ସୈଫଙ୍କୁ ‘ବାର୍ଥ ଡେ’ ଓ୍ଵିସ୍ କଲେ ସାରା, ୟୁଜର କହିଲେ, ‘ଆପଣଙ୍କ ବାପା ଦୁନିଆକୁ ଶେଷ କରିଦେଇଛନ୍ତି’
କେବଳ ଦୁଇଟି ଫିଲ୍ମ ଜରିଆରେ ସମସ୍ତଙ୍କ ହୃଦୟରେ ରାଜ୍ କରୁଥିବା ସାରା ଅଲ୍ଲୀ ଖାନ୍ ସୋସିଆଲ ମିଡିଆରେ ବହୁତ ଆକ୍ଟିଭ ରହିଥାଆନ୍ତି। ସବୁବେଳେ ସେ ନିଜ ଫ୍ୟାନ୍ସଙ୍କ ପାଇଁ ଫଟୋ ଓ ଭିଡିଓ ସେୟାର କରିବାରେ ଲାଗିଥାଆନ୍ତି। ଏହିଭଳି ଭାବେ ସାରା ଅଗଷ୍ଟ ୧୬ତାରିଖରେ ବାପା ସୈଫ୍ ଅଲ୍ଲୀ ଖାନ୍ଙ୍କୁ ଜନ୍ମଦିନ ଶୁଭେଚ୍ଛା ଜଣାଇବା ପାଇଁ ଇନଷ୍ଟାଗ୍ରାମରେ ଏକ ପୋଷ୍ଟ କରିଥିଲେ। ହେଲେ ସାରାଙ୍କର ଏହି ପୋଷ୍ଟକୁ ନେଇ ୟୁଜରମାନେ ତାଙ୍କୁ ଟ୍ରୋଲ କରି କମେଣ୍ଟସ୍ ଦେଉଛନ୍ତି।
ସାରା ପୋଷ୍ଟ କରିଥିବା ଏକ ଫଟୋରେ ନା କେବଳ ସାରା ଓ ସୈଫ୍ ଅଛନ୍ତି, ବରଂ ସେମାନଙ୍କ ସହିତ ତୈମୁର ଓ ଇବ୍ରାହିମ୍ ମଧ୍ୟ ରହିଛନ୍ତି। ଏମିତିରେ ଏହି ଫ୍ୟାମିଲି ଫଟୋ ବହୁତ କ୍ୟୁଟ ଲାଗୁଛି। ସାରାଙ୍କ ପୋଷ୍ଟରେ ବଲିଉଡ୍ ଆକ୍ଟର କାର୍ତ୍ତିକ ଆଯ୍ୟର୍ନ ସେକ୍ରେଡ୍ ଗେମ୍ସ ୨ ସହିତ ଜଡ଼ିତ ଏକ କମେଣ୍ଟ ଦେଇଛନ୍ତି। ଆଉ ଜଣେ ୟୁଜର କମେଣ୍ଟ କରି ଲେଖିଛନ୍ତି, ‘ପାସ୍ଓ୍ଵାର୍ଡ ଭୁଲ୍ ଦେଇଛନ୍ତି, ଆପଣଙ୍କ ବାପା ଦୁନିଆ ଶେଷ କରିଦେଇଛନ୍ତି’। ସେପଟେ ଅନ୍ୟ ଜଣେ ୟୁଜର ଲେଖିଛନ୍ତି, ‘ହାପି ବାର୍ଥ ଡେ, ଶ୍ୱଶୁରଜୀ, ଉପ୍ସ ମୋର ମାନେ ସରତାଜ ଜୀ’। ଏହାସହିତ ଆଉ ଏକ କମେଣ୍ଟ ଆସିଛି, ‘ହାପି ବାର୍ଥ ଡେ କାର୍ତ୍ତିକଙ୍କ ଶ୍ୱଶୁର’।
କହି ରଖୁଛୁ କି, ସାରା ଅଲ୍ଲୀ ଖାନ୍ ବର୍ତ୍ତମାନ ନିଜ ଫିଲ୍ମ ସାଙ୍ଗକୁ କାର୍ତ୍ତିକ ଆଯ୍ୟର୍ନଙ୍କ ସହ ତାଙ୍କ ରିଲେଶନସିପକୁ ନେଇ ଚର୍ଚ୍ଚାରେ ରହିଛନ୍ତି। ଦୁଇଜଣଙ୍କ ଫଟୋ ଏବଂ ଭିଡିଓ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି। ଯଦିଓ ସାରାଙ୍କ ଜନ୍ମଦିନରେ କାର୍ତ୍ତିକ ତାଙ୍କୁ ‘ପ୍ରିନ୍ସେସ’ କହି ଶୁଭେଚ୍ଛା ଜଣାଇଥିଲେ ଏବଂ ଏହାସହିତ ଏକ ସୁନ୍ଦର ଫଟୋ ବି ପୋଷ୍ଟ କରିଥିଲେ। ସୂଚନାଥାଉ କି, ଉଭୟ ଖୁବଶୀଘ୍ର ଇମତିଆଜ୍ ଅଲ୍ଲୀଙ୍କ ନିର୍ଦ୍ଦେଶିତ ଫିଲ୍ମରେ ନଜର ଆସିବେ। ସେପଟେ ସାରାଙ୍କ ଆଗାମୀ ଫିଲ୍ମ ‘କୁଲି ନଂ. ୧’ ବରୁନ୍ ଧଓ୍ଵନଙ୍କ ସହିତ ଆସୁଛି।