ବଙ୍ଗୋପସାଗରରେ ସକ୍ରିୟ ରହିଛି ଅବପାତ, ଆସନ୍ତାକାଲି ନେବ ବାତ୍ୟାର ରୂପ

ଘଣ୍ଟାପ୍ରତି ୯ କିଲୋମିଟର ବେଗରେ ଆଗକୁ ବଢୁଛି ଡିପ୍ରେସନ୍ ।ଆସନ୍ତାକାଲି ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହେବ ସାଇକ୍ଲୋନ୍ । ବାତ୍ୟାର ନାଁ ରହିବ ମିଗଜମ। ବାତ୍ୟା ସୃଷ୍ଟି ପରେ ଉତ୍ତର ପଶ୍ଚିମ ଦିଗରେ ଗତି କରିବ ।

ଭୁବନେଶ୍ୱର (କେନ୍ୟୁଜ): ବଙ୍ଗୋପସାଗରରେ ସକ୍ରିୟ ରହିଛି ଅବପାତ। ଏବେ ଉତ୍ତର-ପଶ୍ଚିମ ଦିଗରେ ଗତି କରୁଛି । ଘଣ୍ଟାପ୍ରତି ୯ କିଲୋମିଟର ବେଗରେ ଆଗକୁ ବଢୁଛି ଡିପ୍ରେସନ୍ । ଆଜି ଗଭୀର ଅବପାତରେ ପରିଣତ ହେବ । ପଶ୍ଚିମ- ଉତ୍ତର ପଶ୍ଚିମ ଦିଗରେ ଗତି କରିବା ସହ ଅଧିକ ଘନୀଭୂତ ହେବ । ଆସନ୍ତାକାଲି ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହେବ ସାଇକ୍ଲୋନ୍ । ବାତ୍ୟାର ନାଁ ରହିବ ମିଗଜମ। ବାତ୍ୟା ସୃଷ୍ଟି ପରେ ଉତ୍ତର ପଶ୍ଚିମ ଦିଗରେ ଗତି କରିବ ।

୪ ତାରିଖ ବେଳକୁ ଆନ୍ଧ୍ରପ୍ରଦେଶ ଓ ସଂଲଗ୍ନ ଉତ୍ତର ତାମିଲନାଡୁ ଉପକୂଳ ନିକଟରେ ପହଞ୍ଚିବ । ୫ ତାରିଖରେ ଲାଣ୍ଡଫଲ୍ କରିବ ସମ୍ଭାବ୍ୟ ବାତ୍ୟା ମିଗଜମ୍ । ଦକ୍ଷିଣ ଆନ୍ଧ୍ରପ୍ରଦେଶ ଉପକୂଳର ନେଲୋର ଓ ମଛଲିପଟ୍ଟନମ୍ ମଧ୍ୟରେ ମଧ୍ୟାହ୍ମରେ ସ୍ଥଳଭାଗ ଅତିକ୍ରମ କରିବ । ଲାଣ୍ଡଫଲ୍ ବେଳେ ପବନର ବେଗ ଘଣ୍ଟାପ୍ରତି ୮୦ରୁ ୯୦ କିଲୋମିଟର ରହିପାରେ । ପବନର ବେଗ ବଢ଼ି ୧୦୦ କିଲୋମିଟର ଛୁଇଁପାରେ ବୋଲି ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.