Below header

ରିୟା ଚକ୍ରବର୍ତ୍ତୀଙ୍କୁ ପଚରାଉଚରା କରୁଥିବା ଡିସିପିଙ୍କୁ କରୋନା, କିଛି ଦିନ ତଳେ ଅଭିନେତ୍ରୀଙ୍କୁ ଭେଟିଥିଲେ

ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ମାମଲାରେ ରିୟା ଚକ୍ରବର୍ତ୍ତୀଙ୍କୁ ପଚରାଉଚରା କରୁଥିବା ମୁମ୍ବାଇ ପୋଲିସର ଡିସିପି ଅଭିଷେକ ତ୍ରିମୁଖେଙ୍କୁ କରୋନା। କୁହାଯାଉଛି ତ୍ରିମୁଖେଙ୍କ ପରିବାରର ଅନ୍ୟ ସଦସ୍ୟମାନେ ବି କରୋନା ପଜିଟିଭ୍‌ ଅଛନ୍ତି। ତ୍ରିମୁଖେ ବାନ୍ଦ୍ରାରେ ପଦସ୍ଥ ଅଧିକାରୀ ଭାବେ କାର୍ଯ୍ୟରତ ଅଛନ୍ତି। ଏବେ ସେ ସୁଶାନ୍ତ ସିଂହ ରାଜପୁତ ମାମଲାର ଯାଞ୍ଚ କରୁଛନ୍ତି।

ଏହି ମାମଲାରେ ତାଙ୍କ ଉପରେ ପ୍ରଶ୍ନ ଉଠିଥିଲା। ସୁଶାନ୍ତଙ୍କ ମୃତ୍ୟୁ ପରେ ରିୟା ଚକ୍ରବର୍ତ୍ତୀ ତ୍ରିମୁଖେଙ୍କ ସହ ଏକାଧିକ ଥର ଫୋନ୍‌ରେ କଥାବାର୍ତ୍ତା କରିଛନ୍ତି। ଏହାର ଖୁଲାସା ରିୟାଙ୍କ କଲ ଡିଟେଲ୍ସରୁ ହୋଇଛି। ତେବେ ତ୍ରିମୁଖେଙ୍କ ରିପୋର୍ଟ ପଜିଟିଭ୍‌ ଆସିବା ପରେ ତାଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି ହୋଇଛି।

sushant3

ତେବେ ଏବେ ପ୍ରଶ୍ନ ଉଠିଛି ଯେ ତ୍ରିମୁଖେ କେବେ ରିୟାଙ୍କୁ ଭେଟିଥିଲେ। ଯଦି ଅଳ୍ପ ଦିନ ମଧ୍ୟରେ ସେ ରିୟାଙ୍କୁ ଭେଟିଥିବେ ତେବେ ରିୟାଙ୍କ ରିପୋର୍ଟ ମଧ୍ୟ ପଜିଟିଭ୍‌ ଆସିପାରେ ବୋଲି ଚର୍ଚ୍ଚା ହେଉଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.