ୱେଷ୍ଟଇଣ୍ଡିଜ ବିପକ୍ଷ ଦିନିକିଆ ସିରିଜ ପୂର୍ବରୁ ଟିମ ଇଣ୍ଡିଆରେ କରୋନା, ସମସ୍ତଙ୍କୁ ରଖାଗଲା କ୍ୱାରେଣ୍ଟାଇନ୍ରେ
କେନ୍ୟୁଜ୍(ବ୍ୟୁରୋ): ୱେଷ୍ଟଇଣ୍ଡିଜ ବିପକ୍ଷ ଦିନିକିଆ ସିରିଜ ପୂର୍ବରୁ ଟିମ ଇଣ୍ଡିଆରେ କରୋନା । ଟିମ୍ ଇଣ୍ଡିଆର ଏକାଧିକ ଖେଳାଳି କରୋନା ଆକ୍ରାନ୍ତ ହୋଇଥିବା ସୂଚନା ମିଳିଛି । ଦଳର ଖେଳାଳି ଶିଖର ଧାଓ୍ଵନ, ଋତରାଜ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଟିମ୍ ଇଣ୍ଡିଆର କିଛି ସପୋର୍ଟ ଷ୍ଟାଫ୍ ମଧ୍ୟ କରୋନା ପିଜିଟିଭ ବାହାରିଛନ୍ତି ।
ସମସ୍ତଙ୍କୁ କ୍ୱାରେଣ୍ଟାଇନ୍ରେ ରଖାଯାଇଛି । ଫେବ୍ରୁଆରୀ ୬ରେ ଭାରତ-ୱେଷ୍ଟଇଣ୍ଡିଜ୍ ମଧ୍ୟରେ ପ୍ରଥମ ଦିନିକିଆ ଖେଳାଯିବ । ଏବେ ଭାରତୀୟ କ୍ରିକେଟ ଦଳ ଅହମ୍ମଦାବାଦ୍ରେ ଅଛି ।