Below header

ମାୟାନଗରୀରେ କାୟା ମେଲାଉଛି କରୋନା, ସୁମିତ ବ୍ଯାସ ଏବଂ ମନୀଷ ମଲହୋତ୍ରା କରୋନା ସଂକ୍ରମିତ

ମାୟାନଗରରେ ଏବେ କରୋନା କବଳରେ। ଦିନକୁ ଦିନ ବଲିଉଡ ଇଣ୍ଡଷ୍ଟ୍ରୀରେ କରୋନା କାୟା ମେଲାଉଛି। କର୍ଫ୍ୟୁ ସତ୍ତ୍ୱେ ବୋଲ ମାନୁନି ମହାରାଷ୍ଟ୍ରରେ ସଂକ୍ରମଣ । ଜଣଙ୍କ ପରେ ଜଣେ ବଲିଉଡ ଷ୍ଟାର କରୋନା ସଂକ୍ରମିତ ହେବାରେ ଲାଗିଛନ୍ତି । ଏବେ ବୀର ଦି ଓ୍ୱେଡିଙ୍ଗର ଅଭିନେତା ସୁମିତ ବ୍ୟାସ ଏବଂ ମନୀଷ ମଲହୋତ୍ରା କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି ।

ନିଜର ଇନଷ୍ଟା ଆକାଉଣ୍ଟରେ ସେ ଫ୍ୟାନମାନଙ୍କୁ ଜଣାଇଛନ୍ତି । ସେ କହିଛନ୍ତି ମୁଁ ଡାକ୍ତରଙ୍କ ଦ୍ୱାରା ପ୍ରେସକ୍ରାଇବ ମେଡିସିନ୍ ଖାଇବା ସହ ଘରେ ସଂଗରୋଧରେ ରହୁଛି । ଯେଉଁମାନେ ମୋ ସଂସ୍ପର୍ଶରେ ଆସିଛନ୍ତି ନିଜ ନିଜର ପରୀକ୍ଷା କରାଇନେବାକୁ ସେ ନିବେଦନ କରିଛନ୍ତି ।

 

View this post on Instagram

 

A post shared by Manish Malhotra (@manishmalhotra05)


ଜଣାଶୁଣା ଫ୍ୟାସନ ଡିଜାଇନର ମନୀଷ ମଲହୋତ୍ରା ବି ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ମନୀଷ ମଧ୍ୟ ଇନଷ୍ଟା ଜରିଆରେ କରୋନା ପଜିଟିଭ ସଂକ୍ରମିତ ହେବା ନେଇ କହିଛନ୍ତି। ମନୀଷଙ୍କ ଦେହରେ କିଛି ଲକ୍ଷଣ ଦେଖାଦେବାରୁ ମୁଁ ନିଜର ଟେଷ୍ଟ କରାଇଥିଲି । ଏବେ ରିପୋର୍ଟ ପଜିଟିଭ ଆସିବେ ପରେ ମୁଁ ନିଜକୁ ଆଇସୋଲେସନରେ ରଖିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.