Below header

ସାହିଦ କପୁର କଲେ ସ୍ତ୍ରୀ ମୀରା ରାଜପୁତଙ୍କୁ ପ୍ରଶଂସା, ‘କହିଲେ ତୁମେ ଜମା ବି ଦୁଇଟି ପିଲାର ମାଆ ଭଳି ଲାଗୁନ’

ବଲିଉଡ୍‌ ଅଭିନେତା ସାହିଦ୍‌ କପୁରଙ୍କ ସ୍ତ୍ରୀ ମୀରା ରାଜପୁତ ପ୍ରାୟ ପ୍ରତ୍ୟେକଦିନ ଚର୍ଚ୍ଚାରେ ରୁହନ୍ତି। ସେ ସୋସିଆଲ ମିଡିଆରେ ବହୁତ ଆକ୍ଟିଭ୍‌ ରୁହନ୍ତି। ସୋସିଆଲମିଡିଆେ ନିଜର ଖାସ୍‌ ଫଟୋ ଏବଂ ଭିଡିଓକୁ ସେୟାର କରନ୍ତି ମୀରା। ମୀରା ରାଜପୁତଙ୍କ ଫ୍ୟାନ ଫଲୋଇଙ୍ଗ୍‌ କୌଣସି ଅଭିନେତ୍ରୀଙ୍କ ଠାରୁ ବି କମ୍‌ ନୁହେଁ। ସେହିପରି ଏବେ ସୋସିଆଲ ମିଡିଆରେ ସାହିଦ କପୁରଙ୍କ ଏକ ମେସେଜ୍‌ ଘୁରି ବୁଲୁଛି। ଯେଉଁଥିରେ ସେ ମୀରାଙ୍କୁ ଲେଖିଛନ୍ତି, ‘ତୁମେ ଜମା ବି ଦୁଇଟି ପିଲାର ମାଆ ଭଳି ଦେଖାଯାଉନ।

meeraମୀରା ରାଜପୁତ ନିକଟରେ ନିଜର ଅଫିସିଆଲ େଓ୍ଵବସାଇଟ ଇନଷ୍ଟାଗ୍ରାମରେ ଏକ ଭିଡିଓ ପୋଷ୍ଟ କରିଛନ୍ତି। ଏହି ଭିଡିଓକୁ ମୀରା ରାଜପୁତଙ୍କ ଫ୍ୟାନ୍ସଙ୍କ ବ୍ୟତୀତ ବଲିଉଡର ଅନେକ କଳାକାର ମଧ୍ୟ ପସନ୍ଦ କରିଛନ୍ତି ଏବଂ କମେଣ୍ଟ ଜରିଆରେ ନିଜର ପ୍ରତିକ୍ରୀୟା ଦେଇଛନ୍ତି।ଅଭିନେତା ସାହିଦ କପୁର ମଧ୍ୟ ସ୍ତ୍ରୀ ମୀରା ରାଜପୁତଙ୍କ ଏହି ଭିଡିଓରେ ମଜାଦାର କମେଣ୍ଟ କରିଛନ୍ତି।

miraସାହିଦ କପୁର ନିଜ କମେଣ୍ଟରେ ମୀରା ରାଜପୁତଙ୍କ ପାଇଁ ଲେଖିଛନ୍ତି, ‘କେହି ବି ତୁମକୁ ସିରିୟସଲି ନେଉଁନାହାନ୍ତି କାରଣ ତୁମେ ଜମା ବି ଦୁଇଟି ପିଲାର ମା ଭଳି ଲାଗୁନ’। ସାହିଦ କପୁରଙ୍କ ଏହି କମେଣ୍ଟକୁ ଅନେକ ସୋସିଆଲ ମିଡିଆ ୟୁଜର୍ସ ଏବଂ ତାଙ୍କ ଫ୍ୟାନ୍ସ ବହୁତ ପସନ୍ଦ କରୁଛନ୍ତି।

miraa

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.