Below header

ପାରାଦୀପ: ୩୫ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ଲୁଟି ଫେରାର ଥିବା ଏଜେଣ୍ଟ ଗିରଫ, ରିମାଣ୍ଡରେ ଆଣି ପଚରା ଉଚରା କରିବ ପୋଲିସ

ପାରାଦୀପ:୩୫ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ଲୁଟି ୫ବର୍ଷ ଧରି ଫେରାର ଥିବା ଚିଟଫଣ୍ଡ ଏଜେଣ୍ଟକୁ ଗିରଫ କଲା ପୋଲିସ। ଏଜେଣ୍ଟ ପବିତ୍ର ଦାସକୁ ଗିରଫ କଲା ପାରାଦୀପର ଅଭୟଚାନ୍ଦପୁର ପୋଲିସ। ଚିଟଫଣ୍ଟ ସଂସ୍ଥାରେ ସ୍ୱଳ୍ପ ସମୟ ମଧ୍ୟରେ ଦ୍ୱିଗୁଣା ଲାଭ କରାଇବାର ଲୋଭ ଦେଖାଇ ୨୦୧୪ରେ ରଙ୍ଗିଆଗଡ଼ ଗାଁର ୧୩ଜଣଙ୍କ ଠାରୁ ପ୍ରାୟ ୩୫ଲକ୍ଷ ଟଙ୍କା ଲୁଟି ନେଇଥିଲା ପବିତ୍ର। ଏନେଇ ଠକାମୀର ଶିକାର ଲୋକମାନେ ଥାନାରେ ଅଭିଯୋଗ କରିଥିଲେ। ସେବେଠାରୁ ପବିତ୍ର ଉପରେ ନଜର ରଖିଥିଲେ ପୋଲିସ। ଗତକାଲି ପବିତ୍ର ସଂପର୍କରେ ସୂଚନା ପାଇ ପୋଲିସ ତାକୁ ଗିରଫ କରି କୋର୍ଟ ଚାଲାଣ କରିଛି।

ତେବେ ସେ କେଉଁ ଚିଟଫଣ୍ଡ ସଂସ୍ଥାରେ କେତେ ଟଙ୍କା ରଖିଥିଲା ଓ ନିଜେ କେତେ ଟଙ୍କା ହଡ଼ପ କରିଥିଲା ସେନେଇ ଅଧିକ ପଚରାଉଚରା କରିବାକୁ ପବିତ୍ରକୁ ରିମାଣ୍ଡରେ ଆଣିବ ବୋଲି କହିଛି ପୋଲିସ। ଆବଶ୍ୟକ ପଡ଼ିଲେ ଅର୍ଥତତ୍ତ୍ୱ ଚିଟଫଣ୍ଡ ସଂସ୍ଥା ମୁଖ୍ୟ ପ୍ରଦୀପ ସେଠୀଙ୍କୁ ମଧ୍ୟ ରିମାଣ୍ଡରେ ଆଣି ପଚରାଉଚୁରା କରିବ ବୋଲି କହିଛନ୍ତି ପାରାଦୀପ ଆଡିସିନାଲ ଏସପି ବିଷ୍ଣୁଚରଣ ମିଶ୍ର।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.