Below header

ବିବାହ ବନ୍ଧନରେ ବାନ୍ଧି ହେଲେ ଟିମ୍‌ ଇଣ୍ଡିଆର ଅଲ୍‌ରାଉଣ୍ଡର ବିଜୟ ଶଙ୍କର, ଏହି ଅନ୍ଦାଜରେ ଶୁଭେଚ୍ଛା ଜଣାଇଲା ତାଙ୍କ ଟିମ୍‌

ଭାରତୀୟ କ୍ରିକେଟ୍‌ ଟିମ୍‌ର ଅଲ୍‌ ରାଉଣ୍ଡର ଖେଳାଳି ବିଜୟ ଶଙ୍କର ନିଜ ଭାବୀ ସ୍ତ୍ରୀ ବୈଶାଳୀ ବିଶ୍ୱେଶରଙ୍କୁ ବିବାହ କରିଛନ୍ତି। କରୋନା ଭାଇରସ୍‌କୁ ନଜରରେ ରଖି ବିବାହ ସମାରୋହରେ ଖୁବ୍‌ କମ୍‌ ଲୋକ ସାମିଲ ହୋଇଥିଲେ। ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌(ଆଇପିଏଲ୍‌)ର ଫ୍ରାଞ୍ଚାଇଜି ସନରାଇଜର୍ସ ହାଇଦ୍ରାବାଦ ବିଜୟ ଶଙ୍କରଙ୍କ ବିବାହର ଫଟୋ ସୋସିଆଲ ମିଡିଆରେ ଶେୟାର କରି ତାଙ୍କୁ ଶୁଭେଚ୍ଛା ଜଣାଇଛି। ସୂଚନାଥାଉ କି, ବିଜୟ ଶଙ୍କର ଆଇପିଏଲ୍‌ରେ ସନରାଇଜର୍ସ ହାଇଦ୍ରାବାଦ ଟିମ୍‌ରେ ଖେଳୁଛନ୍ତି।

ଗତବର୍ଷ ଅଗଷ୍ଟରେ ବିଜୟ ଶଙ୍କରଙ୍କ ନିର୍ବନ୍ଧ ହୋଇଥିଲା। ସେ ନିଜ ଇନ୍‌ଷ୍ଟାଗ୍ରାମ ଆକାଉଣ୍ଟରେ ଫଟୋ ଶେୟାର କରି ଏ ନେଇ ସୂଚନା ଦେଇଥିଲେ। ଏଥିସହିତ ସେ ଭାବୀ ସ୍ତୀଙ୍କ ଫଟୋ ମଧ୍ୟ ଶେୟାର କରିଥିଲେ। ଆଇପିଏଲ୍‌ ୨୦୨୦ ପାଇଁ ୟୁଏଇ ଗସ୍ତ ପୂର୍ବରୁ ତାଙ୍କ ନିର୍ବନ୍ଧର ଖବର ସାମ୍ନାକୁ ଆସିଥିଲା। ତେବେ ବିଜୟଙ୍କ ବିବାହ ପାଇଁ ଟିମ୍‌ ଇଣ୍ଡିଆର ଅନେକ ଖେଳାଳି ନବବିବାହିତ ଦମ୍ପତିଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.