Below header

କନ୍ଧମାଳ ବେତବାଡ଼ି ଗାଁରେ ଅଭାବନୀୟ ଘଟଣା, ପ୍ରସୂତିଙ୍କ ଚିକିତ୍ସା ପାଇଁ ଗୁଣିଗାରେଡ଼ିର ସାହାରା ନେଲେ ପରିବାର ଲୋକ

କନ୍ଧମାଳ : ପ୍ରସୂତିଙ୍କ ଚିକିତ୍ସା ପାଇଁ ଗୁଣିଗାରେଡ଼ିର ସାହାରା। ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲା ତୁମୁଡିବନ୍ଧ ଥାନା ବେତବାଡ଼ି ଗାଁରେ। ତେବେ ଉପସ୍ଥିତ ଆଶାକର୍ମୀ ପ୍ରମିଳା ନାୟକଙ୍କ ଉପସ୍ଥିତ ବୁଦ୍ଧିଯୋଗୁଁ ମହିଳା ଜଣଙ୍କୁ ଗୁରୁତର ଅବସ୍ଥାରେ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଗତ ୧୭ତାରିଖରେ ବେତବାଡ଼ି ଗାଁର ବାସନ୍ତୀ ମାଝି ଡାକ୍ତରଖାନାରେ ଏକ ସନ୍ତାନକୁ ଜନ୍ମ ଦେଇଥିଲେ। ତେବେ ସନ୍ତାନଟି ମୃତ୍ୟୁବରଣ କରିଥିବା ବେଳେ ଘରକୁ ଫେରି ବାସନ୍ତୀଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହୋଇପଡ଼ିଥିଲା। ବାସନ୍ତୀଙ୍କ ଚିକିତ୍ସା ପାଇଁ ପରିବାର ଲୋକ ଗୁଣିଗାରେଡ଼ିର ସାହାରା ନେଇଥିବା ବେଳେ ତାଙ୍କ ଅବସ୍ଥା ସଙ୍କଟାପନ୍ନ ହୋଇଥିଲା। ଫଳରେ ଆଶାକର୍ମୀ ପ୍ରମିଳା ନାୟକ ତାଙ୍କୁ ଉଦ୍ଧାର କରି ପ୍ରଥମେ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଇଥିଲେ। ସ୍ୱାସ୍ଥ୍ୟାବସ୍ଥା ଆହୁରି ସଙ୍କଟାପନ୍ନ ହେବାରୁ ତାଙ୍କୁ ବ୍ରହ୍ମପୁର ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.