ରାଜ୍ୟରେ ପୁଣି ନୂଆ ୪୮ କରୋନା ପଜିଟିଭ୍‌ ଚିହ୍ନଟ, ପୁରୀରୁ ବାହାରିଥିବା ୧୦ ନୂଆ ସଂକ୍ରମିତ ସୁରତ ଫେରନ୍ତା

ଭୁବନେଶ୍ବର: ଆଜି ରାଜ୍ୟରେ ନୂଆ ୪୮ କରୋନା ପଜିଟିଭ୍‌ ଚିହ୍ନଟ। ୨୪ ଘଣ୍ଟାରେ ସମୁଦାୟ ୬୧ କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିବା ସୂଚନା ମିଳିଛି। କେନ୍ଦ୍ରାପଡାରେ ସର୍ବାଧିକ ୧୩ଜଣ ଆକ୍ରାନ୍ତ ହୋଇଛନ୍ତି ।  ସେହିପରି ବାଲେଶ୍ୱରରେ ୧୨, ଗଞ୍ଜାମରୁ ୧୨, ପୁରୀରୁ ୧୦, ଭଦ୍ରକରୁ ୬, ନୟାଗଡ଼ରୁ ୩, ଯାଜପୁରରୁ ୨, କଟକରୁ ଜଣେ ଓ ଦେବଗଡ଼ରୁ ଜଣେ ପଜିଟିଭ୍‌ ହୋଇଛନ୍ତି । ପୁରୀର ସମସ୍ତ ୧୦ ପଜିଟିଭ୍‌ ସୁରତ ଫେରନ୍ତା, ସମସ୍ତେ କ୍ୱାରେଣ୍ଟାଇନ୍‌ରେ ଥିଲେ ।

coronavirusକଟକର ନୂଆ ଆକ୍ରାନ୍ତ ଅହମ୍ମଦାବାରୁ ଫେରିଥିଲେ । ସେହିପରି ବାଲେଶ୍ୱରର ୧୨ ଆକ୍ରାନ୍ତଙ୍କ ମଧ୍ୟରୁ ୭ ଜଣ ପଶ୍ଚିମବଙ୍ଗ ଫେରନ୍ତା, ୨ ଜଣ ସୁରତ, ଜଣେ ଅହମ୍ମଦାବାଦରୁ ଫେରିଥିଲେ । ସମସ୍ତେ କ୍ୱାରେଣ୍ଟାଇନ୍‌ରେ ଥିଲେ । ଅନ୍ୟ ଜଣେ ଦିଲ୍ଲୀରୁ ଫେରିଥିବା ବେଳେ ଜଣେ ହୋମ୍‌ କ୍ୱାରେଣ୍ଟାଇନ୍‌ରେ ରହିଥିଲେ । ସେହିପରି ଭଦ୍ରକରୁ ଚିହ୍ନଟ ହୋଇଥିବା ସମସ୍ତ ୬ ପଜିଟିଭ୍‌ କୋଲକାତା ଫେରନ୍ତା । ସମସ୍ତେ କ୍ୱାରେଣ୍ଟାଇନ୍‌ରେ ଥିଲେ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ।

corona-testingବାଲେଶ୍ୱରରେ ଶହେ ଟପିଛି ଆକ୍ରାନ୍ତଙ୍କ ସଂଖ୍ୟା । ନୂଆ ୧୨ ପଜିଟିଭ ମିଶି ଆକ୍ରାନ୍ତଙ୍କ ସଂଖ୍ୟା ୧୦୨ ହୋଇଛି । ଗଞ୍ଜାମରେ ୨୬୪ ଜଣ ଜଣ ସଂକ୍ରମିତ ହୋଇଛନ୍ତି । ସେହିପରି ପୁରୀରେ ଆକ୍ରାନ୍ତଙ୍କ ସଂଖ୍ୟା ୧୪ ହୋଇଛି । ଭଦ୍ରକରେ ମୋଟ୍‌ ସଂକ୍ରମିତଙ୍କ ସଂଖ୍ୟା ୪୬ ହୋଇଛି । ସେହିପରି ଯାଜପୁରରେ ୯୦, କଟକରେ ୪, ଦେବଗଡରେ ୨, ନୟାଗଡ଼ରେ ୪ରେ ପହଞ୍ଚିଛି ଆକ୍ରାନ୍ତଙ୍କ ସଂଖ୍ୟା । ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୬୭୨କୁ ବୃଦ୍ଧି ପାଇଛି । ସେହିପରି ଆକ୍ଟିଭ୍‌ କେସ୍‌ ୫୦୦ ଟପିଛି । ନୂଆ ୬୧ ଆକ୍ରାନ୍ତଙ୍କୁ ମିଶାଇ ଆକ୍ଟିଭ୍‌ କେସ୍‌ ୫୧୧ରେ ପହଞ୍ଚିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.