ନାଲି ପାଣି ପାଇଁ ଆଉ ନାହିଁ ଚିନ୍ତା, ଆଜି ଠାରୁ ମଦ ହୋମ ଡେଲିଭରି ଆରମ୍ଭ

ନୂଆଦିଲ୍ଲୀ : କରୋନା ଭାଇରସ ଏବଂ ଲକଡାଉନ ଭିତରେ ଆପଣ ମଦ ଦୋକାନରେ ଲୋକଙ୍କ ଲମ୍ବା ଲାଇନ ଏବଂ ଭିଡ ଦେଖିଥିବେ। ଏହି କାରଣରୁ ତ କିଛି ରାଜ୍ୟର ସରକାର ନିଜର ସ୍ଥାନୀୟ ମଦ ଦୋକାନକୁ ବନ୍ଦ କରିବା ପାଇଁ କିମ୍ବା ଦାମ ବଢାଇବା ପାଇଁ ନିଷ୍ପତ୍ତି ନେଇଥିଲେ। କିନ୍ତୁ ଲୋକଙ୍କ ଭିଡ କମିନଥିଲା ସେଥିପାଇଁ ଭିଡ ସମସ୍ୟାରୁ ରକ୍ଷା ପାଇବା ପାଇଁ ମଦର ହୋମ ଡେଲିଭରି ପାଇଁ ପ୍ରସ୍ତାବ ରଖାହାଇଥିଲା। ଯାହା ଆଜି ଠାରୁ ଆରମ୍ଭ ହେଉଛି ଅର୍ଥାତ ଆଜି ଠାରୁ ହିଁ ମଦ ହୋମ ଡେଲିଭରି ହେଉଛି।

ସକାଳ ୧୦ରୁ ଆରମ୍ଭ ହେବ ହୋମ ଡେଲିଭରି

ମହାରାଷ୍ଟ୍ର ସରକାର ରାଜ୍ୟର ମଦ ଭିଡକୁ ଲକ୍ଷ କରି ସମସ୍ତ ଦୋକାନକୁ ବନ୍ଦ କରିଦେଇଥିଲେ। କିନ୍ତୁ ଏବେ ସରକାର ମଦ ହୋମ ଡେଲିଭରିକୁ ମଞ୍ଜୁରୀ ଦେଇଛନ୍ତି। ରାଜ୍ୟ ସରକାର ରାଜ୍ୟ ସରକାରଙ୍କ ନୂଆ ଆଦେଶରେ କହିଛନ୍ତି ଯେ ୧୫ ମେ ସକାଳ ୧୦ଟାରୁ ମହାରାଷ୍ଟ୍ରରେ ମଦ ହୋମ ଡେଲିଭରି ଆରମ୍ଭ ହୋଇଯିବ। ଯେଉଁ ଦୋକାନରେ କରୋନା ଭାଇରସ ମାମଲା ନାହିଁ ସେଠାରେ ଦୋକାନ ମଧ୍ୟ ଖୋଲା ଯିବ।

ଏହି ନିୟମ ଉପରେ ଧ୍ୟାନ ରଖିବାକୁ ହେବ

ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ ଦୋକାନୀ ଡେଲିଭରି ପାଇଁ ୧୦ ରୁ ଅଧିକ ଲୋକଙ୍କୁ ରଖିପାରିବେନାହିଁ। ଗୋଟେ ଥରରେ କୌଣସି ବି ଡେଲିଭରି ବଏ ୨୪ ରୁ ଅଧିକ ବୋତଲ ନେଇ ଯାଇପାରିବେନାହିଁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.