ରାଶିଫଳ: ଆଜି କ’ଣ କହୁଛି ଆପଣଙ୍କ ଭାଗ୍ୟ
ସକାଳୁ ଉଠୁ ଉଠୁ ସମସ୍ତଙ୍କର ଗୋଟିଏ ଚିନ୍ତା ଥାଏ ଆଜିର ଦିନଟି କେମିତି କଟିବ । ଯଦି କୌଣସି ଶୁଭ କାମ ଥାଏ ତେବେ ଭଲରେ ହେବକି ନାହିଁ । ଆଉ ଯଦି କୌଣସି କାର୍ଯ୍ୟରେ ବାହାରକୁ ଯାତ୍ରା କରିବାକୁ ଥାଏ, ତେବେ ତାହା ସଫଳ ହେବ କି ନାହିଁ । ଏମିତି କେତେ କଣ । ଯଦି ଆପଣ ସକାଳୁ ସକାଳୁ ନିଜ ରାଶି ବିଷୟରେ କିଛିଟା ଜାଣିଥାନ୍ତି ତେବେ ଆପଣଙ୍କୁ ଆଉ ସେତେଟା ଭୟ ରହିବ ନାହିଁ। ତେବେ ଜାଣି ରଖନ୍ତୁ ଆଜି କେମିତି କଟିବ ଆପଣଙ୍କ ଦିନ…
ମେଷ :
ଆଜି ମାନସିକ ସ୍ଥିତି ପ୍ରାୟତଃ ଭଲ ରହିବ। ସନ୍ତାନଠୁ ଖୁସି ପାଇବେ। ପୁରୁଣା ଶତ୍ରୁ, ପୁରୁଣା ବିବାଦ ଏବଂ ପୁରୁଣା କଥା ସାମ୍ନାକୁ ଆସିପାରେ। ଶୁଭ ସଂଖ୍ୟା ୬ ଏବଂ ଶୁଭ ରଙ୍ଗ ବାଇଗଣୀ।
ବୃଷ :
ବିଛା ରାଶିର ବ୍ୟକ୍ତିଙ୍କ ପାଇଁ ଆଜିର ଦିନ ଶୁଭ ସାବ୍ୟସ୍ତ ହୋଇପାରେ। ଧାର୍ମିକ କାର୍ଯ୍ୟରେ ରୁଚି ରଖୁଥିବା ବ୍ୟକ୍ତିଙ୍କର ମନ ଶାନ୍ତ ଓ ଖୁସି ରହିବ। ସୂର୍ଯ୍ୟଦେବଙ୍କୁ ଜଳ ଅର୍ପଣ କଲେ ଅନ୍ୟ ଲାଭ ମିଳିବ। ସମାଜରେ ମାନ-ସମ୍ମାନ ବଢ଼ିବ ଓ ଚାକିରିରେ ଉନ୍ନତି ହେବ। ଶୁଭ ସଂଖ୍ୟା ୪ ଏବଂ ଶୁଭ ରଙ୍ଗ ବାଇଗଣୀ।
ମିଥୁନ :
ଆଗକୁ ବଢ଼ି ଚାଲନ୍ତୁ, ପରିସ୍ଥିତି ଆପଣଙ୍କ ପକ୍ଷରେ ରହିବ। ଆପଣଙ୍କ ଆକର୍ଷିତ ବ୍ୟବହାର ଅନ୍ୟମାନଙ୍କ ଧ୍ୟାନ ଆପଣଙ୍କ ଆଡକୁ ଟାଣିବ। ରାଜନୀତିରେ ସଫଳତା ପାଇବେ। ପ୍ରେମ ସମ୍ବନ୍ଧରେ ପ୍ରଗାଢ଼ତା ଆସିବ। ଶୁଭ ସଂଖ୍ୟା ୭ ଏବଂ ଶୁଭ ରଙ୍ଗ ସବୁଜ।
କର୍କଟ :
