ବିଷଧର ସାପକୁ ମାରିଖାଇଲା ନେଉଳ, ଦେଖନ୍ତୁ ଲୋମଟାଙ୍କୁରା ଦୃଶ୍ୟ

ସୋସିଆଲ ମିଡିଆରେ ପ୍ରତ୍ୟେକଦିନ ଅନେକ କିଛି ଭିଡିଓ ଭାଇରାଲ ହୋଇଥାଏ। ତେବେ ଏହି ଭିଡିଓରୁ ଏମିତି କିଛି ଭିଡିଓ ଅଛି ଯାହା ଆପଣଙ୍କୁ ମନୋରଞ୍ଜନ କରିଥାଏ ତ ଆଉ କିଛି ଭିଡିଓ ଦେଖିଲେ ଆପଣଙ୍କ ଲୋମଟାଙ୍କୁରୀ ଉଠେ। ଏବେ ଏମିତି ହିଁ ଏକ ଭିଡିଓ ଖୁବ୍‌ ଭାଇରାଲ ହେଉଛି। ଯେଉଁଥିରେ ସାପ ନେଉଳର ଘମାଘୋଟ ଲଢ଼େଇ ଦେଖିବାକୁ ମିଳୁଛି।

ଆପଣ ସାପ ନେଉଳର ଶତୃତା ବିଷୟରେ ତ ଶୁଣିଥିବେ କିନ୍ତୁ କେବେ ଏମାନଙ୍କ ଲଢ଼େଇକୁ ଆପଣ ଆଖିରେ ଦେଖିଛନ୍ତି କି? ଯଦି ଦେଖିନାହାଁନ୍ତି ତାହେଲେ ଦେଖନ୍ତୁ ଏ ଭିଡିଓ। ଆପଣ ଦେଖନ୍ତୁ କେମିତି ବିଷଧର ସାପ ନେଉଳ ପାଖରେ ମୂଷା ପାଲଟି ଯାଉଛି। ଆଉ ନେଉଳ ସାପକୁ କରିଚାଲିଛି ଆକ୍ରମଣ। ଛୋଟ ଜୀବଟିଏ ହୋଇ ବି ନେଉଳ ବିଷାକ୍ତରୁ ଅତି ବିଷାକ୍ତ ସାପ ସହ ଲଢ଼ି ହରାଇଦେବାର ଦମ୍ଭ ରଖିଥାଏ। ସାପ ନେଉଳର ଏହି ଭିଡିଓକୁ ସୁଧିର ଦନଦୋତିୟ ନିଜ ଟ୍ଵିଟର ଆକାଉଣ୍ଟରେ ସେୟାର କରିଛନ୍ତି। ଆଉ ଏ ଭିଡିଓକୁ ଲୋକେ ବହୁତ ପସନ୍ଦ କରିବା ସହିତ ଏହା ଏବେ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେଉଛି।

ଆପଣ ଦେଖିପାରୁଥିବେ ଯେ ବିଷଧର ସାପଟି କେମିତି ଗଛରେ ଗୁଡାଇ ହେଇଛି ଆଉ ଠିକ୍‌ ସେତିକିବେଳେ ସେଠାରେ ଏକ ନେଉଳ ପହଁଚିଯାଉଛି। ନେଉଳଟି ସାପକୁ ଦେଖି ତୁରନ୍ତ ତାଉପରେ ଆକ୍ରମଣ କରିଚାଲିଲା। ସେ ସାପକୁ ତାର ମୁନିଆ ଦାନ୍ତର ଆକ୍ରମଣ ପରେ ଆକ୍ରମଣ କରିଚାଲିଛି।

ତେବେ ସାପଟି ନେଉଳର କବଳରୁ ରକ୍ଷା ପାଇବା ପାଇଁ ଅପ୍ରାଣେ ଚେଷ୍ଟା ବି କରୁଛି କିନ୍ତୁ ନେଉଳ ସାପକୁ ଛାଡିଲେ ତ। ସାପ ନେଉଳର ଏ ଘମାଘୋଟ ଲଢ଼େଇ ଲୋକଙ୍କୁ ଖୁବ୍‌ ମନୋରଞ୍ଜନ କରୁଛି। ନେଉଳର ଆକ୍ରମଣ ଆଗରେ ହାର ମାନୁଛି ସାପ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.