Below header

ଆଜିର ରାଶିଫଳ : ରାଜନୀତି କରୁଥିବା ଏହି ରାଶିର ଲୋକେ ଶୁଭ ଫଳ ପାଇବେ

ନିଜ କାମରେ ଖୁସି ରହିବେ । ଲୋକମାନେ ଆପଣଙ୍କ କାମର ପ୍ରଶଂସା କରିବେ । ରାଜନୀତିରେ ଥିବା ଲୋକଙ୍କ ପାଇଁ ଦିନଟି ଭଲ ରହିବ । କିଛି ନୂଆ କାମ ପାଇଁ ଯୋଜନା କରିବେ । 

ମେଷ: ଚାକିରିରେ ପଦୋନ୍ନତି ମିଳିବ । ଆପଣ ଅଧିକ ସମୟ ପରିବାର ଏବଂ ସାଙ୍ଗଙ୍କ ସହ ଅତିବାହିତ କରିବେ । ଏହି ରାଶିର ଲୋକେ କିଛି ଚୁକ୍ତି ସ୍ୱାକ୍ଷର କରିବେ । ଆଜି ଆପଣ ବ୍ୟବସାୟ କିମ୍ବା ଅଫିସ୍‌ କାମରେ ଯାତ୍ରା କରିପାରନ୍ତି । ଯାହାର ଲାଭ ଆଗକୁ ଆସୁଥିବା ସମୟରେ ମିଳିବ । କର୍ମକ୍ଷେତ୍ରରେ ପଦୋନ୍ନତି ପାଇବେ । ଯାହାଦ୍ୱାରା ପୂରା ଦିନ ଆପଣ ଖୁସି ରହିବେ । ଛାତ୍ରଛାତ୍ରୀଙ୍କ ପାଇଁ ଦିନଟି ଭଲ ରହିବ । ଚାକିରି ମିଳିବାର ସମ୍ଭାବନା ରହିଛି ।

ବୃଷ: ଆଜି ଆପଣଙ୍କ ମନରେ ନୂଆ ନୂଆ ବିଚାର ଆସିବ । ଲଭ୍‌ମେଣ୍ଟ୍‌ଙ୍କ ପାଇଁ ଦିନଟି ଭଲ ରହିବ । କିଛି ନୂଆ କାମ ପାଇଁ ଯୋଜନା କରିବେ ।  ଜୀବନସାଥୀଙ୍କ ସହ ଝଗଡା ଦୂର ହେବ । କୌଣସି ଧାର୍ମିକ ସ୍ଥାନକୁ ଯାଇ ପାରନ୍ତି । ଛାତ୍ରଛାତ୍ରୀଙ୍କ ପାଇଁ ଦିନଟି ଭଲ । ଚାକିରି ମିଳିବାର ସମ୍ଭାବନା ରହିଛି । ଗହଣା ବେପାରୀଙ୍କ ପାଇଁ ଦିନଟି ଲାଭଦାୟକ ହେବ।

ମିଥୁନ:  କଠିନ ପରିଶ୍ରମ କରି ନିଜ କାର୍ଯ୍ୟରେ ସଫଳତା ଲାଭ କରିବେ । ଦାମ୍ପତ୍ୟ ଜୀବନ ସୁଖମୟ ହେବ । ପରିବାରରେ ବିବାଦ ଥିଲେ ତାହା ବହୁତ ଶୀଘ୍ର ଠିକ୍‌ ହୋଇଯିବ । ଲଭ୍‌ମେଣ୍ଟ୍‌ ନିଜ ସାଥିକୁ କୌଣସି ଭଲ ଉପହାର ଦେବେ । ଆଜି ଆପଣ ପୂଜା କାର୍ଯ୍ୟରେ ଧ୍ୟାନ ଦେବେ । ଯାହାଦ୍ୱାରା ସମ୍ପର୍କ ସଦୃଢ ହେବ । ଅଫିସ୍‌ କାମରେ ବିଳମ୍ବ ହେବ ।

କର୍କଟ: ଆଜିର ଦିନଟି ଭଲ । ବେପାରୀମାନେ ବେପାର ବଢାଇବା ପାଇଁ ନୂଆ ରାସ୍ତା ଦେଖିବେ । ଆସବାବପତ୍ର କିଣିବା ପାଇଁ ଦିନଟି ଭଲ । ରାଜନୀତି କରୁଥିବା ଲୋକଙ୍କ ପାଇଁ ଦିନଟି ଅନୁକୂଳ ରହିବ। ଆଜି ଆପଣ ପରିବାର ସହ ସମୟ କାଟିବେ ।  କିଛି ନୂଆ କରିବା ପାଇଁ ଚେଷ୍ଟା କରିବେ । ବ୍ୟବସାୟୀଙ୍କ ପାଇଁ ଦିନଟି ଭଲ ରହିବ । ବାହାରକୁ ଯାତ୍ରା କରିବାର ସମ୍ଭାବନା ରିହିଛି ।