ଜୀବନର ସଫଳତା ଲାଗି ଦିନଟିଏ। ଅଯଥା ଚିନ୍ତାରୁ ମୁକ୍ତି ପାଇବେ। ବ୍ୟବସାୟରେ ଯୋଜନାବଦ୍ଧ ରୂପେ କାମ କରିବେ। ଯେଉଁମାନେ ନିଜ ପ୍ରିୟ ସହ ଯାତ୍ରା କରୁଛନ୍ତି ସେମାନଙ୍କ ପାଇଁ ଏହା ଅତି ସ୍ମରଣୀୟ କ୍ଷଣ ହେବ। ଶୁଭ ସଂଖ୍ୟା ୬ ଏବଂ ଶୁଭ ରଙ୍ଗ ଲାଲ୍।
ସିଂହ :
ଆପଣଙ୍କ ଆତ୍ମବିଶ୍ବାସର ସ୍ତର ଭଲ ରହିବ। କ୍ୟାରିୟରରେ ନୂଆ କୀର୍ତ୍ତିମାନ ସ୍ଥାପିତ କରିବେ। ବ୍ୟବସାୟରେ ପ୍ରଚୁର ଲାଭ ପାଇବେ। କାର୍ଯ୍ୟକ୍ଷେତ୍ରରେ ଆପଣଙ୍କ ଶତ୍ରୁ ନିଜର ଦୁଷ୍କର୍ମର ଫଳ ପାଇବେ। ଶୁଭ ସଂଖ୍ୟା ୭ ଏବଂ ଶୁଭ ରଙ୍ଗ ସବୁଜ।
କନ୍ୟା :
ଆଜି ଚେଷ୍ଟା କରୁଥିବା କାମରେ ସଫଳତା ମିଳିବ। ସାହସିକ ପଦକ୍ଷେପ ନେଇ ପ୍ରଶଂସିତ ହେବେ। ସ୍ବାସ୍ଥ୍ୟରେ ବିଶେଷ ଉନ୍ନତି ପରିଲକ୍ଷିତ ହେବାରୁ ମନୋବଳ ବୃଦ୍ଧି ପାଇବ। କେତେକ କ୍ଷେତ୍ରରେ ଭଲ କଥା କହିଲେ ମଧ୍ୟ ବନ୍ଧୁ ତାହାକୁ ଭୁଲ୍ ଦୃଷ୍ଟିକୋଣରୁ ବିଚାର କରି କ୍ଷୁବ୍ଧ ହୋଇପାରନ୍ତି। ଶୁଭ ସଂଖ୍ୟା ୬ ଏବଂ ଶୁଭ ରଙ୍ଗ ଧଳା।
ତୁଳା :
ଯେଉଁମାନଙ୍କର ଲଘୁ ଉଦ୍ୟୋଗ ଅଛି ଆଜି ସେମାନଙ୍କୁ କୌଣସି ନିକଟତମ ବନ୍ଧୁ ପରିଜନଙ୍କ ଠାରୁ ଆର୍ଥିକ ସହାୟତା ମିଳିବ। ଆଜି ଆପଣଙ୍କ ଉର୍ଜା ଓ ଭଲ ବ୍ୟବହାର ଯୋଗୁଁ ଆଖ-ପାଖ ଲୋକ ଖୁସି ହେବେ। ଆପଣଙ୍କ ଶକ୍ତିର ସ୍ତର ବଢ଼ିବ। ଲୋକମାନଙ୍କ ଧ୍ୟାନ ଆକର୍ଷିତ କରିବାରେ ସଫଳ ହେବେ। ଉନ୍ନତିର ନୂଆ ମାର୍ଗ ଖୋଲିବ। ଶୁଭ ସଂଖ୍ୟା ୬ ଏବଂ ଶୁଭ ରଙ୍ଗ ଧଳା।
ବିଛା :
