Below header

ସୋନମ କହିଲେ ‘ହେ ଭଗବାନ କ’ଣ କରିବ’ ? ଏଭଳି ପ୍ରଶ୍ନର ଉତ୍ତର ଦେଇ ଫ୍ୟାନ କହିଲେ ‘ଆକ୍ଟିଂ କରିବା ଛାଡିଦିଅ’

ଅଭିନେତ୍ରୀ ସୋନମ କପୁର ବଲିଉଡର ଫ୍ୟାଶନ ଡିଭା ଭାବେ ପରିଚିତ। ଫିଲ୍ମ ଛଡା ସୋନମ ସବୁବେଳେ ସୋସିଆଲ ମିଡିଆରେ ପୋଷ୍ଟ ଯୋଗୁଁ ଚର୍ଚ୍ଚାରେ ରହିଥାନ୍ତି। ସୋନମ ନିଜ ଫ୍ୟାନଙ୍କ ପାଇଁ ସବୁବେଳେ ସୋସିଆଲ ମିଡିଆରେ ଫଟୋ ଏବଂ ଭିଡିଓ ପୋଷ୍ଟ କରିନ୍ତି। ବେଳେ ବେଳେ ନିଜ ସୋସିଆଲ ମିଡିଆ ପୋଷ୍ଟ ଯୋଗୁଁ ସୋନମ କପୁର ଟ୍ରୋଲିଂର ଶିକାର ମଧ୍ୟ ହୁଅନ୍ତି। ନିକଟରେ ଏମିତି କିଛି ସୋନମଙ୍କ ସହିତ ଘଟିଛି।

 

View this post on Instagram

 

Hain bhagwaan kya Karun

A post shared by Sonam K Ahuja (@sonamkapoor) on

ଲକଡାଉନରେ ବଲିଉଡ୍ ଅଭିନେତ୍ରୀ ସୋନମ କପୁର ସ୍ବାମୀ ଆନନ୍ଦ ଆହୁଜାଙ୍କ ସାଙ୍ଗରେ କ୍ୱାରେନଣ୍ଟାଇନରେ ରହୁଛନ୍ତି। ସୋନମ ଏବେ ନିଜର ଏକ ଗ୍ଲାମରସ ଫଟୋ ସେୟାର କରିଛନ୍ତି। ଯାହା ପାଇଁ ତାଙ୍କୁ ଟ୍ରୋଲ କରାଯାଉଛି। ଏମିତି କି ତାଙ୍କୁ ୟୁଜର୍ସ ଅଭିନୟ ଛାଡ଼ି ଦେବା ପାଇଁ ପରାମର୍ଶ ଦେଇଛନ୍ତି। ସୋନମ ଇଂଷ୍ଟାଗ୍ରାମ ଆକାଉଣ୍ଟରେ ନିଜର ଏକ ପୁରୁଣା ଫଟୋ ସେୟାର କରିଛନ୍ତି। ଫଟୋରେ ସୋନମ ସିଲଭର ରଙ୍ଗର ସ୍ଲିବଲେସ୍ ଡ୍ରେସ୍ରେ ନଜର ଆସିଛନ୍ତି। ଫଟୋକୁ ସେୟାର କରିବା ସହିତ ସେ କ୍ୟାପସନରେ ଲେଖିଛନ୍ତି, ହେ ଭଗବାନ ! କ’ଣ କରିବି ? ଏହି କ୍ୟାପସନକୁ ନେଇ ସୋନମଙ୍କୁ ଜବରଦସ୍ତ ଟ୍ରୋଲ କରାଯାଇଛି।

sona

ଜଣେ ୟୁଜର ଲେଖିଛନ୍ତି, ସୋନମ ଜୀ ଆପଣଙ୍କ ପାଖରେ ଟଙ୍କା ଅଛି। ବହୁତ କିଛି କରିପାରିବେ ତାହେଲେ ଟିକେ କିଛି ଦାନ କରିଦିଅନ୍ତୁ। ଆଉ ଜଣେ ୟୁଜର ଲେଖିଛନ୍ତି, ଟାଇଲ୍ସ କ୍ଲିନ୍ କରନ୍ତୁ ଏବଂ ଘର ପୋଛା ମାରନ୍ତୁ। ସେହିପରି ଆଉ ଜଣେ ୟୁଜର ଲେଖିଛନ୍ତି, ଅଭିନୟ କରିବା ବନ୍ଦ କରିଦିଅ। ଏହିଭଳି ଭାବେ ସୋନମଙ୍କୁ କମେଣ୍ଟ କରାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.