Below header

ଆର୍ଯ୍ୟନ ଖାନ କେଶର ତଦନ୍ତ ଦାୟିତ୍ବରୁ ହଟିଲେ ସମୀର ୱାଙ୍ଗଡ଼େ

ନାର୍କଟିକସ କଣ୍ଟ୍ରୋଲ ବ୍ୟୁରୋ ବା ଏନସିବି ମୁମ୍ବଈ ଜୋନ ଡ଼ାଇରେକ୍ଟର ସମୀର ୱାଙ୍ଗଡ଼େ ଆର୍ଯ୍ୟନ ଖାନଙ୍କ କେଶରୁ ହଟି ଯାଇଛନ୍ତି । କହିରଖିବା ଉଚିତ ହେବକି, କିଛି ଦିନ ହେବ ୱାଙ୍ଗଡ଼େଙ୍କୁ ନେଇ କିଛି ଦିନ ହେବ ଅନେକ ବିବାଦ ମୁଣ୍ଡ ଟେକିଥିଲା । ଜାଲ ଜାତିଗତ ପ୍ରମାଣ ପତ୍ର, ଡ୍ରଗ୍ସ ରଖେଇବା ତଥା ସାକ୍ଷୀ ମାନଙ୍କୁ ଭଡକେଇବାକୁ ନେଇ ୱାଙ୍ଗଡ଼େଙ୍କ ନାଁରେ ଅଭିଯୋଗମାନ ଉଠିଥିଲା । ସୂଚନା ଅନୁଯାୟୀ ସମୀରଙ୍କୁ ୫ ଟି କେଶର ତଦନ୍ତ ଦାୟିତ୍ବରୁ ହଟାଇ ଦିଆଯାଇଛି । ୱାଙ୍ଗଡ଼େଙ୍କ ଅଧୀନରେ ଏବେ ୨୬ଟି କେଶ ତଦନ୍ତ ହେବାକୁ ଅଛି । ଏହା କେବଳ ମାତ୍ର ଆରମ୍ଭ । ପୁରା ପ୍ରକ୍ରିୟାକୁ ସଫା କରିବା ପାଇଁ ଆମେ ଆଗକୁ ଆହୁରି ଅନେକ ପଦକ୍ଷେପ ନେବୁ ବୋଲି କହିଛନ୍ତି ଏନ୍ସିପି ଲିଡର ନବାବ ମଲ୍ଲିକ । ମଲ୍ଲିକ ହିଁ ସମୀରଙ୍କ ବିରୋଧରେ ପ୍ରଥମେ ଅଭିଯୋଗ ଆଣିଥିଲେ ।

କହିରଖିବା ଉଚିତ ହେବକି, ୨୦ ଜଣିଆ ଏନସିବି ଦଳ ସମୀର ୱାଙ୍ଗଡ଼େଙ୍କ ତତ୍ତ୍ୱାବଧାନରେ ଅକ୍ଟୋବର ୨ ତାରିଖ ବିଳମ୍ବିତ ରାତ୍ରିରେ ମୁମ୍ବାଇରୁ ଗୋଆ ଯାଉଥିବା ଏକ ବିଲସମୟ କୄଯ ଜାହାଜ ଉପରେ ଚଢ଼ାଉ କରିଥିଲେ । ଏହାପରେ ଡ୍ରଗ୍ସ ସେବନ କରିବା ଓ ବିକ୍ରିରେ ହାତ ଥିବା ନେଇ ଆର୍ଯ୍ୟନଙ୍କୁ ଗିରଫ କରାଯାଇଥିଲା । ପ୍ରାୟ  ୨୮ ଦିନ ଧରି ଜେଲରେ ରହିବା ପରେ ଗତ ସପ୍ତାହରେ ଜେଲରୁ ମୁକ୍ତି ପାଇ ଘରକୁ ଫେରିଛନ୍ତି ଆର୍ଯ୍ୟନ । ତାଙ୍କୁ ପ୍ରତି ଶୁକ୍ରବାର କୋର୍ଟରେ ହାଜର ହେବାକୁ ନିର୍ଦ୍ଦେଶ ଥିବାବେଳେ ଆଜି ଆର୍ଯ୍ୟନ କୋର୍ଟରେ ହାଜର ହୋଇଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.