କାହିଁକି ସ୍ମୃତି ଇରାନୀଙ୍କୁ ମନେପଡିଲା ଅଜୟ ଦେବଗନ୍ ଏବଂ ତବୁଙ୍କ କଥା? କହିଲେ-‘ଆଇଏ ଆପକା ଇଂତେଜାର ଥା’
ମୁମ୍ବାଇ: କେନ୍ଦ୍ରୀୟ ମନ୍ତ୍ରୀ ସ୍ମୃତି ଇରାନୀଙ୍କ ଫିଲ୍ମ ଏବଂ ଟିଭି ଦୁନିଆ ସହିତ ପୁରୁଣା ସମ୍ପର୍କ ରହିଛି । ସୋସିଆଲ ମିଡିଆରେ ଆକ୍ଟିଭ୍ ରହୁଥିବା ସ୍ମୃତି ବହୁ ଥର ଫିଲ୍ମର ମିମ୍ସ ସେୟାର କରିଥାନ୍ତି । କେବଳ ଏହା ନୁହେଁ ସ୍ମୃତି ନିଜର ମଜା ଉଡାଇବା ପାଇଁ ମଧ୍ୟ ପଛଘୁଞ୍ଚା ଦିଅନ୍ତି ନାହିଁ । ଏହି ସବୁ ଭିତରେ ସେ ପଠାଉଥିବା ଟ୍ବିଟକୁ ମଧ୍ୟ ବହୁତ ୟୁଜର୍ସ ପସନ୍ଦ କରିଥାନ୍ତି ।
ସ୍ମୃତି ଇରାନୀ ଅଜୟ ଦେବଗନ୍ ଏବଂ ତବୁଙ୍କର ଏକ ମିମ୍ ସେୟାର କରିଛନ୍ତି । ସେୟାର କରିଥିବା ଭିଡିଓ ଜରିଆରେ ସେ କହିଛନ୍ତି କି ୱିକେଣ୍ଡକୁ ସମସ୍ତେ ପ୍ରତୀକ୍ଷା କରିଥାନ୍ତି । ଯାହା ଏବେ ଆସିଯାଇଛି । ଭିଡିଓରେ ବିଜୟପଥର ହିଟ୍ ଗୀତ ଆଇଏ ଆପକା ଇନତେଜାର ଥା… ବାଜୁଛି । ଯେଉଁଥିରେ ଅଜୟଙ୍କୁ ୱିକେଣ୍ଡ ରୂପେ ପ୍ରସ୍ତୁତ କରାଯାଇଛି ଏବଂ ଅନ୍ୟପଟେ ତବୁଙ୍କୁ ଜଣେ ସାଧାରଣ ମଣିଷ ରୂପେ ଚିତ୍ରୀତ କରାଯାଇଛି । ଯିଏ କି ୱିକେଣ୍ଡକୁ ବହୁ ଉତ୍ସାହର ସହିତ ଅପେକ୍ଷା କରୁଥିବାର ଦେଖାବାକୁ ମିଳିଛି ।
View this post on Instagram
Greeting the weekend be like … (a tribute from those working this weekend )
ସ୍ମୃତିଙ୍କ ଏହି ପୋଷ୍ଟରେ ଜଣେ ୟୁଜର୍ସ ଲେଖିଛନ୍ତି କି, ଅସଲରେ ଆମେ କାମ କରୁଥିବା ବ୍ୟକ୍ତି ଏପରି ଭାବେ ୱିକେଣ୍ଡର ଅପେକ୍ଷା କରିଥାଉ । ଅନ୍ୟପଟେ ଆଉ ଜଣେ ଲେଖିଛନ୍ତି କି, ଆପଣ ସେହି ନେତା ମାନଙ୍କ ମଧ୍ୟରୁ ଜଣେ ଯିଏ ଜଣେ ସ୍ବଚ୍ଛ ପବନ ଭଳି । ତେଣୁ ସବୁ ଆପଣଙ୍କ ସେନ୍ସ ଅଫ୍ ହ୍ୟୁମରର ପ୍ରଶଂସା କରୁଛନ୍ତି ।
View this post on Instagram
Kya se kya ho gaye dekhte dekhte 🤦♀ when #thoughtfulthursday ‘weighs’ on you 🤪😆 @darshanajardosh
ଏହାପୂର୍ବରୁ ସ୍ମୃତି ନିଜର ଓଜନକୁ ନେଇ ନିଜର ହିଁ ମଜା ଉଡାଇ ଥିଲେ । ଦୁଇଟି ଫଟୋକୁ ତୁଳନା କରି ସ୍ମୃତି ଲେଖିଥିଲେ କି କ୍ୟା ସେ କ୍ୟା ହୋ ଗୟେ ଦେଖେତେ ଦେଖେତେ… । ସେହି ସମୟରେ ମଧ୍ୟ ତାଙ୍କର ଏହି ଟ୍ବିଟକୁ ନେଇ ଖୁବ୍ ଚର୍ଚ୍ଚା ହୋଇଥିଲା।
ଏହାସହ ପଢନ୍ତୁ:
୧୮ ଦିନରେ ୯ ଶହ କିଲୋମିଟର! ଜାଣନ୍ତୁ ବଲିଉଡ୍ ଖିଲାଡ଼ି…