ଦେଶୀ ତରିକାରେ ବନାନ୍ତୁ ଗୁଡ ଗୁଲାବ ଜାମୁନ୍‌, ଥରେ ଖାଇଲେ ବାରମ୍ବାର ହେବ ମନ

ଥଣ୍ଡାରେ ଗରମା ଗରମ ମିଠା ଖାଇବାକୁ ବହୁତ ମନ ହୋଇଥାଏ। ସେହିପରି ଗୋଲାପ ଜାମୁନ୍‌ ଏମିତି ଏକ ଡିସ୍‌ ଯାହା ପ୍ରାୟ ସମସ୍ତଙ୍କୁ ପସନ୍ଦ। ଆଜି ଆମେ ଆପଣଙ୍କ ପାଇଁ କିଛି ଅଲଗା ତରିକାରେ ଗୋଲାପ ଜାମୁନ୍‌ ରେସିପି ନେଇ ଆସିଛୁ। ଯାହାକୁ ଆପଣ ବହୁତ ସହଜରେ ବନାଇପାରିବେ। ତାହେଲେ ଆସନ୍ତୁ ଜାଣିବା କେମିତି କରିବେ ପ୍ରସ୍ତୁତ।

ଆବଶ୍ୟକ ସାମଗ୍ରୀ

  • ୫୦୦ ଗ୍ରାମ ଖୁଆ
  • ୧୭୫ ଗ୍ରାମ ମଇଦା
  • ଅଧା ଚାମଚ୍‌ ଖାଇବା ସୋଡା
  • ଅଳେଇଚ ପାଉଡର
  • ଦୁଇ କିଲୋ ଗୁଡ
  • ଅଧା ଲିଟର ପାଣି

ପ୍ରସ୍ତୁତି ପ୍ରଣାଳୀ

ସର୍ବପ୍ରଥମେ ଖୁଆ, ମଇଦା, ଖାଇବା ସୋଡା, ଅଳେଇଚ ପାଉଡରକୁ ମିଶାଇ ପାଣିରେ ଭଲଭାବେ ଚକଟି ଦିଅନ୍ତୁ। ଏହି ଚକଟାରୁ ଛୋଟ ଛୋଟ ଗୋଳା ବନାଇ ଦିଅନ୍ତୁ। ଏହାପରେ ପ୍ୟାନରେ ତେଲ ଗରମ କରି ଏହାକୁ ଗୋଳେଡେନ୍‌ ବ୍ରାଉନ୍‌ ହେବା ପର୍ଯ୍ୟନ୍ତ ଭାଜି ଦିଅନ୍ତୁ।

ଗୋଲଡେନ୍‌ ବ୍ରାଉନ୍‌ ହେବା ପରେ ଏହାକୁ ଆଉ ଅଧିକ ଛାଣନ୍ତୁନାହିଁ। ଏହାପରେ ଗୁଡ, ଚିନି ଏବଂ ପାଣିକୁ ମିଶାଇ ଫୁଟାନ୍ତୁ। ସିରା ପାଇଁ ଏହାକୁ ସେବେ ପର୍ଯ୍ୟନ୍ତ ଫୁଟାନ୍ତୁ ଯେତେବେଳେ ଏଥିରେ ତାର ଭଳି ନହୋଇଛି। ସିରା ହେଲା ପରେ ଏଥିରେ ଗୋଲାପଜାମୁନ୍‌ ପକାଇ ଦିଅନ୍ତୁ। ଏହାପରେ ବାଦାମ୍‌ ଏବଂ ପିସ୍ତାରେ ଏହାକୁ ସଜାଇ ସର୍ଭ କରନ୍ତୁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.