ସିଂହ: କୌଣସି ନିଷ୍ପତ୍ତି ନେବା ପୂର୍ବରୁ ପୂର୍ଣ୍ଣବାର ଭାବିବା ଉଚିତ୍‌ ହେବ । ଅଧିକାରୀ ଆପଣଙ୍କ ଉପରେ ଖୁସି ରହିବେ । ଲଭ୍‌ମେଣ୍ଟ୍‌ଙ୍କ ପାଇଁ ଦିନଟି ଭଲ ରହିବ । ଗାଡି ମଧ୍ୟ କିଣିବା ପାଇଁ ମନ କରିବେ । ଆପଣ ଏପରି କିଛି କାମ କରନ୍ତୁ ନାହିଁ, ଯାହାକୁ ପୂରା କରିପାରିବେ ନାହିଁ । ଆଜି ଆପଣ ଅଧିକ ଖର୍ଚ୍ଚ କରନ୍ତୁ ନାହିିଁ। ଆଜି କିଛି ନୂଆ ଦାୟିତ୍ୱ ମିଳିବ ।

କନ୍ୟା: ଆଜି ଆପଣଙ୍କ ଦିନ ଉତ୍ତମ ରହିବ ।  ଅନ୍‌ଲାଇନ୍‌ ବ୍ୟବସାୟୀଙ୍କୁ ଲାଭ ମିଳିବ । ଦାମ୍ପତ୍ୟ ଜୀବନରେ ଶୁଭ ସମାଚାର ମିଳିପାରେ। ଆଜି ଆପଣ ବ୍ୟବସାୟ କିମ୍ବା ଅଫିସ୍‌ କାମରେ ଯାତ୍ରା କରିପାରନ୍ତି । ବ୍ୟବହାର ଖରାପ ଯୋଗୁ ଲୋକଙ୍କ ସହ ଆପଣଙ୍କର ଝଗଡା ହୋଇପାରେ । କୌଣସି ଧାର୍ମିକ ସ୍ଥାନକୁ ଯାଇ ପାରନ୍ତି ।

ତୁଳା: ଆଜି ଦିନଟି ସାମାନ୍ୟ ରହିବ । କୋର୍ଟ କଚେରୀ କାମରେ ସଫଳତା ମିଳିବ । କୌଣସି ପୁରୁଣା ଲୋନ୍‌ ଇ.ଏମ.ଆଇରୁ ଆରାମ ମିଳିବ । ଅଫିସ୍‌ର ବରିଷ୍ଠ କର୍ମଚାରୀମାନେ ଆପଣଙ୍କ କାମରେ ଖୁସି ହେବେ । ଆପଣଙ୍କ ଦିନ ଠିକ୍‌ ଠାକ୍‌ ରହିବ ।  ଲଭ୍‌ମେଣ୍ଟ୍‌ଙ୍କ ସହ ବାହାରକୁ ଯାଇପାରନ୍ତି । ଭାଇଙ୍କ ସହ ସମ୍ପର୍କ ସଦୃଢ ହେବ । ଆପଣଙ୍କ ଦାମ୍ପତ୍ୟ ଜୀବନ ସୁଖମୟ ରହିବ ।

ବିଛା: ଲୋକମାନେ ଆପଣଙ୍କଠାରୁ କିଛି କଥା ଶିଖିବା ପାଇଁ ଚେଷ୍ଟା କରିବେ । ଛାତ୍ରଛାତ୍ରୀମାନଙ୍କୁ କୌଣସି ପ୍ରତିଯୋଗିତାରେ ଭାଗ ନେବା ପାଇଁ ମଉକା ମିଳିବ । ଖେଳାଳିଙ୍କୁ କାର୍ଯ୍ୟରେ ସଫଳତା ମିଳିବ । ଆଜି ଆପଣ ଘରକୁ ସଜାଇବା ପାଇଁ ଯୋଜନା କରିବେ ।  ଲଭ୍‌ମେଣ୍ଟ୍‌ଙ୍କ ସହ ବାହାରକୁ ଯାଇ ପାରନ୍ତି । ସାଙ୍ଗଙ୍କ ସହ ଦିନଟି ଭଲ ରହିବ ।

