Below header

ରକ୍ତରେ ଇନସୁଲିନ ମାତ୍ରା ବଢାଇଥାଏ କଳା ଅଙ୍ଗୁର, ଜାଣନ୍ତୁ ଶରୀରକୁ ଆଉ କ’ଣ ଦେଇଥାଏ ଫାଇଦା

ସ୍ବାସ୍ଥ୍ଯ ପାଇଁ ଫଳମୂଳ ବହୁତ ହିତକର। ଏମିତିରେ ଆଜିକାଲି ବଜାରରେ ବିଭିନ୍ନ ପ୍ରକାର ଫଳ ବିକ୍ରି ହେଉଛି। ସେଓ, ଅଙ୍ଗୁର, କମଳା, ଡାଳିମ୍ବ ଇତ୍ଯାଦି। କିନ୍ତୁ ଅଧିକାଂଶ ଲୋକ ଅଙ୍ଗୁର ଖାଇବାକୁ ବହୁତ ପସନ୍ଦ କରନ୍ତି। ବଜାରରେ ବିଭିନ୍ନ ପ୍ରକାର ଅଙ୍ଗୁର ମଧ୍ୟ ବିକ୍ରି ହେଉଛି। କଳା, ନୀଳ ଇତ୍ଯାଦି। କିନ୍ତୁ କଳା ଅଙ୍ଗୁର ଖାଇବାକୁ ବହୁତ ପସନ୍ଦ କରନ୍ତି। କଳା ଅଙ୍ଗୁର ସ୍ୱାସ୍ଥ୍ୟ ପାଇଁ ମଧ୍ୟ ବହୁତ ଲାଭଦାୟକ। କିନ୍ତୁ ଯେକୌଣସି ଜିନିଷ ଅଧିକ ହେଲେ ହାନିକାରକ ହୋଇଥାଏ। ଠିକ ସେହିଭଳି ଅଧିକ ଅଙ୍ଗୁର ଖାଇବା ମଧ୍ୟ ହାନିକାରକ ହୋଇଥାଏ।

ଅଧିକ ଅଙ୍ଗୁର ଖାଇବା ଦ୍ୱାରା ସଲିସିକ୍ଲିକ ଏସିଡ ପାଚନ ସମସ୍ୟା ସୃଷ୍ଟି କରିପାରେ। ଦିନକରେ ବହୁତ ଅଙ୍ଗୁର ଖାଇବା ଦ୍ୱାରା ଝାଡା ମଧ୍ୟ ହୋଇଥାଏ। ସମୟ ସହ ଏହା ଓଜନ ମଧ୍ୟ ବୃଦ୍ଧି କରିଥାଏ। ଅଧିକ ଅଙ୍ଗୁର ଖାଇବାର ଅନ୍ୟ ପାର୍ଶ୍ୱ ପ୍ରତିକ୍ରିୟା ମଧ୍ୟ ରହିଛି।

grapes_0

କଳା ଅଙ୍ଗୁର କଣ କଣ ଫାଇଦା ହୋଇଥାଏ ପଢନ୍ତୁ

କଳା ଅଙ୍ଗୁର ଖାଇବା ଦ୍ୱାରା ରକ୍ତରେ ଇନସୁଲିନ ମାତ୍ରା ବଢିଥାଏ। ଅଙ୍ଗୁରରେ ରେସୱାର୍ଟଲ ନାମକ ଏକ ପଦାର୍ଥ ଅଛି ଯାହା ଇନସୁଲିନ ମାତ୍ରା ବୃଦ୍ଧି କରିଥାଏ।

କଳା ଅଙ୍ଗୁରରେ ସାଇଟୋକେମିକାଲ ରହିଛି ଯାହା ହୃଦ ସ୍ୱାସ୍ଥ୍ୟ ପାଇଁ ବହୁତ ଭଲ ଏବଂ ଏହା କୋଲେଷ୍ଟ୍ରୋଲ ନିୟନ୍ତ୍ରଣ କରିଥାଏ।

କେଶ ସମ୍ବନ୍ଧୀୟ ସମସ୍ୟା ପାଇଁ କଳା ଅଙ୍ଗୁର ବହୁତ ଲାଭଦାୟକ। କଳା ଅଙ୍ଗୁର ଭିଟାମିନ-ଇ ଅଛି ଯାହା ପାଇଁ କେଶ ପାଇଁ ବହୁତ ଲାଭଦାୟକ।

କଳା ଅଙ୍ଗୁର ଖାଇବା ଦ୍ୱାରା ଓଜନ କମ କରିବାରେ ମଧ୍ୟ ସହାୟକ ହୋଇଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.