙ୍କ ଫଟୋ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେଉଛି। ମାତ୍ର ଦୁଇ ବର୍ଷର ତୈମୁର ନିଜ ଆଡକୁ ସମସ୍ତଙ୍କୁ ଆକର୍ଷିତ କରିପାରୁଛନ୍ତି। କେବଳ ଭାରତରେ ନୁହେଁ, ବିଦେଶରେ ମଧ୍ୟ ତୈମୁର ବେଶ୍‌ ଲୋକପ୍ରିୟ।

ସୂଚନାଯୋଗ୍ୟ, କରୀନାଙ୍କ ଅପ୍‌କମିଙ୍ଗ ଫିଲ୍ମ ‘ଲାଲ ସିଂ ଚଢା’ ରହିଛି। ଯେଉଁଥି ପାଇଁ କରୀନା ବ୍ୟସ୍ତ ରହିଛନ୍ତି। ଏହାଛଡା ଅକ୍ଷୟ କୁମାରଙ୍କ ସହିତ ଫିଲ୍ମ ‘ଗୁଡ ନ୍ୟୁଜ’ ଏବଂ ଇରଫାନ ଖାନଙ୍କ ସହିତ ‘ଅଂଗ୍ରେଜୀ ମିଡିୟମ’ରେ ନଜର ଆସିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.