Below header

ଚାଣକ୍ୟ ନୀତି : ଏମିତି ସ୍ତ୍ରୀଙ୍କୁ ବିବାହ କଲେ ଆପଣ କେବେ ପଡ଼ିବେ ନାହିଁ ଅସୁବିଧାରେ

ଚାଣକ୍ୟ ଜୀ ନିଜର ନୀତି ବଳରେ ହିଁ ନନ୍ଦ ବଂଶର ନାଶ କରିପାରିଥିଲେ । ଚନ୍ଦ୍ରଗୁପ୍ତ ମୌର୍ଯ୍ୟଙ୍କୁ ମଗଧ ସମ୍ରାଟ କରିବାରେ ଏକ ମହତ୍ୱପୂର୍ଣ୍ଣ ଭୂମିକା ନେଇଥିଲେ । ଆଚାର୍ଯ୍ୟ ଚାଣକ୍ୟଙ୍କ ପ୍ରାୟ ସବୁ ବିଷୟରେ ଗଭୀର ଜ୍ଞାନ ରହିଥିଲା । ଏଥିପାଇଁ ସେ ଏକ ନୀତି ଶାସ୍ତ୍ରର ରଚନା କରିଥିଲେ । ଯାହା ଜରିଆରେ ସେ ଦୁନିଆକୁ ମାର୍ଗ ଦର୍ଶନ କରିଥିଲେ । ବର୍ତ୍ତମାନ ସମୟରେ ଚାଣକ୍ୟଜୀଙ୍କ ନୀତିର ବହୁତ ପ୍ରାସଙ୍ଗିକତା ରହିଛି ।

ଚାଣକ୍ୟ ନୀତି କୁହେ ଯେବେ ବି ଆପଣ ଜୀବନ ସାଥୀକୁ ବାଛିବେ ସେତେବେଳେ ତାଙ୍କର ବାହାର ସୌନ୍ଦର୍ଯ୍ୟ ଅପେକ୍ଷା ଅନ୍ତରର ସୌନ୍ଦର୍ଯ୍ୟ ପ୍ରତି ଦୃଷ୍ଟି ଦେବା ଉଚିତ୍‌ । ଚାଣକ୍ୟ କୁହନ୍ତି ଏମତି ସ୍ତ୍ରୀ ବିବାହ କରିବା ଉଚିତ୍‌ ଯିଏ ନିଜ ଇଚ୍ଛାରେ ଆପଣଙ୍କୁ ବିବାହ କରିବା ପାଇଁ ରାଜି ହୋଇଯିବେ । କାରଣ ଯଦି ଆପଣ ସ୍ତ୍ରୀଙ୍କ ଅନିଚ୍ଛାରେ ତାଙ୍କୁ ବିବାହ କରିବେ, ତେବେ ଜୀବନରେ କେବେ ଖୁସୀରେ ରହିପାରିବେ ନାହିଁ । ଏମିତି ବିବାହରେ କେବେ ନା କେବେ ସମସ୍ୟା ଆସିଥାଏ ।

ଚାଣକ୍ୟ କୁହନ୍ତି ଯେଉଁ ସ୍ତ୍ରୀ ଆପଣଙ୍କୁ ପ୍ରେମ କରୁଥିବେ ଓ ଆପଣଙ୍କୁ ମାନୁଥିବେ ସେପରି ସ୍ତ୍ରୀଙ୍କୁ କେବେ ବି ଛାଡ଼ିବା ଉଚିତ ନୁହେଁ । କାରଣ ଯେଉଁ ସ୍ତ୍ରୀ ଆପଣଙ୍କୁ ପ୍ରେମ କରିଥିବ ସେ କେବେ ବି ଆପଣଙ୍କୁ ଦୁଃଖ ଦେବେନାହିଁ ।

ଯେଉଁ ସ୍ତ୍ରୀଙ୍କୁ ବିବାହ କରିବାକୁ ଯାଉଛନ୍ତି ତାଙ୍କ ଠାରେ ନିଶ୍ଚୟ ଧର୍ମ ଗୁଣ ରହିଥିବା ଦରକାର । ତେବେ ଆପଣଙ୍କ ଜୀବନକୁ ସେ ସ୍ୱର୍ଗ କରିପାରିବେ ।

ପ୍ରତ୍ୟେକ ସ୍ତ୍ରୀ ନିଜ ସ୍ୱାମୀଙ୍କ ମଧ୍ୟରେ ନିଜ ପିତାଙ୍କର ଛବି ଦେଖନ୍ତି । ଯେଉଁ ସ୍ତ୍ରୀଙ୍କୁ ଆପଣ ବିବାହ କରିବାକୁ ଯାଉଛନ୍ତି ସେ ଯଦି ଆପଣଙ୍କ ଠାରେ ତାଙ୍କ ପିତାଙ୍କ ଗୁଣ ଦେଖିବାକୁ ପାଇବେ । ତାହେଲେ ସେ ସ୍ତ୍ରୀ ଆପଣଙ୍କୁ ବହୁତ ସମ୍ମାନ କରିବେ । ସବୁ ପରିସ୍ଥିତିରେ ସେ ଆପଣଙ୍କ ସାଙ୍ଗ ଦେବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.