ଆଜି ପରିବାରରେ ସନ୍ଦେହ ଓ ଭୁଲ୍ ବୁଝାମଣା ହେତୁ ସମସ୍ୟା ବଢ଼ିପାରେ। ଦୂରସ୍ଥାନକୁ ଯାତ୍ରା ନୂତନ କର୍ମନିଯୁକ୍ତି ପାଇଁ ଅନୁକୂଳ ବାତାବରଣ ସୃଷ୍ଟି ହୋଇପାରେ। ବ୍ୟବସାୟରେ ବକେୟା ଅର୍ଥ ଆଦାୟ କରିବାରେ ସକ୍ଷମ ହେବେ। ଭୂସମ୍ପତ୍ତିକୁ କେନ୍ଦ୍ର କରି ପରିବାର ସଦସ୍ୟଙ୍କ ମଧ୍ୟରେ କଳହର ସୂଚନା ରହିଛି । ଶୁଭ ସଂଖ୍ୟା ୭ ଏବଂ ଶୁଭ ରଙ୍ଗ ସବୁଜ।
ଧନୁ:
ଧନୁ ରାଶିର ବ୍ୟକ୍ତି ଆଜି ଅଧିକ ଲାଭବାନ ହେବେ। ଆର୍ଥିକ ଉନ୍ନତି ଘଟିବ। ଚାକିରି କରିଥିବା ବ୍ୟକ୍ତିଙ୍କୁ ପଦୋନ୍ନତି ମିଳିବ। ଅଟକି ରହିଥିବା କାର୍ଯ୍ୟ ପୂରା ହେବ। ବ୍ୟବସାୟ କରୁଥିବା ବ୍ୟକ୍ତି ଅଟକି ଥିବା ଟଙ୍କା ଫେରିପାଇବେ। ଶୁଭ ସଂଖ୍ୟା ୬ ଏବଂ ଶୁଭ ରଙ୍ଗ ବାଇଗଣୀ।
ମକର :
ମକର ରାଶିର ବ୍ୟକ୍ତି ଯେଉଁମାନେ ଚାକିରି କିମ୍ବା ବ୍ୟବସାୟ କରୁଛନ୍ତି, ସେମାନଙ୍କୁ ଶତ ପ୍ରତିଶତ ସଫଳତା ମିଳିବ। ଏହି ରାଶିର ଲୋକଙ୍କ ଜାତକରେ ଆୟ ବୃଦ୍ଧି ହେବ। ଏହା ସହ ନବ ବିବାହିତଙ୍କୁ ବୈବାହିକ ଜୀବନରେ ଭରପୂର ଖୁସି ମିଳିବ। ଶୁଭ ସଂଖ୍ୟା ୯ ଏବଂ ଶୁଭ ରଙ୍ଗ ହଳଦିଆ।
କୁମ୍ଭ:
ଦୂର ଯାତ୍ରା କରୁଥିଲେ ସତର୍କ ରୁହନ୍ତୁ। ଶାରୀରିକ ଏବଂ ମାନସିକ କଷ୍ଟ ପାଇପାରନ୍ତି। ଗୁପ୍ତ ଧନ ପାଇପାରନ୍ତି। ଶୁଭ ସଂଖ୍ୟା ୪ ଏବଂ ଶୁଭ ରଙ୍ଗ ଧଳା।
ମୀନ:
ଆଜି ଅଜାଣତରେ ଆପଣଙ୍କ ଦ୍ଵାରା କୌଣସି ଭୁଲ ହୋଇପାରେ, ଯାହାଦ୍ୱାରା ଆପଣଙ୍କ ଉପରିସ୍ଥ କର୍ମଚାରୀ ଆପଣଙ୍କ ଉପରେ କ୍ରୋଧ କରିପାରନ୍ତି। ପ୍ରେମ କ୍ଷେତ୍ରରେ ଆଜି ଆପଣଙ୍କୁ କେହି ଭୁଲ ବୁଝି ପାରନ୍ତି। ଶୁଭ ସଂଖ୍ୟା ୯ ଏବଂ ଶୁଭ ରଙ୍ଗ ବାଇଗଣୀ।