ଆପଣଙ୍କ ସ୍ୱପ୍ନରେ ଆସୁଛନ୍ତି କି ମୃତ ବ୍ୟକ୍ତି ?ଜାଣନ୍ତୁ ଦେଇଥାନ୍ତି କ’ଣ ସଂକେତ

ଅଧିକାଂଶ ଲୋକ ରାତିରେ ଶୋଇବା ସମୟରେ ସ୍ୱପ୍ନ ଦେଖିଥାନ୍ତି । କିଛି ସ୍ୱପ୍ନ ଆମେ ସକାଳୁ ଉଠିବା ପରେ ଭୁଲି ଯାଇଥାଉ ତ କିଛି ସ୍ୱପ୍ନ ମନେ ରହିଥାଏ । ସ୍ୱପ୍ନ ଶାସ୍ତ୍ର ଅନୁଯାୟୀ ସ୍ୱପ୍ନ ଏମିତି ଆସିନଥାଏ । ଏହାର କିଛି ନା କିଛି କାରଣ ଥାଏ । ପ୍ରତି ସ୍ୱପ୍ନର କିଛି ନା କିଛି ଅର୍ଥ ଥାଏ । ସ୍ୱପ୍ନ ଆମକୁ ଆସୁଥିବା ଘଟଣା ସମ୍ପର୍କରେ ମଧ୍ୟ ସୂଚନା ଦେଇଥାଏ । ଏହି ସଂକେତ ଭଲ ହୋଇପାରେ କିମ୍ବା ଖରାପ ହୋଇପାରେ । ଆସନ୍ତୁ ଜାଣିବା ସ୍ୱପ୍ନ ସମ୍ପର୍କରେ କିଛି ।

  ଯଦି ଆପଣଙ୍କର କେହି ନିଜର ଲୋକ ରୋଗ କାରଣରୁ ମରିଯାଇଥାନ୍ତି ଓ ସ୍ୱପ୍ନରେ ସୁସ୍ଥ ଦେଖା ଯାଆନ୍ତି । ଏହାର ଅର୍ଥ ଯେ ସେ ଜୀବନରେ ଖୁସୀ ଅଛନ୍ତି । ତେଣୁ ଆପଣଙ୍କୁ ସେ ସ୍ୱପ୍ନ ମାଧ୍ୟମରେ ଜଣାନ୍ତି ଯେ ସେ ଖୁସି ଅଛନ୍ତି । ଆପଣ ମଧ୍ୟ ନିଜ ଜୀବନକୁ ଖୁସୀରେ କାଟନ୍ତୁ ।

  ଯଦି ମୃତ ବ୍ୟକ୍ତି ସ୍ୱପ୍ନରେ ଆପଣଙ୍କୁ ରାଗରେ ଥିବା ଦେଖାଯାଆନ୍ତି । ତେବେ ଏହାର ଅର୍ଥ ଯେ ସେ ଆପଣଙ୍କୁ କିଛି ଜିନିଷ ମାଗୁଛନ୍ତି । ହୋଇପାରେ ଏହି ବ୍ୟକ୍ତିଙ୍କ କିଛି ଇଚ୍ଛା ଅପୂର୍ଣ୍ଣ ରହିଛି । ଯାହା ସେ ଆପଣଙ୍କ ମାଧ୍ୟମରେ ପୂରଣ କରିବାକୁ ଚାହୁଁଛନ୍ତି । ଏହି ସ୍ୱପ୍ନ ଏହି କଥାର ସଂକେତ ମଧ୍ୟ ଦେଇଥାଏ ଯେ ଆପଣ ଏମିତି କିଛି କାମ କରୁଛନ୍ତି ଯାହା ଆପଣଙ୍କୁ ପୂର୍ବଜଙ୍କୁ ଭଲ ଲାଗୁନାହିଁ । ତେଣୁ ସେ ଏଥିରୁ ଆପଣଙ୍କୁ ରୋକୁଛନ୍ତି ।

–   ଯଦି ମୃତ ବ୍ୟକ୍ତି ସ୍ୱପ୍ନରେ ଖୁସୀ ଲାଗୁଛନ୍ତି କିମ୍ବା ଆପଣଙ୍କୁ ଆଶିର୍ବାଦ ଦେଉଛନ୍ତି ତେବେ ଏହା ଶୁଭ ହୋଇଥାଏ । ଏଥିରୁ ଜଣାପଡେ ଆପଣ କିଛି କାମରେ ବଡ ସଫଳତା ପାଇବାକୁ ଯାଉଛନ୍ତି ।

  ଯଦି ମୃତ ବ୍ୟକ୍ତି ବିନା କପଡା, ଜୋତା କିମ୍ବା ଭୋକରେ ଆପଣଙ୍କୁ ଦେଖା ଦେଉଛନ୍ତି ତେବେ ଆପଣ ଏହି ସବୁ ଜିନିଷ କେହି ଦଃଖୀ ବ୍ୟକ୍ତିଙ୍କୁ ଦାନ କରି ଦିଅନ୍ତୁ ।

  ଯଦି ମୃତ ବ୍ୟକ୍ତି ସ୍ୱପ୍ନରେ ବାରମ୍ବାର ଦେଖା ଦେଉଛନ୍ତି,ଏହାର ଅର୍ଥ ସେ ଅସନ୍ତୁଷ୍ଟ । ତେଣୁ ତାଙ୍କ ଆତ୍ମାର ଶାନ୍ତି ଉପାୟ କରନ୍ତୁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.