ଧନୁ: ଆପଣଙ୍କ ପାଇଁ ଆଜିର ଦିନ ଭଲ ରହିବ । ଶୁଭ ସମାଚାର ମିଳିବାର ସମ୍ଭାବନା ରହିଛି । ପାରିବାରିକ ସମ୍ପର୍କ ଭଲ ରହିବ । ସନ୍ଧ୍ୟାରେ ପିଲାଙ୍କ ସହ ଭଲ ସମୟ ଅତିବାହିତ କରିବେ ।  ଆଜି ଲଭ୍‌ମେଣ୍ଟ୍‌ଙ୍କ ସମ୍ପର୍କ ବହୁତ ଭଲ ରହିବ । ଛାତ୍ରଛାତ୍ରୀ ଗୁରୁଙ୍କଠାରୁ ଉପଦେଶ ନେବେ । ନିଜ ଉପରେ ଭରସା  ରଖିଲେ ଭବିଷ୍ୟତ ମଧ୍ୟ ଭଲ ରହିବ ।

ମକର: ଅଟକିଥିବା କାମ ପୂରା ହେବ । ଅଫିସ୍‌ର ଯେକୌଣସି କାମ ଧିରେ ଧିରେ କରିବା ଆପଣଙ୍କ ପାଇଁ ଲାଭଦାୟକ ହେବ । ଏହି ରାଶିର ଛାତ୍ରଛାତ୍ରୀଙ୍କ ପାଇଁ ଦିନଟି ଭଲ ଏବଂ ପଢିବାରେ ମନ ଲାଗିବ । ନିଜ ଉପରେ ଭରସା  ରଖିଲେ ଭବିଷ୍ୟତ ମଧ୍ୟ ଭଲ ରହିବ । ଓକିଲମାନଙ୍କ ପାଇଁ ଦିନଟି ଭଲ । କୌଣସି ନିଷ୍ପତ୍ତି ନେବା ପୂର୍ବରୁ ଦ୍ୱନ୍ଦ୍ୱରେ ରହିବେ । କୌଣସି କାମ କରିବା ପୂର୍ବରୁ ଅନୁଭବୀ ବ୍ୟକ୍ତିଙ୍କ ଠାରୁ ଉପଦେଶ ନେବା ଠିକ୍‌ ହେବ।

କୁମ୍ଭ: ଆଜି ଆପଣଙ୍କ ଦିନ ସୁଖରେ କଟିବ ।  ମିତ୍ର କୌଣସି କାମରେ ସାହାଯ୍ୟ କରିବେ, ଯାହାଦ୍ୱାରା କାମ ବହୁତ ସହଜରେ ପୂରା ହୋଇଯିବ । କୌଣସି କାମ କରୁଥିବା ସମୟରେ ଆପଣ ଅନ୍ୟ କାମ ସାରିବା ପାଇଁ ଚେଷ୍ଟା କରିବେ । ଆପଣଙ୍କ ଭାଗ୍ୟ ଆପଣଙ୍କ ସହିତ ରହିବ ।  ପୂର୍ବରୁ କରିଥିବା କାମରେ ସଫଳତା ମିଳିବ, ଚାକିରି ମଧ୍ୟ ମିଳିଯିବ । ଏହାସହ ସାଙ୍ଗସାଥିଙ୍କ ସହ ଭେଟ ହେବାର ସୁଯୋଗ ରହିଛି ।

ମୀନ: ବ୍ୟବସାୟ କରୁଥିବା ଲୋକଙ୍କ ପାଇଁ ଦିନଟି ଶୁଭମୟ ହେବ। ଆପଣ ନିଜ କାମ କରିବା ପ୍ରକ୍ରିୟାରେ ପରିବର୍ତ୍ତନ ଆଣିବେ । ଯାହାଦ୍ୱାରା ଆପଣଙ୍କ ଭବିଷ୍ୟତରେ ଲାଭ ହେବ । ବ୍ୟବହାର ଖରାପ ଯୋଗୁ ଲୋକଙ୍କ ସହ ଆପଣଙ୍କର ଝଗଡା ହୋଇପାରେ । ଅଫିସ୍‌ରେ କାମକୁ ନେଇ ଆପଣଙ୍କର ଗୁରୁତ୍ୱ ବଢିବ । ନିଜ କାମରେ ଖୁସି ରହିବେ । ଲୋକମାନେ ଆପଣଙ୍କ କାମର ପ୍ରଶଂସା କରିବେ । ରାଜନୀତିରେ ଥିବା ଲୋକଙ୍କ ପାଇଁ ଦିନଟି ଭଲ ରହିବ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.