Below header

କପିଳଙ୍କୁ ଠକିଥିବା କାର କମ୍ପାନୀ ମାଲିକଙ୍କୁ ଗିରଫ କଲା ମୁମ୍ବାଇ ପୋଲିସ

କମେଡିଆନ କପିଳ ଶର୍ମାଙ୍କ ଭ୍ୟାନିଟି ଧୋକାଦାରୀ ମାମଲାରେ ମୁମ୍ବାଇ ପୋଲିସ ପ୍ରସିଦ୍ଧ କାର ଡିଜାଇନର ଦିଲୀପ ଛାବଡ଼ିଆଙ୍କ ଭଉଣୀ କାଞ୍ଚନଙ୍କୁ ଗିରଫ କରିଛନ୍ତି । ସୂଚନା ଦେଉଛୁକି, କାଞ୍ଚନ ଦିଲୀପ ଛାବଡ଼ିଆଙ୍କ ଡିଜାଇନ ପ୍ରାଇଭେଟ ଲିମିଟେଡ଼ କମ୍ପାନୀର ସିଇଓ ଭାବେ କାର୍ଯ୍ୟରତ ଅଛନ୍ତି । ମୁମ୍ବାଇ ପୋଲିସର ଏକ କ୍ରାଇମ ବ୍ରାଞ୍ଚ ଟିମ କାଞ୍ଚନଙ୍କୁ ବୁଧବାର ଦକ୍ଷିଣ ମୁମ୍ବାଇର ମରାଇନ ଡ୍ରାଇଭ ସ୍ଥିତ ଏକ ରେସ୍ତୃରାନ୍ତରୁ ଗିରଫ କରାଯାଇଛି । ପୋଲିସ ଅଧିକାରୀଙ୍କ ଅନୁଯାୟୀ, କାଞ୍ଚନ ବାରମ୍ବାର ପୋଲିସ ଆଖିରେ ଧୂଳି ଦେଇ ଖସିବାକୁ ଚେଷ୍ଟା କରି ଆସୁଥିଲେ । ଏହି ମାମଲା ସହିତ କାଞ୍ଚନଙ୍କ ସମ୍ପୃକ୍ତି ବାବଦ ସତ୍ୟ ପଦାକୁ ଆସିଥିଲା ।

ସୂଚନା ଦେଉଛୁକି, କପିଳ ଶର୍ମା ନିଜ ପାଇଁ ଏକ ଭ୍ୟାନିଟି ଭ୍ୟାନ ଡିଜାଇନ କରିବା ପାଇଁ ୨୦୧୭ରେ ଛଅ କୋଟି ଟଙ୍କା ଦେଇଥିଲେ । କିନ୍ତୁ ଏଭିତରେ 3 ବର୍ଷ ବିତିଯାଇଥିଲେ ମଧ୍ୟ କପିଳଙ୍କୁ କୌଣସି ଗାଡି ଡେଲିଭରି ହୋଇନଥିଲା କି ସନ୍ତୋଷ ଜନକ ତଥ୍ୟ ବି ମିଳିନଥିଲା । ଏଣୁ କପିଳ ପୋଲିସ ନିକଟରେ ଏକ କେଶ ଦାୟର କରିଥିଲେ । ଆଉ କପିଳଙ୍କୁ ପଚାରିବା ପରେ ପୋଲିସ ଆଉ ଏକ ଏଫଆଇଆର ଦାୟର କରିଛନ୍ତି । ଗୁରୁବାର ନିଜ ବୟାନ ଦେବା ପାଇଁ ମୁମ୍ବଇ କ୍ରାଇମ ବ୍ରାଞ୍ଚ ଅଫିସରେ ପହଂଚିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.