ଗତ ୨୪ ଘଣ୍ଟା ଭିତରେ ୨୬ ଜଣଙ୍କ ଜୀବନ ନେଲା କରୋନା, ସୂଚନା ଦେଲା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ

ଭୁବନେଶ୍ୱର(କେନ୍ୟୁଜ): ଗତ ୨୪ ଘଣ୍ଟା ଭିତରେ ରାଜ୍ୟରେ ୨୬ ଜଣଙ୍କ ଜୀବନ ନେଇଛି ମାରାତ୍ମକ କରୋନା । ମୃତକଙ୍କ ମଧ୍ୟରୁ ଭୁବନେଶ୍ୱରରୁ ୩ ଜଣ,  ବୌଦ୍ଧରୁ ଜଣେ, ଗଜପତିରୁ ଜଣେ, ଗଂଜାମରୁ ୩ଜଣ, କଳାହାଣ୍ଡିରୁ ୪ ଜଣ, ଖୋର୍ଦ୍ଧାରୁ ୩, କୋରାପୁଟରୁ ୧, ନୂଆପଡ଼ାରୁ ୧, ଅନୁଗୁଳୁର ୨ ଜଣ, ବାଲେଶ୍ୱରରୁ ୨ଜଣ, ପୁରୀରୁ ୩ଜଣ, ସୁନ୍ଦରଗଡ ଜିଲ୍ଲାରୁ ଦୁଇ ଜଣ ଥିବା ଜଣାଯାଇଛି ।

ଆଜିର ସଂଖ୍ୟାକୁ ମିଶାଇ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧୪୫୬କୁ ବୃଦ୍ଧି ପାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.