ଯାନ୍ତ୍ରିକ ତ୍ରୁଟି ପାଇଁ ଏବେ ଲାଗୁ ହୋଇପାରିବ ନାହିଁ ମୋବାଇଲ ନମ୍ବର ପୋର୍ଟେବିଲିଟିର ନୂଆ ନିୟମ

ଭାରତୀୟ ଦୂରସଞ୍ଚାର ନିୟାମକ ପ୍ରାଧିକରଣ (ଟ୍ରାଇ) ମୋବାଇଲ୍ ନମ୍ବର ପୋର୍ଟେବିଲିଟି (ଏମଏନପି)ର ସଂଶୋଧିତ ନିୟମ ୧୧ ନଭେମ୍ବରରୁ ଲାଗୁ ହେବନାହିଁ । ଟ୍ରାଇର ଯାନ୍ତ୍ରିକ ତୃଟି ଯୋଗୁ ନୂଆ ବ୍ୟବସ୍ଥାକୁ ବର୍ତ୍ତମାନ ପାଇଁ ଟାଳି ଦିଆଯାଇଛି । ରିପୋର୍ଟ ଅନୁଯାୟୀ ନୂଆ ନିୟମ ୧୧ ନଭେମ୍ବରରୁ ଲାଗୁ ହୋଇଥାନ୍ତା । ଏଥିପାଇଁ ୪ରୁ ୧୦ ନଭେମ୍ବର ମଧ୍ୟରେ ଏମଏନପି ପାଇଁ ହେବାକୁ ଥିବା ଆବେଦନ ମଧ୍ୟ ବନ୍ଦ କରିଦିଆଯାଇଥିଲା । ଅର୍ଥାତ୍ ୟୁଜର୍ସ ଏହି ସମୟରେ ନମ୍ବର ପୋର୍ଟେବିଲିଟି କରାଇପାରିବେ । ବର୍ତ୍ତମାନ ଟ୍ରାଇ ନୂଆ ତାରିଖ ସମ୍ପର୍କରେ କୌଣସି ସୂଚନା ଜାରି କରାଯାଇନାହିଁ। ଟ୍ରାଇର ଜଣେ ଅଧିକାରୀଙ୍କ ସୂଚନା ଅନୁସାରେ ନୂଆ ବ୍ୟବସ୍ଥା ଲାଗୁ ହେବା ପରେ ଯଦି କୌଣସି ବ୍ୟକ୍ତି ଏମଏନପି କରାଏ ତେବେ ଏହାର ପ୍ରକ୍ରିୟା ୨ ଦିନରେ ପୁରା ହୋଇଯିବ । ଅନ୍ଯପଟେ ଗୋଟେ ସର୍କଲରୁ ଅନ୍ଯ ସର୍କଲ ପାଇଁ ନମ୍ବର ପୋର୍ଟେବିଲିଟିର ଆଗ୍ରହକୁ ୫ ଦିନରେ ପୁରା କରାଯିବ । ଏବେ ଏହି ପ୍ରକ୍ରିୟାକୁ ପୂରା ହେବା ପାଇଁ ୭ ଦିନ ସମୟ ଲାଗିବ ।

noନୂଆ ନିୟମ ଅନୁସାରେ ପୋର୍ଟିଂର ଆବେଦନ ଖାରଜ କଲେ ଟ୍ରାଇ ମୋବାଇଲ୍ ଅପରେଟର ଉପରେ ୧୦ ହଜାର ଟଙ୍କା ପର୍ଯ୍ଯନ୍ତ ଜୋରିମାନା ଲଗାଇପାରେ । ନୂଆ ନିୟମ ଅନୁସାରେ ଟ୍ରାଇ କର୍ପୋରେଟ୍ ପୋର୍ଟିଂକୁ ମଧ୍ୟ ସହଜ କରିଦେଇଛି । ଏବେ ସିଙ୍ଗଲ ଅଥୋରାଇଜେସନ୍ ଲେଟରର ବ୍ୟବହାର କରି ଏକାଥରେ ୧୦୦ ମୋବାଇଲ୍ ନମ୍ବର ପୋର୍ଟ କରାଯାଇହେବ । ପୂର୍ବରୁ ଏହି ଲିମିଟ୍ ୫୦ ନମ୍ବର ଥିଲା ।

ଏହାସହ ପଢନ୍ତୁ: Google Pay ଆଣିଲା ନୂଆ ସିକ୍ୟୁରିଟୀ ଫିଚର, ଏଣିକି ଫେସ୍ ରିକଗ୍ନିସନ୍‌ ଏବଂ ଫିଙ୍ଗରପ୍ରିଣ୍ଟ ଦ୍ୱାରା କରିପାରିବେ…

ଟେଲିକମ୍ ଅପରେଟର୍ସକୁ ପ୍ରତି ମୋବାଇଲ୍ ନମ୍ବର ପୋର୍ଟେବିଲିଟି ଟ୍ରାଞ୍ଜାକ୍ସନ ପାଇଁ ଅଲଗା-ଅଲଗା ଏଜେନ୍ସିକୁ ପୈଠ କରିବାକୁ ପଡିଥାଏ । ଟ୍ରାଇ ଦ୍ୱାରା ନିର୍ଦ୍ଧାରଣ କରାଯାଇଥିବା ଫିସ୍ ଏବେ କେବଳ ୫.୭୪ ଟଙ୍କା ହୋଇଯାଇଛି । ଏହା ପରେ ଟେଲିକମ୍ ଅପରେଟର୍ସକୁ ପ୍ରତି ଟ୍ରାଞ୍ଜାକ୍ସନରେ ସଞ୍ଚୟ ହେବ । ଟେଲିକମ୍ ଅପରେଟର୍ସଙ୍କୁ ପ୍ରତି ନୂଆ ଗ୍ରାହକଙ୍କ ପାଇଁ ଏବେ ୧୯ ଟଙ୍କାର ପୈଠ କରିବାକୁ ପଡିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.