Below header

କରୋନା ନେଇଗଲା ଆଉ ଜଣେ କଣ୍ଠଶିଳ୍ପୀଙ୍କ ଜୀବନ, ବାସୁଦେବ ରଥଙ୍କ ଝିଅ ବିଦିଶାଙ୍କ ପରଲୋକ

କଟକ (କେ ନ୍ୟୁଜ୍‌) : ଅଦୃଶ୍ୟ ଶତ୍ରୁ କରୋନା ନେଇ ଚାଲିଛି ଗୋଟିଏ ପରେ ଗୋଟିଏ ଜୀବନ । ଗତକାଲି ବିଶିଷ୍ଟ ସଙ୍ଗୀତ ନିର୍ଦେଶକ ସ୍ବର୍ଗତ ବାସୁଦେବ ରଥଙ୍କ ଝିଅ ବିଦିଶା ରଥଙ୍କର ପରଲୋକ ଘଟିଛି। ସେ କୋରନାରେ ପୀଡିତ ହୋଇ ଚିକିତ୍ସିତ ହେଉଥିଲେ। ଅତି ଗୁରୁତର ଅବସ୍ଥାରେ ଥିବା ବିଦିଶାଙ୍କର ଗତକାଲି ରାତିରେ ପରଲୋକ ହୋଇଥିବା ସୂଚନା ମିଳିଛି।
ତାଙ୍କ ଘର ଘର କଟକରେ । ସେ କଟକର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ବିଦିଶା ଜଣେ କଣ୍ଠଶିଳ୍ପୀ ଭାବେ ବେଶ ପରିଚିତ ଥିଲେ। ନିଜ ବାପା ଓ ଅନ୍ୟ ସଙ୍ଗୀତ ନିର୍ଦ୍ଦେଶକଙ୍କ ସହ ବିଦିଶା କାମ କରିଥିଲେ। ସେ ବହୁ ଭଜନ ଏବଂ ଆଧୁନିକ ଗୀତରେ କଣ୍ଠଦାନ କରି ଓଲିଉଡରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ।

ନିକଟରେ ଜଣାଶୁଣା ସଂଗୀତ ନିର୍ଦ୍ଦେଶକ ଅମରେନ୍ଦ୍ର ମହାନ୍ତିଙ୍କର ପରଲୋକ ଘଟିଥିଲା । ଓଲିଉଡ୍‌ ପାଇଁ ଏହା ଏକ ବଡ଼ ଆଘାତ ଥିବା ବେଳେ ଏବେ ବିଦିଶାଙ୍କ ମୃତ୍ୟୁ ସମସ୍ତଙ୍କୁ ମର୍ମାହତ କରିଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.