Below header

ଆହତ ମାଙ୍କଡ ଛୁଆକୁ ନେଇ ହସପିଟାଲରେ ପହଞ୍ଚିଲା ମା’, କିନ୍ତୁ ଶେଷରେ ଘଟିଲା ଏପରି କିଛି

ମଧ୍ୟପ୍ରଦେଶ ; ଆମେ ପ୍ରତିଦିନ ବିଭିନ୍ନ ଜୀବଜନ୍ତୁକୁ ନେଇ ବିଭିନ୍ନ ଫଟୋ ଏବଂ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ନିଶ୍ଚିତ ଭାବେ ଦେଖିବାକୁ ପାଉଛେ। ନିକଟରେ ଏକ ଅଜଗର ଏକ ମାଙ୍କଡକୁ ଜାବୁଡି ଧରିଥିବା ବେଳେ ତାର ସାଥି ମାଙ୍କଡ କିଭଳି ବଞ୍ଚାଇବା ପାଇଁ ଚେଷ୍ଟା କରିଥିଲେ। ମାଙ୍କଡ ଦଳଙ୍କ ଏହି ଚେଷ୍ଟା ତାଙ୍କ ସାଥୀ ମାଙ୍କଡ ଜୀବନ କିନ୍ତୁ ବଞ୍ଚାଇ ପାରିନଥିଲା। ଏହିସବୁ ଭାଇରାଲ ଭିଡିଓ କିମ୍ବା ଫଟୋରେ କେବେ କେବେ ଆମକୁ ବହୁତ କିଛି ଶିଖିବାକୁ ମିଳିଯାଇଥାଏ। ଏହିପରି ଏକ ଅଭାବନୀୟ ଘଟଣା ମଧ୍ୟପ୍ରଦେଶର ସିହୋର ଜିଲାରେ ଘଟିଛି। ଯେଉଁଠି କଥା କହିପାରୁନଥିବା ଜନ୍ତୁ ମଧ୍ୟ ସମ୍ବେଦନଶୀତଳା ଦେଖାଇଥିବା ବେଳେ ମଣିଷ କିନ୍ତୁ ବିବେକ ଭୁଲିଯାଇଥିଲା।

ଘଟଣା ମୁତାବକ, ଏକ ମାଙ୍କଡ ସମୂହ ଖେଳୁଥିବା ବେଳେ ୧୧ କେଭି ତାରରେ ବାଜି ଏକ ମାଙ୍କଡ ଛୁଆ ଆହତ ହୋଇ ତଳେ ପଡିଯାଇଥିଲା। ଏହା ଦେଖିବା ପରେ ପରେ ତାକୁ କୋଳରେ ଧରି ମା’ ନିକଟରେ ଥିବା ପ୍ରାଣୀ ଚିକିତ୍ସାଳୟ ଯାଇଥିଲା। ଡାକ୍ତରଖାନା ଗେଟ୍‌ ପାଖରେ ଛୁଆକୁ ଧରି ମାଙ୍କଡଟି ସାହାଯ୍ୟ ପାଇଁ ଏପଟ ସେପଟ ହେଉଥିଲା। କିଏ ତା’ ଛୁଆକୁ ସାହାଯ୍ୟ କରୁ, ବଞ୍ଚାଇ ଦେଇ ଏପରି ବିକଳ ବେଦନା ତା ଆଖିରେ ଦେଖିବାକୁ ମିଳିଥିଲା। ମାଙ୍କଡଟି ମଧ୍ୟ ଏପଟ ସେପଟ ହୋଇ ରାଗି ଯାଉଥିଲା। କିନ୍ତୁ ତା’ ପାଖକୁ କେହି ଆସି ନ ଥିଲେ। ତା’ ଛୁଆକୁ କେହି ବି ସାହାଯ୍ୟ କରିନଥିଲେ। ସମସ୍ତେ ଏଭଳି ଦୃଶ୍ୟ ଦେଖି ଫଟୋ ଏବଂ ଭିଡିଓ ଶୁଟିଂ କରିଥିଲେ। ମାଙ୍କଡଟି ଅଧଘଣ୍ଟାକାଳ ଅପେକ୍ଷା କରି ଡାକ୍ତରଖାନା ଗେଟ୍‌ ଉପରକୁ ଚଢିଯାଇଥିଲା। ହଠାତ୍‌ କୋଳରୁ ଛୁଆଟି ତଳେ ଖସିପଡିଥିଲା। ପରେ ହସପିଟାଲ କର୍ତ୍ତୃପକ୍ଷ ଆସି ପରୀକ୍ଷା କରିବା ପରେ ଛୁଆଟି ମରିଯାଇଥିବା ଜାଣିବାକୁ ପାଇଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.