ଟିକାକରଣ ନେଇ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ, ଖୋଲା ବଜାରରେ ଟିକା ଉପଲବ୍ଧ କରିବାକୁ ପ୍ରସ୍ତାବ

ଭୁବନେଶ୍ବର: ଟିକାକରଣ ନେଇ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବର୍ତ୍ତମାନର କରୋନା ସ୍ଥିତି ନେଇ ପ୍ରଧାନମନ୍ତ୍ରୀଙ୍କୁ ୪ଟି ପ୍ରସ୍ତାବ ଦେଲେ ମୁଖ୍ୟମନ୍ତ୍ରୀ । ଖୋଲା ବଜାରରେ ଟିକା ଉପଲବ୍ଧ କରିବାକୁ ପ୍ରସ୍ତାବ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଏହା ଦ୍ୱାରା ଯେଉଁମାନେ ସକ୍ଷମ ସେମାନେ ଟିକା ନେଇପାରିବେ ।

ସେହିପରି ବିଶ୍ୱରେ ମଞ୍ଜୁର ହୋଇଥିବା ଟିକାକୁ ସରକାର ଗ୍ରୀନ୍‌ ସିଗନାଲ ଦିଅନ୍ତୁ । ଏହା ସହ ଟିକା ଯୋଗାଣ ବୃଦ୍ଧି କରିବାକୁ ମୁଖ୍ୟମନ୍ତ୍ରୀ ଦାବି କରିଛନ୍ତି । ସର୍ବାଧିକ ସଂକ୍ରମିତ ସହରଗୁଡ଼ିକୁ ପ୍ରାଧାନ୍ୟ ଦିଆଯାଉ । ସଂକ୍ରମଣ ବୃଦ୍ଧି ପାଉଥିବା ମେଟ୍ରୋ ସିଟି ଗୁଡ଼ିକରେ ଟିକାକରଣର ବୟସ ସୀମା କୋହଳ ହେଉ ।

ରାଜ୍ୟଗୁଡ଼ିକୁ ଠିକ୍‌ ସମୟରେ ଯଥେଷ୍ଟ ପରିମାଣର ଟିକା ଯୋଗାଇ ଦିଆଯାଉ ବୋଲି ପ୍ରସ୍ତାବ ରଖିଛନ୍ତି ମୁଖ୍ୟମନ୍ତ୍ରୀ । ଏହା ସହ ରାଜ୍ୟକୁ ୨୫ ଲକ୍ଷ ଟିକା ଯୋଗାଇଦେବାକୁ ମୁଖ୍ୟମନ୍ତ୍ରୀ ଅନୁରୋଧ କରିଛନ୍ତି । ଫଳରେ ରାଜ୍ୟରେ ଦୈନିକ ୩ ଲକ୍ଷ ଡୋଜ ଦିଆଯାଇପାରିବ । ରାଜ୍ୟରେ ଏପର୍ଯ୍ୟନ୍ତ ୪୭ଲକ୍ଷ ଟିକା ଦିଆସରିଛି । ଓଡ଼ିଶାରେ ସବୁଠୁ କମ୍‌ ଟିକା ନଷ୍ଟ ହୋଇଥିବା କହିଛନ୍ତି ମୁଖ୍ୟମନ୍ତ୍ରୀ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.