ଆମେରିକାରେ କରୋନର ମୃତ୍ୟୁ ତାଣ୍ଡବ, ଦୈନିକ ମୃତ୍ୟୁ ତାଲିକାରେ ଶୀର୍ଷରେ ଆମେରିକା

ନୂଆଦିଲ୍ଲୀ : ଆମେରିକାରେ କରୋନର ମୃତ୍ୟୁ ତାଣ୍ଡବ। ଦିନକରେ ୨୭୮୦ ସଂକ୍ରମିତଙ୍କ ମୃତ୍ୟୁ। ଗତବର୍ଷ ସେପ୍ଟେମ୍ବରରେ ଆମେରିକାରେ ଦୈନିକ ସର୍ବାଧିକ ୨୧୦୦ ମୃତ୍ୟୁ ହୋଇଥିଲା। ବର୍ତ୍ତମାନ ସୁଦ୍ଧା ଆମେରିକାରେ ସମୁଦାୟ ୯ଲକ୍ଷ ୧୩ ହଜାର ସଂକ୍ରମିତ ପ୍ରାଣ ହରାଇଲେଣି।

ସପ୍ତାହେ ହେବ ପ୍ରତିଦିନ ୨୪୦୦ରୁ ଅଧିକ ମୃତ୍ୟୁ ହେଉଛି। ଦୈନିକ ମୃତ୍ୟୁ ତାଲିକାରେ ଆମେରିକା ଶୀର୍ଷରେ ରହିଛି। ଜନ ହପକିନ୍ସ ୟୁନିଭରସିଟିର ତଥ୍ୟ ଅନୁଯାୟୀ ପୂର୍ବ ୨ ସପ୍ତାହ ତୁଳନାରେ ଚଳିତ ସପ୍ତାହରେ କୋଭିଡ଼ ମୃତ୍ୟୁ ସଂଖ୍ୟା ୩୯ ପ୍ରତିଶତ ଅଧିକ ବୃଦ୍ଧି ପାଇଛି।