Below header

ଭ୍ୟାକ୍ସିନ୍‌ର ପ୍ରଥମ ଡୋଜ୍‌ ନେବା ପରେ ବି କୋଭିଡ୍‌ ସଂକ୍ରମିତ ହେଲେ ଫିଲ୍ମ ନିର୍ମାତା ରମେଶ ତୌରାନୀ

ବଲିଉଡ୍‌ ଫିଲ୍ମ ନିର୍ମାତା ରମେଶ ତୌରାନୀ କରେନାରେ ସଂକ୍ରମିତ ହୋଇଛନ୍ତି। ସେ ବୁଧବାର ଇନ୍‌ଷ୍ଟାଗ୍ରାମରେ ଏକ ଖବର ଶେୟାର କରି କହିଛନ୍ତି କି, ମୁଁ ଭ୍ୟାକ୍ସିନ୍‌ର ପ୍ରଥମ ଡୋଜ୍‌ ନେବା ପରେ କୋଭିଡ୍‌ ପଜିଟିଭ୍‌ ବାହାରିଛି।

ତୌରାନୀ ଲେଖିଛନ୍ତି, ମୁଁ ଯାଞ୍ଚରେ କୋଭିଡ୍‌ ପଜିଟିଭ୍‌ ମିଳିଛି ଏବଂ ଏ ନେଇ ବିଏମ୍‌ସିକୁ ସୂଚୀତ କରିଛି। ମୁଁ ସମସ୍ତ ସାବଧାନତା ଅବଲମ୍ବନ କରୁଛି। ସୁସ୍ଥ ହେବା ପାଇଁ ଔଷଧ ଖାଉଛି। ଯଦି ଆପଣ ଗତ ୨ ସପ୍ତାହ ଭିତରେ ମୋ ସମ୍ପର୍କରେ ଆସିଛନ୍ତି, ତା’ହେଲେ ଦୟାକରି ଯାଞ୍ଚ କରେଇ ନିଅନ୍ତୁ। ମୁଁ ଭ୍ୟାକ୍ସିନ୍‌ର ପ୍ରଥମ ଡୋଜ୍‌ ନେଇଛି। ଖୁବ୍‌ଶୀଘ୍ର ଏଥିରୁ ସୁସ୍ଥ ହେବାର ଆଶା ଅଛି। ଦୟାକରି ମାକ୍ସ ପିନ୍ଧନ୍ତୁ ଏବଂ ସୁରକ୍ଷିତ ରୁହନ୍ତୁ’।

ସୂଚନାଥାଉ କି, ବଲିଉଡ୍‌ ସୁପରଷ୍ଟାର ଅମୀର ଖାନଙ୍କୁ ବି କରୋନା ହୋଇଛି ଏବଂ ସେ ଘରେ କ୍ୱାରେଣ୍ଟାଇନ୍‌ରେ ଅଛନ୍ତି। ଏଥି ପୂର୍ବରୁ ଅଭିନେତା କାର୍ତ୍ତିକ ଆର୍ଯ୍ୟନ୍‌ ମଧ୍ୟ ଟ୍ଵିଟ୍‌ କରି ଜଣାଇଥିଲେ କି, ସେ କୋଭିଡ୍‌ ସଂକ୍ରମିତ ହୋଇଛନ୍ତି। ସେହିପରି କୋଭିଡ୍‌ ପଜିଟିଭ ବାହାରିଥିବା ଅନ୍ୟ ସେଲିବ୍ରିଟିଙ୍କ ମଧ୍ୟରେ ରଣବୀର କପୁର, ଫିଲ୍ମ ମେକର ସଞ୍ଜୟ ଲୀଲା ଭଁସାଲୀ, ମନୋଜ ବାଜପେୟୀ, ସିଦ୍ଧାନ୍ତ ଚତୁର୍ବେଦୀ, ତାରା ସୁତାରିଆ ଓ ଅଭିନେତା ତଥା ଫିଲ୍ମ ମେକର ସତୀଶ କୌଶିକ ସାମିଲ ଅଛନ୍ତି।

 

View this post on Instagram

 

A post shared by Ramesh Taurani (@rameshtaurani)

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.