୩୦ ଦିନ ପର୍ଯ୍ୟନ୍ତ ଅସ୍ତ ରହିବେ ଶୁଭ ଗ୍ରହ ବୃହସ୍ପତି, ଏହି ରାଶି ବାଲାଙ୍କ ପାଇଁ ଚାକିରିରେ ଦେଖା ହେବ ଅସୁବିଧା
![jupiter](https://knewsodisha.com/wp-content/uploads/2022/02/jupiter.jpg)
୧୯ ଫେବ୍ରୁଆରୀରୁ ଦେବ ଗୁରୁ ବୃହସ୍ପତି ଅସ୍ତ ହେବା ଯୋଗୁ ଏହି ରାଶିଙ୍କ ଚାକିରି କ୍ଷେତ୍ରରେ ଆସିପାରେ ଅସୁବିଧା । ତେଣୁ ଚାକିରି ନେଇ ସତର୍କ ରହିବାକୁ ଜ୍ୟୋତିଷ ଶାସ୍ତ୍ରବିତ୍ କହିଛନ୍ତି । ବୈଦିକ ଜ୍ୟୋତିଷରେ ବୃହସ୍ପତିଙ୍କୁ ଶୁଭ କାର୍ଯ୍ୟର କାରକ ବୋଲି କୁହାଯାଏ । ଯଦି କୁଣ୍ଡଳୀରେ ଏହି ଗ୍ରହ ସମୃଦ୍ଧ ରହିଥାନ୍ତି ।
ତେବେ ବ୍ୟକ୍ତିଙ୍କ ଆର୍ଥିକ ସ୍ଥିତି ସମୃଦ୍ଧ ହୋଇଥାଏ । ଯଦି ଏହି ଗ୍ରହ ଦୁର୍ବଳ ହୋଇଥାଏ ତେବେ ବହୁ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିଥାଏ । ବୃହସ୍ପତି ଗ୍ରହ ୨୦୨୨ ମାର୍ଚ୍ଚ ୨୦ ତାରିଖରେ ପୁଣି ସାମାନ୍ୟ ସ୍ଥିତିକୁ ଫେରିବେ । ୩୦ ଦିନର ଏହି ଅବଧି ସମୟରେ ଏହି ରାଶି ବାଲାଙ୍କ କ୍ୟାରିଅର କ୍ଷେତ୍ରରେ ବହୁ ସମସ୍ୟା ଆସିଥାଏ ।
ବୃଷ ରାଶି : ବୃହସ୍ପତିଙ୍କ ଅସ୍ତ ହେବା କାରଣରୁ ମେଷ ରାଶି ବାଲାଙ୍କୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡିପାରେ । ଏଥିପାଇଁ ଆପଣଙ୍କୁ ବହୁ କାର୍ଯ୍ୟରେ ବାଧା ସୃଷ୍ଟି ହୋଇପାରେ । ତେଣୁ ଏହି ସମୟ ମଧ୍ୟରେ ସତର୍କ ରହିବା ଦରକାର ।
ମିଥୁନ ରାଶି : ଖର୍ଚ୍ଚ ବଢ଼ିପାରେ, ସବୁ କାମରେ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିପାରେ । ବେପାର କ୍ଷେତ୍ରରେ ଠିକ ଯୋଜନା ଆପଣଙ୍କ ପାଇଁ ଲାଭକାରକ ହେବ । କିଛି କଥାକୁ ନେଇ ଜୀବନ ସାଥୀଙ୍କ ସହ ମନୋ ମାଳିନ୍ୟ ହୋଇପାରେ । ଆର୍ଥିକ ସ୍ଥିତି ବିଗିଡିପାରେ ।
କର୍କଟ ରାଶି : ପେଶା ବା ଚାକିରି କ୍ଷେତ୍ରରେ ଅସୁବିଧା ଆସିପାରେ । କୌଣସି କାମରେ ସଫଳତା ପାଇଁ କଡ଼ା ପରିଶ୍ରମ କରିବାକୁ ପଡ଼ିପାରେ । ସ୍ୱାସ୍ଥ୍ୟ ଖରାପ ହୋଇପାରେ ।
ସିଂହ ରାଶି : କାର୍ଯ୍ୟସ୍ଥଳିରେ ସହକର୍ମୀଙ୍କ ସହ ସମ୍ପର୍କ ବିଗିଡିପାରେ । ଆପଣଙ୍କ ମନରେ ଚାକିରି ଛାଡ଼ିବା ଚିନ୍ତା ଆସିପାରେ । ବରିଷ୍ଠ ଅଧିକାରୀଙ୍କ ସହଯୋଗ ମିଳି ନପାରେ । ଯେଉଁଥିପାଇଁ ବହୁତ ଚାପର ସମ୍ମୁଖୀନ ହୋଇପାରନ୍ତି । ଏହି ସମୟରେ ଧୈର୍ଯ୍ୟ ରଖିବା ଉଚିତ୍ ।